ବଲାଙ୍ଗୀର: ଗୋଟିଏ ଦିନରେ ଆଖି ବୁଜିଲେ ଅସହାୟ ବୃଦ୍ଧ ଦମ୍ପତି। କେହି ସମ୍ପର୍କୀୟ ପାଖ ମାଡ଼ି ନଥିବାବେଳେ ସ୍ଵେଚ୍ଛାସେବୀ ସଂଗଠନ କଲେ ଅନ୍ତିମ ସଂସ୍କାର ।
ବଲାଙ୍ଗୀର ରାଜେନ୍ଦ୍ରପଡ଼ାରେ ଲଗରା ମୁଗ୍ରି ଓ ତାଙ୍କ ସ୍ତ୍ରୀ ବହଳ ମୁଗ୍ରୀ ରୁହନ୍ତି । ରବିବାର ସକାଳେ ହଠାତ୍ ଲାଗରା ମୁଗ୍ରିଙ୍କ ବାର୍ଦ୍ଧକ୍ୟ କାରଣରୁ ମୃତ୍ୟୁ ଘଟିଥିଲା। ଅନ୍ତିମ ସଂସ୍କାର ପାଇଁ ତାଙ୍କ ସମ୍ପର୍କୀୟ କିମ୍ବା ପଡୋଶୀ କେହି ଆସି ନଥିବାବେଳେ ଲାଗରାଙ୍କ ବୃଦ୍ଧା ପତ୍ନୀ ଅସହାୟ ହୋଇ ପଡିଥିଲେ ।
ଦୀର୍ଘ ସମୟ ଧରି ମୃତଦେହ ପଡ଼ିରହିବା ପରେ ବଲାଙ୍ଗୀର ସ୍ଵେଚ୍ଛାସେବୀ ସଂଗଠନ ମୃତଦେହ ଉଦ୍ଧାର କରି ଅନ୍ତିମ ସଂସ୍କାର କରିଥିଲେ । ସେପଟେ ତାଙ୍କ ବୃଦ୍ଧା ସ୍ତ୍ରୀଙ୍କୁ ଉଦ୍ଧାର କରି ସ୍ବେଚ୍ଛାସେବୀ ତାଙ୍କ ଝିଅ ଘରକୁ ପଠାଇଥିଲେ । ବୃଦ୍ଧା ପହଞ୍ଚିବା ପରେ ତାଙ୍କର ମଧ୍ୟ ସେଠାରେ ମୃତ୍ୟୁ ଘଟିଛି । ତେବେ ସେଠାରେ ଗ୍ରାମବାସୀ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରିଛନ୍ତି ।
ଗୋଟିଏ ଦିନରେ ଅସହାୟ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଥିବାବେଳେ ମୃତ୍ୟୁ ସମୟରେ କେହି ସମ୍ପର୍କୀୟ ଛିଡ଼ା ନହେବାକୁ ସବୁଠି ନିନ୍ଦା କରାଯାଇଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ