ବଲାଙ୍ଗୀର: ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଉଭଯ ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବରୁ ପେକ୍ସ ବା ସମବାୟ ସମିତିର ନିର୍ବାଚନ ସରିଥିବାବେଳେ, ଏବେ ସେମାନଙ୍କ ମଧ୍ୟରୁ ବ୍ୟାଙ୍କ ଡାଇରେକ୍ଟର ନିର୍ବାଚିତ ହେବେ । ଏହାପରେ ପୁଣି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧ୍ୟକ୍ଷ୍ୟ ଚୟନ କରାଯିବ ।
ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ମୋଟ 172ଟି ସମବାୟ ସମିତି ଥିବା ବେଳେ 15ଟି ବ୍ୟାଙ୍କ ଜୋନ୍ ରହିଛି । 15ଟି ଜୋନ ନିର୍ଦ୍ଦେଶକ ପଦ ପାଇଁ ଏହି ନିର୍ବାଚନ ହେବ । ନାମାଙ୍କନର ଶେଷ ଦିନରେ 15 ଯୋନ ପାଇଁ ମୋଟ 116 ଜଣ ନାମାଙ୍କନ ଦାଖଲ କରିଛନ୍ତି । ଏନେଇ ଆଶାୟୀ ପ୍ରାର୍ଥୀ କହିଛନ୍ତି, "ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ପରିଚାଳନା ପରିଷଦ ପାଇଁ ବିଭିନ୍ନ ଜୋନରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ଚଳିତ ଥର ବିଜେଡି ସମସ୍ତ ଜୋନ୍ ହାତେଇବାର ଲକ୍ଷ୍ୟ ରଖିଛି ।"
ଏହା ମଧ୍ୟ ପଢ଼ନ୍ତୁ: ଜମି ଅଧିଗ୍ରହଣ ପ୍ରତିବାଦରେ ମେସିନ ଆଗରେ ଶୋଇଲେ ସେବାୟତ
ଆସନ୍ତା 16 ତାରିଖରେ ଏହାର ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇବ । ସେହିପରି ଆସନ୍ତା 30 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ନିର୍ବାଚିତ ଡାଇରେକ୍ଟରମାନେ ବ୍ୟାଙ୍କ ଅଧ୍ୟକ୍ଷ ବାଛିବେ । ସେପଟେ ବିଭିନ୍ନ ଦଳ ଏହି ପଦବୀକୁ ହତେଇବା ପାଇଁ କସରତ ଆରମ୍ଭ କରିଛନ୍ତି ।
ଇଟିଭି ଭାରତ, ବାଲାଙ୍ଗୀର