ETV Bharat / state

ପୁଣି ଅଲୋଡ଼ା ଶିଶୁ, ଡାକ୍ତରଖାନା ପାଇଖାନାରୁ ଉଦ୍ଧାର ହେଲା ନବଜାତକ - abandoned baby rescued

ଡାକ୍ତରଖାନା ପାଇଖାନାରୁ ନବ ଜାତ ଶିଶୁ ଉଦ୍ଧାର ହୋଇଛି। ନବଜାତ ଶିଶୁକୁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ମା' ଫେରାର ହୋଇ ଯାଇଥିବା ଜଣାପଡିଛି। ଅଧିକ ପଢନ୍ତୁ

new born baby rescued
ଡାକ୍ତରଖାନା ପାଇଖାନାରୁ ନବ ଜାତ ଶିଶୁ ଉଦ୍ଧାର
author img

By ETV Bharat Odisha Team

Published : Sep 9, 2023, 8:59 PM IST

ଡାକ୍ତରଖାନା ପାଇଖାନାରୁ ନବ ଜାତ ଶିଶୁ ଉଦ୍ଧାର

ବଲାଙ୍ଗୀର: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । ଡାକ୍ତରଖାନା ପାଇଖାନାରୁ ନବ ଜାତ ଶିଶୁ ଉଦ୍ଧାର ହୋଇଛି। ଭୀମ ଭୋଇ ମେଡିକାଲ କଲେଜରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନବଜାତ ଶିଶୁକୁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ମା' ଫେରାର ହୋଇ ଯାଇଥିବା ଜଣାପଡିଛି। ଏନେଇ ତଦନ୍ତ ଜାରି ରହିଥିବାବେଳେ ଶିଶୁଟିକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ କେଆର ୟୁନିଟ (SNCU)ରେ ଭର୍ତ୍ତି କରାଯାଇଛି । ବଲାଙ୍ଗୀର ପାଇଖାନାରେ ନବଜାତ ଶିଶୁକୁ ଛାଡି ମା' ଫେରାର ହେବା ଘଟଣାକୁ ନେଇ ସବୁଠି ଚାଞ୍ଚଲ୍ୟ ଖେଳି ଯାଇଛି।

ତେବେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଭୀମ ଭୋଇ ମେଡିକାଲ୍ କଲେଜ ଡ଼ାକ୍ତରଖାନାରୁ ଉଦ୍ଧାର କରାଯାଇଛି । କେତେବେଳେ ରାସ୍ତାକଡରେ ତ ଆଉ କେତେବେଳେ ନାଳରୁ ଶିଶୁ ଉଦ୍ଧାର ହେବାର ନଜିର ରହିଛି। ହେଲେ ଆଜି ମେଡ଼ିକାଲ ପାଇଖାନାରୁ ନବଜାତ ଶିଶୁ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଏପରିକି ପ୍ରସବ ପରେ ମହିଳା ପାଇଖାନାରେ ଛୁଆ ଛାଡ଼ି କୁଆଡେ ଛୁ ମାରିଥିବା ଜଣା ପଡ଼ିଛି। ଯାହାକୁ ନେଇ ସବୁଟି ଆଲୋଡନ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଆଜି ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ମେଡିସିନ ୱାର୍ଡର ପାଇଖାନାରେ ଛୁଆ କାନ୍ଦୁ ଥିବା ଶବ୍ଦ ଆସିଥିଲା। ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ଖବର ପାଇ ମେଡ଼ିକାଲ କର୍ମଚାରୀଙ୍କ ସହାୟତାରେ ନବଜାତ ଶିଶୁକୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ପରେ ନବଜାତ ଶିଶୁକୁ SNCUରେ ଭର୍ତ୍ତି ସହ ଅଧିକ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ଶିଶୁ କନ୍ୟାର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

ଏହା ବି ପଢନ୍ତୁ....ପୁଣି ଅଲୋଡା କନ୍ୟାରତ୍ନ, ଚାଷଜମିରୁ ନବଜାତର ମୃତଦେହ ଉଦ୍ଧାର

ଏହା ବି ପଢନ୍ତୁ...ଅଲୋଡ଼ା ଶିଶୁକନ୍ୟା, ତାଳଦଣ୍ଡା କେନାଲରୁ ନବଜାତକର ମୃତଦେହ ଉଦ୍ଧାର

ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ଗୋବିନ୍ଦ ଶତପଥୀଙ୍କ କହିଛନ୍ତି, 'ଆଜି ଭୋର ସମୟରେ ମେଡ଼ିକାଲରେ ଏକ ଶିଶୁ କାନ୍ଦୁଥିବା ଖବର ପାଇଥିଲେ। ସଙ୍ଗେ ସଙ୍ଗେ ହସ୍ପିଟାଲକୁ ଯାଇ ମେଡ଼ିକାଲ କର୍ମଚାରୀଙ୍କ ସହାୟତାରେ ସେଠାରୁ ନବଜାତ ଶିଶୁକୁ ଉଦ୍ଧାର କରି SNCUରେ ଭର୍ତ୍ତି କରିଥିଲେ। ହେଲେ ମେଡ଼ିକାଲରେ ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମହିଳା ଜଣକ କେମିତି ଛୁଆ ଛାଡ଼ି ଫେରାର ମାରିଲେ ତାହା ଆଶ୍ଚର୍ଯ୍ୟ କରିଛି। ସେପଟେ ସିସିଟିଭି ଫୁଟେଜ ଯାଞ୍ଚ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ। ତେବେ ବାରମ୍ବାର ନବଜାତ ଶିଶୁ ଉଦ୍ଧାର ହେବା ଘଟଣା ନଜରକୁ ଆସୁଛି। କେତେବେଳେ କନ୍ୟା ସନ୍ତାନ ହେବା ଯୋଗୁ ତ ଆଉ କେତେବେଳେ ଅବୈଧ ସନ୍ତାନ କାରଣରୁ ପିତାମାତା ସନ୍ତାନଙ୍କୁ ଏଭଳି ଛାଡି ଚାଲି ଯାଉଛନ୍ତି। ଯେଉଁଥିରେ ରୋକ୍ ଲାଗିବା ପାଇଁ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଥିଲେ ବି ସ୍ଥିତିରେ ସୁଧାର ଆସୁନି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.