ବଲାଙ୍ଗୀର: ଜିଲ୍ଲାରେ ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ପରେ ପରିବାର ଓ ଗ୍ରାମବାସୀ କ୍ଷତି ପୂରଣ ଦାବି କରିଛନ୍ତି । ସଇଁତଳା ଥାନା ଅନ୍ତର୍ଗତ ଜଳିଆ ଗ୍ରାମରେ ଏହି ଅଘଟଣ ଘଟିଛି।
ଜଳିଆ ଗ୍ରାମର ବୃଦ୍ଧା କୃଷ୍ଣ ଚନ୍ଦ୍ର ସାହୁ ସାଇକେଲରେ ନିଜ ବିଲକୁ ଯାଉଥିବାବେଳେ ଏକ ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି ନେଇ ବରଗଡ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଅନ୍ୟପଟେ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବାର ଜଣାପଡ଼ିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହୀଦ, ଇଟିଭି ଭାରତ