ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା - ତେଜୁଛି ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ ବିବାଦ

ବିଧାୟକ ସନ୍ତୋଷ ସିଂ ସାଲୁଜା ହଜାର ହଜାର ସମର୍ଥକଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟ କଲେ ଘେରାଉ । ତେଜୁଛି ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ ବିବାଦ । ଅଧିକ ପଢନ୍ତୁ

protest in front of district collector office

author img

By

Published : Jan 19, 2023, 12:53 PM IST

protest in front of district collector office

ବଲାଙ୍ଗୀର: ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ ବିବାଦ ତେଜିବାରେ ଲାଗିଛି । ଏନେଇ ଗତକାଲି ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜର ହଜାର ହଜାର ସମର୍ଥକଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସେପଟେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିବାଦ ତୃତୀୟ ଦିନରେ ଜାରି ରହିଛି ।

ସୂଚନା ମୁତାବକ, ଗତ 12 ତାରିଖରେ ବଲାଙ୍ଗୀର ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ବୈଠକ ବସିଥିଲା । ସେଠାରେ କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ବ୍ଲକର ବିଜୁ କେବିକେ ଟଙ୍କା ତଥା ଅନ୍ୟାନ୍ୟ ବ୍ଲକ ଗ୍ରାଣ୍ଟ ଅନୁଦାନ ଟଙ୍କାକୁ ଜିଲ୍ଲାପାଳ ମନମୁଖୀ କାଟି ଦେଇଥିବାର ଅଭିଯୋଗ କରିଥିଲେ ବିଧାୟକ । ଏହାକୁ ନେଇ କଥା କଟାକଟି ହେବା ସହ ଉଭୟ ଜିଲ୍ଲାପାଳ ଓ ବିଧାୟକ ମୁହାଁମୁହିଁ ହୋଇଥିଲେ ।

ତେବେ ଏହି ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଯେଉଁଥିରେ ବିଧାୟକଙ୍କ ସମର୍ଥକ 16 ତାରିଖରୁ କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ବ୍ଲକରେ ଧାରଣା ଦେଇଥିଲେ । ଗତକାଲି ନିଜେ ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗତ 12 ତାରିଖରେ ଜିଲ୍ଲାପାଳଙ୍କ ବେଆଇନ କାର୍ଯ୍ୟକଳାପକୁ ନେଇ ସେ ସ୍ୱର ଉଠାଇଥିଲେ । ଯେଉଁଥିରେ ଦାଦନ ପ୍ରବଣ ଅଞ୍ଚଳ ବା ଅନୁନ୍ନତ ଅଞ୍ଚଳ ପାଇଁ ଆସୁଥିବା ବିଜୁ କେବିକେ ଟଙ୍କା ଜିଲ୍ଲାପାଳ ନିଜ ମନ ମୁତାବକ କାଟି ଦେବା ସହ ଅନ୍ୟ ଅଣ ଦାଦନ ପ୍ରବଣ ବ୍ଳକକୁ ଦେଇଛନ୍ତି । ଯାହା ସମ୍ପୂର୍ଣ୍ଣ ବେଆଇନ ଅଟେ ବୋଲି ବିଧାୟକ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,ବିଧାୟକ ଓ ଜିଲ୍ଲାପରିଷଦ ସଭ୍ୟଙ୍କ ବିନା ଅନୁମତିରେ ତାଙ୍କ ରେକମେଣ୍ଡସନ ଟଙ୍କା ଜିଲ୍ଲାପାଳ ଏପଟ ସେପଟ କରିଛନ୍ତି । କୌଣସି କାମ 5 ଲକ୍ଷରୁ କମରେ ହେବାକୁ ନ ଥିବା ବେଳେ ଜିଲ୍ଲାପାଳ ନିଜ ପଟୁ 30 ରୁ 40 ହଜାରରେ କାମ ବଣ୍ଟନ କରିଥିବା କହିଛନ୍ତି । ଯାହା ସମ୍ପୂର୍ଣ୍ଣ ବେଆଇନ । ଏହା ଛଡା 5ଟି ସ୍କୁଲ ଓ ଉଚ୍ଚ ବିଦ୍ୟାଳୟ ନିର୍ମାଣ ରୂପାନ୍ତରଣ କାମରେ ମଧ୍ୟ ଜିଲ୍ଲାପାଳ ମନମୁଖୀ କାର୍ଯ୍ୟ କରି ଏଯାଏଁ କାମ କରିଥିବା ଲୋକଙ୍କୁ ପ୍ରାପ୍ୟ ମିଳି ନଥିବାର କହିଛନ୍ତି । ଏଥିସହ ଆଗକୁ ଜିଲ୍ଲାପାଳ ବୋଧେ ନିର୍ବାଚନ ଲଢ଼ିବେ ସେଥି ପାଇଁ ସେ ଏଭଳି କାମ କରୁଥିବାର ବିଧାୟକ କହିଛନ୍ତି ।

ତେବେ ସମାନ ଭାବରେ ଏଠିକାର ଅଧିକାରୀ ମାନେ କଳା ବ୍ୟାଚ୍‌ ପିନ୍ଧିଛନ୍ତି ହେଲେ ନିଜ କାମ ନ କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ବିଧାୟକ । ଏହାଛଡା ନିକଟରେ ଖପ୍ରାଖୋଲାରେ ମଧ୍ୟ ଶ୍ରମିକ ଆନ୍ଦୋଳନ ହୋଇଥିଲା ସେହିପରି ଯେତେ ଟଙ୍କା କଟା ଯାଇଛି ସେସବୁ ତୁରନ୍ତ ଫେରସ୍ତ ହେବା ନେଇ ସେ ଦାବି କରିଛନ୍ତି । ଆଗାମୀ ବିଧାନ ସଭା ଅଧିବେଶନରେ ସେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଠାରେ ଜବାବ ତଲବ କରିବେ ବୋଲି ସାଲୁଜା ସୂଚନା ଦେଇଛନ୍ତି ।

ସେପଟେ ବଲାଙ୍ଗୀର ପ୍ରଶାସନିକ ସେବା ସଂଘର ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଗତକାଲି ମଧ୍ୟ ସମସ୍ତେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ । ତେବେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଧାୟକ ଜିଲ୍ଲାପାଳଙ୍କ ପ୍ରତି ଆଚରଣ ଓ ବ୍ୟବହାରକୁ ନିନ୍ଦା କରିଛନ୍ତି ।

ସେହିପରି ବିଧାୟକଙ୍କ ଆନ୍ଦୋଳନ ଉପରେ ବିଶେଷ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ବଲାଙ୍ଗୀର ଏଡି ଏମ ଲମ୍ବୋଦର ଧରୁଆ । ସେମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ଓ ଲୋକ ଗଣତାନ୍ତ୍ରିକ ପଦ୍ଧତିରେ ଅଭଯୋଗ କରି ପାରିବେ ବୋଲି ଏଡି ଏମ କହିଛନ୍ତି । ତେବେ ଏଭଳି ଅବସ୍ଥାରେ ଜିଲ୍ଲାପାଳ ଓ ବିଧାୟକଙ୍କ କଳି ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.