ETV Bharat / state

ନାବାଳିକାକୁ ଦୁଷ୍କର୍ମ ଘଟଣା : ତିନି ମାସ ପରେ ଧରାପଡ଼ିଲା ଅଭିଯୁକ୍ତ - ବଲାଙ୍ଗୀର ଖବର

ନାବାଳିକାକୁ ଦୁଷ୍କର୍ମ ଘଟଣା । ତିନି ମାସ ପରେ ଧରାପଡ଼ିଲା ଅଭିଯୁକ୍ତ । ବଲାଙ୍ଗୀର ପୁଇଁନ୍ତଳା ବ୍ଲକରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ତିନି ମାସ ପରେ ଧରାପଡିଲା ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ନାବାଳିକାକୁ ଦୁଷ୍କର୍ମ : ତିନି ମାସ ପରେ ଧରାପଡ଼ିଲା ଅଭିଯୁକ୍ତ

author img

By

Published : Oct 8, 2022, 9:27 PM IST

ବଲାଙ୍ଗୀର : ନାବାଳିକାକୁ ଦୁଷ୍କର୍ମ ଘଟଣା । ତିନି ମାସ ପରେ ଧରାପଡ଼ିଲା ଅଭିଯୁକ୍ତ । ବଲାଙ୍ଗୀର ପୁଇଁନ୍ତଳା ବ୍ଲକରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ତିନି ମାସ ପରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତ ଜଣକ ରଙ୍ଗନିଧି ମହାକୁଡ଼(49) । ଅଭିଯୋଗ ଅନୁସାରେ ବଲାଙ୍ଗୀର ପୁଇଁନ୍ତଳା ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ରଙ୍ଗନିଧି ଦୁଷ୍କର୍ମ କରିଥିଲା ।

ନାବାଳିକାକୁ ଦୁଷ୍କର୍ମ : ତିନି ମାସ ପରେ ଧରାପଡ଼ିଲା ଅଭିଯୁକ୍ତ

ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜୁନ 20, 2022ରେ ପୁଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ତେବେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ରଙ୍ଗନିଧି ଗିରଫ ଭୟରେ ଫେରାର ହୋଇଯାଇଥିଲା । ଏପରିକି ରାଜ୍ୟ ଛାଡ଼ି ବାହାର ରାଜ୍ୟକୁ ପଳାଇଥିଲା ।

ଏନେଇ ପୋଲିସ ବିଭାଗ ତଦନ୍ତ ଜାରି ରଖିଥିଲା । ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ କର୍ଣ୍ଣାଟକ ଓ କେରଳ ମଧ୍ୟ ଯାଇ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ହେଲେ ଅଭିଯୁକ୍ତର କୌଣସି ଖୋଜ ଖବର ପାଇନଥିଲା ପୋଲିସ । ଗତକାଲି (ଶୁକ୍ରବାର) ଅଭିଯୁକ୍ତ ରଙ୍ଗନିଧିକୁ ପାଟଣାଗଡ଼ରୁ ଗିରଫ କରିଥିଲା ପୋଲିସ । ଆଜି ଅଭିଯୁକ୍ତ ରଙ୍ଗନିଧିର ଡାକ୍ତରୀମାଇନା ହୋଇଥିଲା । ପରେ ଦଫା 376 ଓ ବାଲ୍ ନିରୋଧ ଆଇନରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.