ETV Bharat / state

Chhadakhai; ଆମିଷ ହାଟରେ ଛାଡଖାଇ ମେଳା, ମାଛ-ମାଂସ ଦର ଆକାଶଛୁଆଁ

author img

By

Published : Nov 21, 2021, 4:04 PM IST

Updated : Nov 22, 2021, 12:21 PM IST

ଆଜି ରବିବାର ଥିବାରୁ ଆମିଷ ବଜାରରେ ନାହିଁ ନଥିବା ଭିଡ । ମାସେ ହେଲା ପାଟିରେ ଆମିଷ ବାଜି ନଥିବାରୁ ଆମିଷ ମାର୍କେଟରେ ଲାଗିଛି ଲୋକଙ୍କ ଭିଡ଼। ସକାଳୁ ସକାଳୁ ଭବାନୀପାଟଣା ମାଛ ଓ ମାଂସ ବଜାର ସରଗରମ ରହିଛି। ସକାଳୁ ସକାଳୁ ବ୍ୟବସାୟୀ ମାଛ, ମାଂସ ପସରା ମେଲାଇ ବସିଛନ୍ତି । ମାଛ ମାଂସ ଦର ଆକଶ ଛୁଆଁ ହୋଇଛି । ଚଢା ଦର ଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ

ଛାଡ଼ଖାଇ ନେଇ ଆମିଷ ବଜାରରେ ଦରଦାମ ଆକାଶ ଛୁଆଁ
ଛାଡ଼ଖାଇ ନେଇ ଆମିଷ ବଜାରରେ ଦରଦାମ ଆକାଶ ଛୁଆଁ

ଭବାନୀପାଟଣା: ସରିଛି ଧର୍ମର ମାସ । ଶନିବାନ ଛାଡଖାଇ ଥିଲା । ଅନେକ ଲୋକ ଶନିବାର ଆମିଷ ଖାଆନ୍ତି ନାହିଁ । ତେଣୁ ଗତକାଲି(ଶନିବାର) ଆମିଷ ବଜାର ଖାଁ ଖାଁ ଥିଲା । ଆଜି ରବିବାର ଥିବାରୁ ଆମିଷ ବଜାରରେ ନାହିଁ ନଥିବା ଭିଡ । ମାସେ ହେଲା ପାଟିରେ ଆମିଷ ବାଜି ନଥିବାରୁ ଆମିଷ ମାର୍କେଟରେ ଲାଗିଛି ଲୋକଙ୍କ ଭିଡ଼। ସକାଳୁ ସକାଳୁ ଭବାନୀପାଟଣା ମାଛ ଓ ମାଂସ ବଜାର ସରଗରମ ରହିଛି। ସକାଳୁ ସକାଳୁ ବ୍ୟବସାୟୀ ମାଛ, ମାଂସ ପସରା ମେଲାଇ ବସିଛନ୍ତି । ମାଛ ମାଂସ ଦର ଆକଶ ଛୁଆଁ ହୋଇଛି । ଚଢା ଦର ଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଛାଡ଼ଖାଇ ନେଇ ଆମିଷ ବଜାରରେ ଦରଦାମ ଆକାଶ ଛୁଆଁ

ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା । ରବିବାର ଆମିଷ ମାର୍କେଟରେ ଖଚାଖଚ ଭିଡ । ଆଜି ଅସଲି ଛାଡଖାଇ ପାଳୁଛନ୍ତି ଲୋକେ । ଲୋକଙ୍କ ଭିଡ ସହିତ ମାଛ ମାଂସ ଦର ବି ପ୍ରବଳ ରହିଛି । ଛେଳି ମାଂସ କିଲୋପ୍ରତି ୬୦୦, ଚିଙ୍ଗୁଡି ୫୦୦ ରହିଥିବା ମାଛ ୨୦୦ ଟଙ୍କା ରହିଛି । ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ମାସେ ହେଲା ବେପାର ମାନ୍ଦା ଥିବାରୁ ଟିକେ ଭଲ ବେପାର ଆଶାରେ ରହିଛନ୍ତି ବେପାରୀ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ,ଇଟିଭି ଭାରତ

Last Updated : Nov 22, 2021, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.