ETV Bharat / state

ଦିନକ ପରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Dec 11, 2020, 9:04 PM IST

ବଲାଙ୍ଗୀର ପାଟଣାଗଡ ଅନ୍ତର୍ଗତ ଧୁବଳପଡା ଗ୍ରାମରେ ଏକ ବିଲ ମଧ୍ୟରୁ ଜଣେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଦିନକ ପରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଦିନକ ପରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗୀର: ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ପାଟଣାଗଡ ଅନ୍ତର୍ଗତ ଧୁବଳପଡା ଗ୍ରାମର ଏକ ବିଲରୁ ଶୁକ୍ରବାର ଜଣେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକଙ୍କ ନାମ ନୀଳ ସାହୁ ଏବଂ ସେ ଗୋଟିଏ ଦିନ ପୂର୍ବରୁ ନିଖୋଜ ଥିଲେ । ତେବେ ପ୍ରାଥମିକ ତଦନ୍ତର ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

ଦିନକ ତଳେ ଉକ୍ତ ଗ୍ରାମର ବୁଲୁ ସାହୁ ତାଙ୍କ ସ୍ତ୍ରୀ ନୀଳ ସାହୁ ନିଖୋଜ ଥିବାର ଅଭିଯୋଗ କରିଥିଲେ । ଏନେଇ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ ମହିଳାଙ୍କ କୌଣସି ପତ୍ତା ମିଳିନଥିଲା । ତେବେ ଆଜି ସନ୍ଧ୍ୟାରେ ଗ୍ରାମବାସୀ ଏକ ଚାଷ ବିଲ ମଧ୍ୟରେ ଚିନାବାଦାମ ବୁଦା ଢଙ୍କା ଯାଇଥିବା ଜଣେ ମହିଳାଙ୍କ ଶବ ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦିନକ ତଳେ ନିଖୋଜ ଥିବା ମହିଳାଙ୍କ ଏହା ମୃତଦେହ ହୋଇଥିବା ଜଣାପଡିଥିଲା । ସେପଟେ ପ୍ରାଥମିକ ତଦନ୍ତରୁ ମହିଳାଙ୍କୁ ହତ୍ୟା କରାଯାଇଥିବାର ପୋଲିସ ସନ୍ଦେହ କରିଛି । ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.