ETV Bharat / state

MBBS Student Death: ନିଶାନ୍ତ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ, ହ୍ବାଟ୍ସଆପ୍‌ ଚାଟ୍‌ରେ ରାଗିଂ ଖୁଲାସା - ହାଟ୍ସଆପ ଚାଟିଂରେ ରାଗିଂ ଖୁଲାସା

ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ(Bhima Bhoi Medical College) ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣାରେ ଆସିଲା ମୃତ ଛାତ୍ରଙ୍କ ଚାଟିଂ ଲିଷ୍ଟ । ଅଧିକ ପଢନ୍ତୁ

MBBS Student Dies: ରାଗିଂ ନେଇ ସାଙ୍ଗ ସହ ଚାଟିଂ କରିଥିଲେ ମୃତ ଛାତ୍ର

author img

By

Published : Apr 24, 2022, 9:15 PM IST

Updated : Apr 24, 2022, 9:39 PM IST

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ(Bhima Bhoi Medical College) ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣାରେ ଆଜି(ରବିବାର) ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଶାନ୍ତ ତାଙ୍କର ଏକ ବନ୍ଧୁଙ୍କ ସହ ହ୍ବାଟ୍ସଆପ୍‌ ଚାଟିଂର କିଛି ଫଟୋ ପୋଲିସକୁ ଦେଇଛନ୍ତି ପରିବାର ଲୋକ । ରାଗିଂ ପାଇଁ ନିଶାନ୍ତ ମୃତ୍ୟୁ ହୋଇଥିବା ସ୍ପଷ୍ଟ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହି ଆଧାରରେ ନିଶାନ୍ତଙ୍କ ବାପା କ୍ରୀଷନ କୁମାର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଚାଟିଂରେ ମୃତ ଛାତ୍ର ନିଶାନ୍ତ କୁମାର ବିଦେଶରେ ରହୁଥିବା ଜଣେ ବନ୍ଧୁଙ୍କୁ ଏଠାକାର ରାଗିଂ ବିଷୟରେ କହିଥିବା ଜଣାପଡିଛି । ଯେଉଁଥିରେ ସେ ସ୍କୁଲରେ ପଢିବା ସହଜ ଥିବାବେଳେ ଏଠା ସିନିୟରମାନେ ଦିନକୁ ତିନି ଚାରି ଘଣ୍ଟା ରାଗିଂ କରୁଥିବାର ଲେଖିଛନ୍ତି ।

ସେହିପରି ତାଙ୍କୁ ପାର୍କ, ଖେଳ ପଡିଆ ଯିବାକୁ ମନା କରିବା ସହ ସିନିୟରଙ୍କୁ ଦେଖିଲେ ସମ୍ମାନ ଦେବାକୁ କହୁଥିବା ଚାଟିଂରେ ଲେଖିଛନ୍ତି । ସେହିପରି ସିନିୟରମାନେ ଖେଳିଲେ ତାଙ୍କୁ ଜୋର୍ ଜବରଦସ୍ତ ଉପସ୍ଥିତ ରହିବା ସହ ଫିଲ୍ଡରେ କାମ କରିବାକୁ କୁହାଯାଉଥିବା ମଧ୍ୟ କହିଛନ୍ତି । ତେବେ ବଲାଙ୍ଗୀର ଭୀମ ଭୋଇ କଲେଜରେ ରାଗିଂ ଚାଲିଥିବା ଏଥିରୁ ସ୍ପଷ୍ଟ ହୋଇ ଥିବାବେଳେ ନିଶାନ୍ତ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ । ସେପଟେ ଓଡ଼ିଶାର ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ମଧ୍ୟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆ ଯାଇଛି । ସେହିପରି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଛି ବୋଲି ଆବାହକ ତେଜେଶ୍ବର ପରିଡ଼ା ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 24, 2022, 9:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.