ETV Bharat / state

ବିଧାୟକଙ୍କ ସମ୍ପର୍କୀୟର ଦାଦାଗିରି ଘଟଣା, ଏସପିଙ୍କ ଦ୍ବାରସ୍ତ ଜିଲ୍ଲା ଓକିଲ ସଂଘ - ଓକିଲ ସଂଘ

ବିଧାୟକଙ୍କ ସମ୍ପର୍କୀୟ ଦୋକାନ ଭାଙ୍ଗିବା ଓ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣା । ଥାନାରେ ମାମଲା , ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ତ ହେଲେ ଜିଲ୍ଲା ଓକିଲ ସଂଘ ।

mla relative attacked a shopkeepar in balangir
ବିଧାୟକଙ୍କ ସମ୍ପର୍କୀୟ ଦୋକାନ ଭାଙ୍ଗିବା ଓ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣା
author img

By

Published : Jan 13, 2021, 9:54 PM IST

ବଲାଙ୍ଗୀର : ବଲାଙ୍ଗୀର ବିଧାୟକଙ୍କ ସମ୍ପର୍କୀୟ ଯୁବକ ଜଣେ ପରିବା ବ୍ୟବସାୟୀଙ୍କ ଦୋକାନ ଭଙ୍ଗାରୁଜା କରିବା ସହ ଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହାର ସିସିଟିଭି ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ଘଟଣାକୁ ନେଇ ରାଜନୀତି ଜୋର୍ ଧରୁଛି। ତେବେ ଭିଡିଓରେ ଯୁବକ ଚିକୁ ମିଶ୍ର ଏକ ଟାଙ୍ଗିଆ ଧରି ଦୋକାନର ବିଭିନ୍ନ ସାମଗ୍ରୀ ଭାଙ୍ଗିଥିବା ବେଳେ ପନିପରିବା ଏପଟ ସେପଟ ଫିଙ୍ଗୁ ଥିବାର ଦୃଶ୍ୟମାନ ହୋଇଛି। ଏବଂ ଏହି ଘଟଣା ଦିନ ଦୋକାନ ମାଲିକ ଭୟରେ ଲୁଚି ଯାଇଥିବାର କହିଥିବା ବେଳେ ତାଙ୍କ କର୍ମୀଚାରୀଙ୍କୁ ମାଡ଼ ହୋଇଥିବାର ବଲାଙ୍ଗୀର ଟାଉନ ଥାନା ରେ ଲିଖିତ ଅଭିଯୋଗ ହୋଇଛି ।

ବିଧାୟକଙ୍କ ସମ୍ପର୍କୀୟ ଦୋକାନ ଭାଙ୍ଗିବା ଓ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣା

ସେପଟେ ଏହି ଘଟଣାରେ ପୋଲିସ ଚାପର ବଶବର୍ତ୍ତୀ ହୋଇ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛି ଜିଲ୍ଲା ଓକିଲ ସଂଘ। ଏହା ବିରୋଧରେ ବଲାଙ୍ଗୀର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ବଲାଙ୍ଗୀର ଟାଉନ ପୋଲିସ ସାଧାରଣ ଦଫା ଲଗାଇ ଅଭିଯୁକ୍ତ ଯୁବକକୁ ଛାଡି ଦେଇଥିବା ଅଭିଯୋଗ ହୋଇଛି। ଏବଂ ଆଇନ ଆଗରେ ସମସ୍ତେ ସମାନ ଥିବା ବେଳେ ପୋଲିସର ଏହି ପାତରଅନ୍ତର ନୀତିକୁ ବିରୋଧ କରିଛନ୍ତି।

ବଲାଙ୍ଗୀରରୁ ସେଖ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.