ETV Bharat / state

ଭତ୍ତା ଟଙ୍କା ପାଇଁ ଯାଇଥିଲେ, ପ୍ରଚଣ୍ଡ ଖରା ସହ୍ୟ କରିନପାରି ଅଚେତ ହୋଇଗଲେ ବୃଦ୍ଧ - ଭତ୍ତା ଟଙ୍କା ଆଣିବାକୁ ଯାଇ ଅଚେତ ହୋଇଗଲେ ବୃଦ୍ଧ

ଭତ୍ତା ଟଙ୍କା ଆଣିବାକୁ ଯାଇ ଟାଣ ଖରାରେ ଅଚେତ ହୋଇଗଲେ ବୃଦ୍ଧ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବୃଦ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

old man gets faint for heat wave
ପ୍ରଚଣ୍ଡ ଖରାରେ ଅଚେତ ହୋଇଗଲେ ବୃଦ୍ଧ
author img

By

Published : May 20, 2023, 7:48 PM IST

ପ୍ରଚଣ୍ଡ ଖରାରେ ଅଚେତ ହୋଇଗଲେ ବୃଦ୍ଧ

ବଲାଙ୍ଗୀର: ଟାଣ ଖରା ସହି ନପାରି ଅଚେତ ହେଲେ ବୃଦ୍ଧ । ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇ ଫେରିବା ବାଟରେ ବୃଦ୍ଧ ଜଣକ ଅଚେତ ହୋଇପଡ଼ିଥିବା ସୂଚନା । ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଅନ୍ତର୍ଗତ କାଦୋଭଟା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ୧୦ଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି । କିଛି କାମ ଥିଲେ ଲୋକ ଘରୁ ବାହାରୁଛନ୍ତି । ତେବେ ବେଳପଡ଼ା ବ୍ଲକ ଅନ୍ତର୍ଗତ କାଦୋଭଟା ଗ୍ରାମର ଅସହାୟ ଗରିବ ବୃଦ୍ଧ ଦମ୍ପତ୍ତି ରାଜାରାମ ହାତୀ ଓ ଉଷା ହାତୀ ନିଜ ଭତ୍ତା ଟଙ୍କା ପାଇଁ ବେଲପଡ଼ା ସ୍ଥିତ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ । ଟାଣ ଖରାରେ ଗ୍ରାମରୁ ଚାରି କିମି ବାଟ ଚାଲିଚାଲି ସେମାନେ ବ୍ୟାଙ୍କକୁ ଆସିଥିଲେ। ତେବେ ରାଜାରାମ ହାତୀଙ୍କ ଦୁଇ ମାସର ବାର୍ଦ୍ଧକ୍ୟ ଭତ୍ତା ଏଯାଏଁ ତାଙ୍କ ବ୍ୟାଙ୍କ ଖାତାରେ ପଡ଼ିନାହିଁ । କେବଳ ସ୍ତ୍ରୀ ଉଷା ହାତୀଙ୍କ ଖାତାରେ ଟଙ୍କା ଆସିଥିବା ବେଳେ ତାକୁ ଉଠାଇ ପୁଣି ଖରାରେ ଭୋକ ଉପାସରେ ଘରକୁ ଫେରୁଥିଲେ । ହେଲେ ବାଟରେ ବୃଦ୍ଧ ରାଜାରାମ ଖରା ସହ୍ୟ କରିନପାରି ହଠାତ ଅଚେତ୍ ହୋଇ ପଡ଼ି ଯାଇଥିଲେ । ସ୍ତ୍ରୀ ଉଷା ତାଙ୍କୁ ଜଗି ରହି ବାଟରେ ଯାଇଥିବା ଲୋକଙ୍କୁ ସାହାଯ୍ୟ ପାଇଁ ନେହୁରା ହୋଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ଆମ୍ବୁଲାନ୍ସ ଯୋଗେ ବେଲପଡ଼ା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ପେନସନ ପାଇଁ କୋଷ ବାଟ, ସାହାରା ପାଲଟିଛି ଚଉକି

ସରକାରଙ୍କ କିଛି ନୀତି ନିୟମ ଲୋକଙ୍କ ପାଇଁ ଅସୁବିଧା କରିଛି । ନିୟମ ଅନୁଯାୟୀ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ବିଶେଷ କରି ଗ୍ରାମାଞ୍ଚଳରେ ବ୍ୟାଙ୍କ ନ ଥିବା ଯୋଗୁଁ କିମ୍ବା ବ୍ୟାଙ୍କ ମିତ୍ରଙ୍କ ଅଭାବ ଯୋଗୁଁ ହିତାଧିକାରୀ ହେଉଛନ୍ତି । ତେଣୁ ଏଭଳି କ୍ଷେତ୍ରରେ ତାଙ୍କ ପାଖକୁ ଭତ୍ତା ଟଙ୍କା ପହଞ୍ଚିବା ଜରୁରୀ ବୋଲି ସବୁଠି ଦାବି ହୋଇଛି । ସେପଟେ ଏହି ଘଟଣାରେ ପ୍ରଶାସନ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ବୃଦ୍ଧଙ୍କ ଖାତାରେ କାହିଁକି ଦୁଇ ମାସର ଭତ୍ତା ପଡ଼ି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.