ETV Bharat / state

ବଲାଙ୍ଗୀରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ - ନାବାଳିକାଙ୍କୁ ଦୁଷ୍କର୍ମ

Minor girl raped and murdered: ବଲାଙ୍ଗୀରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଏସପିଙ୍କ ଦ୍ୱାରସ୍ତ ହେଲେ ମୃତକଙ୍କ ପରିବାର । ଅଧିକ ପଢନ୍ତୁ

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
minor girl allegedly raped
author img

By ETV Bharat Odisha Team

Published : Jan 11, 2024, 11:13 AM IST

minor girl allegedly raped

ବଲାଙ୍ଗୀର: ବଲାଙ୍ଗୀରରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ନାବାଳିକାର ପ୍ରେମିକ ଓ ତା'ର ଦୁଇ ସାଙ୍ଗ ଏଭଳି ବର୍ବରୋଚିତ କାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳରୁ । ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି ମୃତ ନାବାଳିକାଙ୍କ ପରିବାର ଲୋକେ । ପୀଡିତାଙ୍କ ପ୍ରେମିକ ଓ ତା'ର ଦୁଇ ସହଯୋଗୀଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

ଚଳିତ ମାସ 2 ତାରିଖ ଦିନ ଲାନ୍ଥ ନଦୀ କୂଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଆଣିବା ବାଟରେ ମୃତ୍ୟୁ ହୋଇଥିଲା । ଏନେଇ ନାବାଳିକାଙ୍କ ପରିବାର ଲୋକେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଥିଲେ । ଏ ସମ୍ପର୍କରେ ସେମାନେ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନନେବାରୁ ସେମାନେ ବାଧ୍ୟ ହୋଇ ବୁଧବାର ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି । ଝିଅକୁ ଯଥାଶୀଘ୍ର ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ ।

ଏହା ମଧ୍ୟ ପଢନ୍ତୁ- କୋଟପାଡରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ମୃତ ନାବାଳିକାଙ୍କ ଭଉଣୀଙ୍କ କହିବା କଥା, ''ଜାନୁଆରୀ 2 ତାରିଖରେ ମୂର୍ମୁଷ ଅବସ୍ଥାରେ ମୋ ଭଉଣୀଙ୍କୁ ଲାନ୍ଥ ନଦୀକୂଳରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରିବା ସମୟରେ ଦୁଇ ଜଣ ଯୁବକ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ଆମେ ଦେଖିବାକୁ ପାଇଥିଲୁ । ଏହାପରେ ସାଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭଣୀକୁ ଭର୍ତ୍ତି କରିଥିଲୁ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତାର ପ୍ରେମିକ ଓ 2 ସହଯୋଗୀ ମୋ ଉଭଣୀକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଛନ୍ତି । ଉକ୍ତ ତିନି ଜଣ ଯୁବକଙ୍କୁ ଶୀଘ୍ର ଗିରଫ କରିଯାଉ ।''

ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ବିଭିନ୍ନ ସଂଗଠନ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ସମାଜସେବୀ ଅଜୟ ନାଗ କହିଛନ୍ତି, ''ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ନାବାଳିକାଙ୍କୁ ତା'ର ପ୍ରେମିକ ଓ ସାଥିମାନେ ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି । ତେଣୁ ଏହି ଘଟଣାରେ ତୁରନ୍ତ ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରୁ ବୋଲି ସେମାନେ ଦାବି କରିଛନ୍ତି । ଏହି ଘଟଣାରେ ପୋଲିସ କୌଣସି ପ୍ରତିକ୍ରିୟା ରଖିନାହିଁ ।''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.