ETV Bharat / state

ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ ନେଇ ଫାଇଟ, ନିର୍ବାଚନୀ ଥୋପ କହିଲା କଂଗ୍ରେସ

author img

By

Published : Apr 12, 2023, 4:35 PM IST

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କ୍ୟାବିନେଟର ମଞ୍ଜୁରୀକୁ ନେଇ ଆରମ୍ଭ ହେଲା ରାଜନୀତି । ଶାସକ ଦଳ ନେତା ସରକାରଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଏହା କେବଳ ନିର୍ବାଚନୀ ଥୋପ କହିଲା କଂଗ୍ରେସ । ଅଧିକ ପଢନ୍ତୁ

ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ ନେଇ ଫାଇଟ
ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ ନେଇ ଫାଇଟ
ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ

ବଲାଙ୍ଗୀର: ଜିଲ୍ଲା ପାଇଁ ରାଜ୍ୟ କେବିନେଟ ଦ୍ୱାରା 505 କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ ହୋଇଛି। ଏନେଇ ଜିଲ୍ଲା ବିଜେଡି ପକ୍ଷରୁ ସରକାରଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିବା ବେଳେ ବିରୋଧୀ ଏହାକୁ ନେଇ ସମାଲୋଚନା କରିଛନ୍ତି । ଏହା କେବଳ ନିର୍ବାଚନୀ ଘୋଷଣା କହି ସରକାରକୁ ଘେରିଛନ୍ତି ।

ବଲାଙ୍ଗୀର ଜିଲ୍ଲା ପାଇଁ ରାଜ୍ୟ କେବିନେଟ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 505 କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିରେ ୬ଟି ମେଗା ପାନୀୟ ଜଳ ପ୍ରକଲ୍ପ ତିଆରି ହେବ । ଯାହା ଦ୍ୱାରା ବଲାଙ୍ଗୀର ଜିଲ୍ଲାର ପଟଣାଗଡ, ବଲାଙ୍ଗୀର, ମୁରିବାହାଲ, ଆଗଲପୁର, ଲୋଇସିଂହା, ଦେଓଗାଁ, ପୁଇଁତଲା, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକର ଲୋକେ ଉପକୃତ ହେବେ । ତେବେ ଏଥିରେ 69ଟି ଗ୍ରାମ ପଞ୍ଚାୟତର 416ଟି ଗ୍ରାମର ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବେ। ଏଥି ମଧ୍ୟରୁ ବଲାଙ୍ଗୀର ବ୍ଲକର ପାଞ୍ଚରି ଗ୍ରାମ, ପୁଇଁତଲା ବ୍ଲକ ଅଧୀନରେ 124ଟି ଗ୍ରାମ, ଆଗଲପୁର ବ୍ଲକର 31ଟି ଗ୍ରାମ, ଲୋଇସିଂହା ବ୍ଲକର 23ଟି ଗ୍ରାମ, ଦେଓଗାଁ ବ୍ଲକର 54 ଟି ଗ୍ରାମ, ତୁରେକେଲା ବ୍ଲକର 87ଟି ଗ୍ରାମ, ବଙ୍ଗୋମୁଣ୍ଡା ବ୍ଲକର 28ଟି ଗ୍ରାମ ଓ ମୁରିବାହାଲ ବ୍ଲକର 9 ଗୋଟି ଗ୍ରାମର ଲୋକେ ବିଶୁଦ୍ଧ ପିଇବା ପାଣି ପାଇବେ ବୋଲି କୁହା ଯାଇଛି ।

ତେବେ ଏହି ବିଶେଷ ଅନୁମୋଦନ ପାଇଁ ବଲାଙ୍ଗୀର ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି । ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ଏବଂ ଅନ୍ୟ ବିଜେଡି ନେତା ଉପସ୍ଥିତ ଥିଲେ । ତେବେ ମନ୍ତ୍ରୀ ଟୁକୁନି ସାହୁ ଏହି ସବୁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ 22 ବର୍ଷର ଶାସନ ମଧ୍ୟରେ ପ୍ରତିଶ୍ରୁତି ଦେଇଥିବା ପ୍ରତ୍ୟେକ କଥାକୁ କାମରେ କରିକି ଦେଖାଇଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ରାଜ୍ୟରେ ପିଇବା ପାଣିର ଏବେବି ଘୋର ସମସ୍ୟା ରହିଛି । ଦିନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାସ୍ପଟ ମାରି କହିଥିଲେ ଯେ ତାଙ୍କର ସରକାର ଆସିଲେ ପ୍ରତ୍ୟେକ ଗ୍ରାମକୁ ପ୍ରତ୍ୟେକ ଘରକୁ ପିଇବା ପାଣି ଯୋଗାଇ ଦିଆଯିବ। ହେଲେ ତାଙ୍କ ନେତୃତ୍ୱରେ ଏଠି ସ୍ଥିର ସରକାର ଥିଲେ ମଧ୍ୟ ଏହି ପ୍ରତିଶ୍ରୁତି ଏବେବି ପୂରଣ ହୋଇପାରି ନାହିଁ । ଏବେ ବି ପାଣି ସମସ୍ୟା ଲାଗି ରହିଛି । ସେହିପରି ଏଠି କୌଣସି ମେଗା ପ୍ରକଳ୍ପ ତାହ ଉଠା ଜଳ ସେଚନ ହେଉ କି ପିଇବା ପାଣି ପ୍ରକଳ୍ପ ହେଉ ସଫଳ ହୋଇ ନାହିଁ। ଏହି ସବୁ ପ୍ରକଳ୍ପ କେତେ ସଫଳ ହେବ ତାହା ଭବିଷ୍ୟତ ହିଁ କହିବ । ଏହା କେବଳ ଏକ ନିର୍ବାଚନୀ ଜୁଲୁମ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.