ETV Bharat / state

ବଲାଙ୍ଗୀରରେ ଦୋଳ ପୂର୍ଣ୍ଣିମା ଫିକା - covid restriction in balangiri

ଏବର୍ଷ ମଧ୍ୟ କରୋନାର ଦ୍ଵିତୀୟ ଲହର କଟକଣା ପାଇଁ ଏହି ଦୋଳ ଉତ୍ସବ ପାଳନ ଫିକା ପଡିଛି । ଅଧିକ ପଢନ୍ତୁ...

କରୋନା କଟକଣା ଯୋଗୁଁ ଏଥର ଦୋଳ ପୂର୍ଣ୍ଣିମା ଫିକା

author img

By

Published : Mar 28, 2021, 8:56 PM IST

ବଲାଙ୍ଗୀର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ପାଳନ ଚାଲିଛି । ହେଲେ ଏବର୍ଷ ମଧ୍ୟ କରୋନାର ଦ୍ଵିତୀୟ ଲହର କଟକଣା ପାଇଁ ଏହି ଉତ୍ସବ ପାଳନ ଫିକା ପଡିଛି। କେବଳ ଚାରି କାନ୍ଥ ମଧ୍ୟରେ ବଲାଙ୍ଗୀରରେ ଏହି ଉତ୍ସବ ପାଳନ କରିଛନ୍ତି ଯାଦବ ସମ୍ପ୍ରଦାୟ। ତେବେ ସାଧାରଣତଃ ଆଜିର ଦିନରେ ଭଗବାନ ରାଧା କୃଷ୍ଣଙ୍କ ପଟୁଆର ବାହାରି ସହର ପରିକ୍ରମା କରିଥାଏ । ରଙ୍ଗବାଦୀ ଖେଳ ତଥା ହଳଦୀ ଖେଳରେ ଯାଦବ ସମ୍ପ୍ରଦାୟ ଏହି ଉତ୍ସବକୁ ଧୁମଧାମରେ ପାଳନ କରିଥାନ୍ତି। ହେଲେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଲୋକଙ୍କ ହିତ ପାଇଁ ଏଥର ଏସବୁ ସମୂହ ଆୟୋଜନ କରାଯାଇ ନାହିଁ । କେବଳ ଘର ଭିତରେ ପୂଜାର୍ଚ୍ଚନା କରି ଓ ପରମ୍ପରା ଅନୁଯାୟୀ ବାଦୀଖେଳ କରି ଏହି ଦୋଳ ପୂର୍ଣ୍ଣିମା ପାଳିତ ହୋଇଛି ।

କରୋନା କଟକଣା ଯୋଗୁଁ ଏଥର ଦୋଳ ପୂର୍ଣ୍ଣିମା ଫିକା

ଏହି ଉତ୍ସବ ଏଥର ଫିକା ପଡିଥିବାବେଳେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟ ଦେଖିବାକୁ ମିଳିନାହିଁ। ତେବେ ବଲାଙ୍ଗୀର ଜିଲ୍ଲାରେ ଯାଦବମାନେ ଏହି ଦୋଳ ପୂର୍ଣ୍ଣିମା ଉତ୍ସବକୁ ଧୁମଧାମରେ ପାଳନ କରୁଥିବାବେଳେ ଏବର୍ଷ ଏମାନଙ୍କର 25 ତମ ମହୋତ୍ସବ ପୂର୍ତ୍ତି ହେଉଛି । ଧୁମଧାମରେ ପାଳନ କରିବା ପାଇଁ ସବୁ ପ୍ରସ୍ତୁତି ସରିଥିବାବେଳେ ଏଥର କୋଭିଡ କଟକଣା ଯୋଗୁଁ ସବୁ ବନ୍ଦ କରିବାକୁ ପଡିଛି। କେବଳ ପରମ୍ପରା ଅନୁଯାୟୀ ମାସ୍କ ସାନିଟାଇଜର ବ୍ୟବହାର କରି ନୀତିକାନ୍ତି କରାଯାଇଥିବାର ଯାଦବ ସମାଜ ପକ୍ଷରୁ କୁହାଯାଇଛି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.