ETV Bharat / state

ଇଦକୁ ନେଇ ଚଳଚଞ୍ଚଳ ବଲାଙ୍ଗୀର, ହାଟ-ବଜାରରେ ଜମୁଛି ଭିଡ

ଦୀର୍ଘ ଏକ ମାସ ପରେ ସମସ୍ତଙ୍କ ଅପେକ୍ଷା ଇଦ-ଉଲ-ଫିତରକୁ । ଏହିଦିନ ଇଦ୍‌ର ଚାନ୍ଦ ଦେଖି ନିଜର ଉପବାସ ଭାଙ୍ଗିଥାନ୍ତି ମୁସଲମାନ ଭାଇ ଓ ଭଉଣୀମାନେ । ତେଣୁ ଆଗକୁ ଇଦ-ଉଲ-ଫିତର ଆସୁଥିବାରୁ ସମସ୍ତେ ଲାଗି ପଡିଛନ୍ତି ଏହାର ପ୍ରସ୍ତୁତି କାର୍ଯ୍ୟରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର
author img

By

Published : May 30, 2019, 12:03 AM IST

ବଲାଙ୍ଗୀର: ଆରମ୍ଭ ହୋଇଛି ମୁସଲମାନ ସଂପ୍ରଦାୟଙ୍କ ପବିତ୍ର ରମଜାନ ପର୍ବ । ରମଜାନ ମାସରେ ପାଖାପାଖି ଗୋଟିଏ ମାସ ଧରି ରୋଜା ରଖିଥାନ୍ତି ମୁସଲମାନ ସଂପ୍ରଦାୟର ଭାଇ ଓ ଭଉଣୀମାନେ । ଏହି ପର୍ବରେ ସେମାନେ ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କିଛି ନଖାଇ ନପିଇ ଉପବାସ କରିଥାନ୍ତି । ଏମିତି କି ସେମାନେ ପାଣି ମଧ୍ୟ ପିଇନଥାନ୍ତି । ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସମସ୍ତେ ସ୍ବଚ୍ଛ ମନରେ ଆହ୍ଲାଙ୍କୁ ସ୍ମରଣ କରି ନମାଜ ପାଠ କରିଥାଆନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ଦୀର୍ଘ ଏକ ମାସ ପରେ ସମସ୍ତଙ୍କ ଅପେକ୍ଷା ଇଦ-ଉଲ-ଫିତରକୁ । ଏହିଦିନ ଇଦ୍‌ର ଚାନ୍ଦ ଦେଖି ନିଜର ଉପବାସ ଭାଙ୍ଗିଥାନ୍ତି ମୁସଲମାନ ଭାଇ ଓ ଭଉଣୀମାନେ । ତେଣୁ ଆଗକୁ ଇଦ-ଉଲ-ଫିତର ଆସୁଥିବାରୁ ସମସ୍ତେ ଲାଗି ପଡିଛନ୍ତି ଏହାର ପ୍ରସ୍ତୁତି କାର୍ଯ୍ୟରେ । ନୂଆ ପୋଷାକ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ ତିଆରିରେ ସମସ୍ତେ ବ୍ୟସ୍ତ ।

ନିଷ୍ଠାର ସହିତ କରିଥିବା ଉପବାସର ପଡିବ ଯବନିକା । ଏବେ କେବଳ ଅପେକ୍ଷା ଇଦ ଚାନ୍ଦକୁ । କେବେ ଦେଖିବେ ଚାନ୍ଦ ଓ ଖୋଲିବେ ରୋଜା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.