ETV Bharat / state

ନୂଆଁଖାଇକୁ କୋରୋନା ଗ୍ରହଣ, ଫିକା ପଡିଛି ପ୍ରସ୍ତୁତି ପର୍ବ

author img

By

Published : Aug 21, 2020, 1:46 PM IST

ଆଉ ଦିନକ ପରେ ପାଳନ ହେଲ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ପର୍ବ ନୂଆଁଖାଇ । ଏନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ହେଲେ କୋରୋନା ମହାମାରୀ ପାଇଁ ଏହି ପ୍ରସ୍ତୁତିରେ ଲାଗିଛି ଲଗାମ ।

nuakhai in bolangir, nuakhai, bolangir latest news, nuakhai preparation in bolangir, nuakhai amid lockdown, ବଲାଙ୍ଗୀରରେ ନୂଆଁଖାଇ, ନୂଆଁଖାଇ, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରରେ ନୂଆଁଖାଇ ପ୍ରସ୍ତୁତି, କୋରୋନାରେ ନୂଆଁଖାଇ
ନୂଆଁଖାଇକୁ କୋରୋନା ଗ୍ରହଣ, ଫିକା ପଡିଛି ପ୍ରସ୍ତୁତି ପର୍ବ

ବଲାଙ୍ଗୀର: ଆଉ ଦିନକ ପରେ ପାଳନ ହେବାକୁ ଯାଉଛି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ପର୍ବ ନୂଆଁଖାଇ । ଏନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ହେଲେ କୋରୋନା ମହାମାରୀ ପାଇଁ ଏହି ପ୍ରସ୍ତୁତିରେ ଲାଗିଛି ଲଗାମ । ପ୍ରତିବର୍ଷ ନୂଆଁଖାଇରେ ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁ ବାନ୍ଧବ ଏକାଠି ହୋଇ ପର୍ବର ମଜା ଉଠାଉଥିବା ବେଳେ ଚଳିତବର୍ଷ ଏହି ମଜାରେ ଲାଗିଛି କୋରୋନାର ଗ୍ରହଣ । କଟକଣା ଯୋଗୁଁ ବନ୍ଧୁ ବାନ୍ଧବ ଏକାଠି ହୋଇ ପାରୁ ନଥିବା ବେଳେ ଯେଣ ତେଣ ପ୍ରକାରେ ଆରମ୍ଭ ହୋଇଛି ପ୍ରସ୍ତୁତି ।

ନୂଆଁଖାଇ ବା ନବାନ୍ନରେ ଚାଷୀ ତା’ର ବର୍ଷ ତମାମର ପରିଶ୍ରମର ଫଳକୁ ପ୍ରଥମେ ଭଗବାନଙ୍କଠାରେ ଲାଗି କରିବା ପରେ ନିଜେ ଆହରଣ କରିଥାଏ। ସେହିପରି ସାରା ପଶ୍ଚିମ ଓଡିଶା ଏହାକୁ ନୂଆଁଖାଇ ଭାବରେ ପାଳନ କରୁଥିବା ବେଳେ ବଲାଙ୍ଗୀରରେ ମଧ୍ୟ ସମାନ ଭାବରେ ଚାଷୀଠାରୁ ନେଇ ସବୁ ବର୍ଗର ଲୋକେ ଏହାକୁ ପାଳନ କରିଥାନ୍ତି । ତେବେ ଏଥିପାଇଁ ନୂଆ ପୋଷାକ, ବାସନ କୁସନ, ନୂଆ ଧାନ ସବୁ ଯୋଗାଡ କରିଥାଆନ୍ତି । ଚଲିତ ବର୍ଷ ଧାର୍ଯ୍ୟ ଲଗ୍ନ ଆସନ୍ତା 23 ତାରିଖ ପାଇଁ ସମସ୍ତେ କମ ବେଶୀରେ ନିଜର ପ୍ରସ୍ତୁତି ସାରିଛନ୍ତି। ଯେଉଁଥିରେ ସମସ୍ତେ ନିଜ ଘର ସଫା ସୁତୁରା କରିବା ସହ ଘରକୁ ସଜାଇଛନ୍ତି।

ହେଲେ ଏବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିପାରେ। କାରଣ କୋରୋନା ମାଡରେ ଏଥର ନୂଆଁଖାଇ ମଧ୍ୟ ଫିକା ପଡିବାର ସମ୍ଭାବନା ରହିଛି। ଗୋଟିଏ ପଟେ କୋରୋନା ପାଇଁ କଟକଣା ଜାରି ରହିଥିବା ବେକେ ସଟଡାଉନ ଯୋଗୁଁ ଲୋକଙ୍କ ଧନ୍ଦା ବାଡ଼ି ସବୁ ବନ୍ଦ ହୋଇ ଯାଇଛି । ଏଥିସହ ଲୋକଙ୍କ ହାତରେ ଟଙ୍କା ନଥିବା ବେଳେ ନୂଆଁଖାଇର ଯୋଗାଡ଼ କରିବା କଷ୍ଟକର ହୋଇ ପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.