ETV Bharat / state

ଜାତୀୟ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା, ଘୋଷଣା ହେଲା ଓଡ଼ିଶା ଦଳ - ଜାତୀୟ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା

କୋଲକାତାରେ ହେବାକୁ ଥିବା ଜାତୀୟ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ପାଇଁ ଘୋଷଣା ହେଲା ଓଡ଼ିଶା ଦଳ । ଦୁଇଦିନ ଧରି ଚାଲିଥିବା ଚୟନ ପ୍ରକ୍ରିୟା ମ୍ୟାଚ୍‌ରେ ସଫଳ ହୋଇଥିବା ୨୭ ଖେଳାଳି ଭାଗନେବେ । ତେବେ ଏହି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ନିହାତି ସଫଳ ହେବେ ବୋଲି ଓଡିଶା ବ୍ୟାଡ୍‌ମିଣ୍ଟନ ସଂଘ ଆଶାବାଦୀ । ଅଧିକ ପଢ଼ନ୍ତୁ

ଜାତୀୟ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା

author img

By

Published : Aug 10, 2023, 8:06 AM IST

ଜାତୀୟ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା

ବଲାଙ୍ଗୀର: କୋଲକାତାରେ ହେବାକୁ ଥିବା ଜାତୀୟ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ ପାଇଁ ଓଡ଼ିଶା ଦଳ ଘୋଷିତ । ଚୟନ ପ୍ରକ୍ରିୟାରୁ ବିଭିନ୍ନ ବର୍ଗର ୨୭ ଜଣ ଖେଳାଳି ଏଥିପାଇଁ ଯୋଗ୍ୟତା ପାଇଛନ୍ତି । ଏମାନେ ଭଲ ଖେଳ ପ୍ରଦର୍ଶନ କରି ସଫଳ ହେବେ ବୋଲି ଓଡିଶା ବ୍ୟାଡ୍‌ମିଣ୍ଟନ ସଂଘ ଆଶାବାଦୀ ଅଛି । ତେବେ ଆସନ୍ତା ଅଗଷ୍ଟ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କୋଲକାତାରେ ଏହାର ଆୟୋଜନ ହେବ ।

ଜାତୀୟ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ଚମ୍ପିଆନସିପ୍‌ ପାଇଁ ଓଡିଶାର ଟିମ୍‌ ଘୋଷଣା କରିଛି ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘ । ତେବେ ଗତ ଦୁଇଦିନ ଧରି ବଲାଙ୍ଗୀରରେ ଏହାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଓଡ଼ିଶାର ଜାତୀୟ ଓ ରାଜ୍ୟ ରାଙ୍କିଂ ଖେଳାଳି ଏଥିରେ ସାମିଲ ହୋଇଥିଲେ । ଏଥିରେ ୨୭ ଜଣ ଖେଳାଳି ଯୋଗ୍ୟତା ହାସଲ କରି ଏହି ଜାତୀୟ ଟୁର୍ଣ୍ଣାମେଣ୍ଟ ପାଇଁ ବଛା ହୋଇଛନ୍ତି । ଏମାନେ ସେଠାରେ ବିଭିନ୍ନ ବର୍ଗର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରି ମ୍ୟାଚ୍‌ ଜିତିବେ ବୋଲି ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଙ୍ଘ ଆଶାବାଦୀ ଅଛି ।

ବଲାଙ୍ଗୀରରେ ଏହି ଟିମ ଘୋଷଣା କରାଯାଇଥିବାବେଳେ ଓଡିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘ ସମ୍ପାଦକ ମିଲିନ୍ଦ କୁମାର କହିଛନ୍ତି, "ଗତ ଦୁଇଦିନ ଧରି ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମରେ ଏହି ଚୟନ ପ୍ରକ୍ରିୟା ମ୍ୟାଚ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ରାଙ୍କିଂ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଭଲ ଖେଳ ଆଧାରରେ ଖେଳାଳି ବଛା ହୋଇଛନ୍ତି । ଏଥିରେ ୨୭ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ବିଭିନ୍ନ ବର୍ଗରେ ଭାଗନେବେ । ପୂର୍ବବର୍ଷରେ ଓଡିଶା ଖେଳାଳି ପ୍ରଥମ କରି ପଶ୍ଚିମବଙ୍ଗକୁ ହରାଇଥିଲେ । ସେହିପରି ଏଥର ମଧ୍ୟ ସିଙ୍ଗଲ ଓ ଡବଲ ବିଭାଗ ବ୍ୟାଡ୍‌ମିଣ୍ଟନରେ ସେମାନେ ସଫଳ ହେବେ ଆମେ ଆଶା ରଖିଛୁ । ଏଥର ମହିଳା ଯୋଡି ମଧ୍ୟ ନିଶ୍ଚୟ ସଫଳ ହେବେ । କାରଣ ସେମାନେ ଏବେ ଭାରତରେ ନମ୍ବର ଏକ ରାଙ୍କିଂରେ ରହିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...Australian Open Badminton: ରନର୍‌ଅପ୍‌ ହୋଇ ଅଭିଯାନ ଶେଷ କଲେ ଏଚ୍ଏସ୍ ପ୍ରଣୟ

ସେପଟେ ବଲାଙ୍ଗୀର ଜିଲ୍ଲା ବ୍ୟାଡ୍‌ମିଣ୍ଟନ ସଂଘ ସଭାପତି ସୁରୁଲାଲ ମଟାରୀ କହିଛନ୍ତି, "ଓଡିଶା ଟିମ ଚୟନ ପାଇଁ ବଲାଙ୍ଗୀରରେ ଏହାର ଚୟନ ପ୍ରକ୍ରିୟା ଗତ ଦୁଇଦିନ ଧରି ଚାଲିଥିଲା । ଏଥିରେ ରାଜ୍ୟର ଜାତୀୟ ଓ ରାଜ୍ୟ ରାଙ୍କିଂପ୍ରାପ୍ତ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଯେଉଁଥିରୁ ଉତ୍କୃଷ୍ଟ ଖେଳ ଆଧାରରେ ସେମାନଙ୍କୁ ବଛା ହୋଇଥିଲା ।" ସେମାନେ କୋଲକାତାରେ ମଧ୍ୟ ସଫଳ ହେବେ ଏବଂ ଓଡିଶା ପାଇଁ ଗର୍ବ ଆଣିଦେବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.