ETV Bharat / state

ଜାନୁଆରୀ 18ରୁ ସର୍ବଭାରତୀୟ ନାଟ୍ୟ ଉତ୍ସବ - national level theater festival

ଆସନ୍ତା ଜାନୁଆରୀ 18 ତାରିଖରେ ବଲାଙ୍ଗୀରରେ ଅନୁଷ୍ଠିତ ହେବ ସର୍ବଭାରତୀୟ ନାଟ୍ୟ ଉତ୍ସବ । 5 ଦିନ ଧରି ଚାଲିବାକୁ ଥିବା ଉତ୍ସବରେ ବିଭିନ୍ନ ରାଜ୍ୟର ନାଟକ ମଞ୍ଚସ୍ଥ ହେବ । ଅଧିକ ପଢ଼ନ୍ତୁ

mathakhai theater festival
ସର୍ବଭାରତୀୟ ମଠଖାଇ ନାଟ୍ୟ ଉତ୍ସବ
author img

By

Published : Dec 28, 2022, 10:01 AM IST

ଜାନୁଆରୀ 18ରୁ ସର୍ବଭାରତୀୟ ନାଟ୍ୟ ଉତ୍ସବ

ବଲାଙ୍ଗୀର: ଜାନୁଆରୀ 8 ତାରିଖରେ ଅନୁଷ୍ଠିତ ହେବ ସର୍ବଭାରତୀୟ ମଠଖାଇ ନାଟ୍ୟ ଉତ୍ସବ । 5 ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛତିଶଗଡ଼, ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ରାଜ୍ୟର ନାଟକ ସହ ଓଡ଼ିଶାର ନାଟକ ପ୍ରଦର୍ଶିତ ହେବ । ଏନେଇ ମଠଖାଇ ନାଟ୍ୟ ମହୋତ୍ସବ କମିଟି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛି । ଦୀର୍ଘ ଦୁଇ ବର୍ଷ ପରେ ଚଳିତ ଥର ବେଶ ଆଡ଼ମ୍ବର ସହ ଉତ୍ସବ ଆୟୋଜନ କରିବାକୁ କମିଟି ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଗୋପାଳପୁର ବେଳାଭୂମି ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ଅରମାନଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ବଲାଙ୍ଗୀର ସର୍ବଭାରତୀୟ ମଠଖାଇ ନାଟ୍ୟ ମହୋତ୍ସବ ଆସନ୍ତା ଜାନୁୟାରୀ 8 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥର ମଞ୍ଚରେ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ ରାଜ୍ୟର ଉତ୍କୃଷ୍ଟ ନାଟକ ସହ ଓଡ଼ିଶାର ଦୁଇଟି ନାଟକ ମଞ୍ଚସ୍ଥ ହେବ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଲୋକନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯିବ । ତେବେ ସବୁ ବର୍ଷ ଏହି ସର୍ବ ଭାରତୀୟ ନାଟ୍ୟ ମହୋତ୍ସବରେ ଦେଶର ବଛାବଛା ନାଟକ ପ୍ରଦର୍ଶିତ ହୋଇଥାଏ । ଏହି ଧାରାରେ ପ୍ରଥମ ଦିନରେ ଝାରଖଣ୍ଡ ରାଜ୍ୟର "କୋର୍ଟ ମାର୍ଶଲ" ନାଟକ ମଞ୍ଚସ୍ଥ ହେବ । ଯାହାର ନିର୍ଦ୍ଦେଶନା ନାଟ୍ୟକାର ସଞ୍ଜୟ ଲାଲ ଦେଇଥିବା ବେଳେ ଏହାର ରଚନା କରିଛନ୍ତି ସ୍ବଦେଶ ଦୀପକ । ସେହିପରି ଦ୍ଵିତୀୟ ଦିନରେ ପଶ୍ଚିମବଙ୍ଗ ରାଜ୍ୟର "ତିତସ ଏକଟି ନାଦିର" ନାଟକ ମଞ୍ଚସ୍ଥ ହେବ । ଯାହାର ନିର୍ଦ୍ଦେଶନା ବିଶ୍ବବିଖ୍ୟାତ ନାଟ୍ୟକାର ପ୍ରବୀଣ ଗୁହା ଦେଇଛନ୍ତି । ତୃତୀୟ ଦିନରେ ଓଡ଼ିଶା ଭୁବନେଶ୍ୱରର ଓଡ଼ିଆ ନାଟକ "ଫୁଲ ଟେନସନ" ପ୍ରଦର୍ଶନ କରାଯିବ । ହରେନ ସାହୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଆନନ୍ଦ ଚନ୍ଦ୍ର ପାହି ରଚନା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: DhanuYatra Begins: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ସମାନ ଭାବରେ ପଞ୍ଚମ ଦିନରେ କୋଷଳି ନାଟକ "କିଞ୍ଚିତ ଭୋଗମ" ମଞ୍ଚସ୍ଥ ହେବ । ଯାହାର ଲେଖକ କେଶ ରଞ୍ଜନ ପ୍ରଧାନ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରବି ରଞ୍ଜନ ପ୍ରଧାନ । ଏହାଛଡା ପଞ୍ଚମ ଦିନରେ ଛାତିଶଗଡ ନାଟକ "ସାକୁ ବାଇ" ପ୍ରଦର୍ଶିତ ହେବ । ନଦୀରା ବାବର ଏହାର ରଚନା କରିଛନ୍ତି ଓ ନିର୍ଦ୍ଦେଶନା ଦେଇଛନ୍ତି ଯୋଗ ମିଶ୍ର । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ନାଟ୍ୟ ଉତ୍ସବ ସବୁଦିନ ସନ୍ଧ୍ୟାରେ ଆରମ୍ଭ ହେବ । ନାଟକ ସହ ଅନ୍ୟ ମନୋରଞ୍ଜନ ନୃତ୍ୟ ସବୁ ମଧ୍ୟ ପ୍ରଦର୍ଶିତ ହେବ । ସମାଜକୁ କିଛି ମୂଲ୍ୟବାନ ବାର୍ତ୍ତା ଦେବା ଏହାର ମୂଳ ଲକ୍ଷ୍ୟ । ଏହାଦ୍ୱାରା ସମାଜର କୁସଂସ୍କାର, ସମାଜର ଉନ୍ନତି ଓ ଅଞ୍ଚଳର ବିକାଶ ସାଙ୍ଗକୁ ଏକତା ସୃଷ୍ଟି କରିବ । ଏହି ପରିପ୍ରେକ୍ଷୀରେ ମଞ୍ଚ ନାଟକ କେବେ ମରିବ ନାହିଁ ଓ ଆଗକୁ ମଧ୍ୟ ଲୋକଙ୍କୁ ଶିକ୍ଷା ଦେବ ବୋଲି କହିଛନ୍ତି ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ୍ୟ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.