ETV Bharat / state

ବଲାଙ୍ଗୀରରେ 45 ଡିଗ୍ରୀ ଟପିଲା ପାରଦ, ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜୀବନ - ଅସହ୍ୟ ଗରମ

ସହରରେ 45 ଡିଗ୍ରୀ ଟପିଲା ପାରଦ। ଅସହ୍ୟ ଗରମ ଅସ୍ତବ୍ୟସ୍ତ କଲାଣି ସାଧାରଣ ଜୀବନ ଯାପନ । ତେବେ ଗତ 3 ଦିନ ହେବ ବଲାଙ୍ଗୀରରେ ତାପମାତ୍ରା 45 ଡିଗ୍ରୀ ଟପିଛି । ଏଥିସହ ସକାଳୁ 8ଟା ରୁ ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ଗରମ ଝାଞ୍ଜି ପବନ ବହୁଛି ।

mercury-has-dropped-to-45-degrees-celsius-in-balangir
ବଲାଙ୍ଗୀରରେ 45 ଡିଗ୍ରୀ ଟପିଲା ପାରଦ, ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜୀବନ
author img

By

Published : May 26, 2020, 7:36 PM IST

ବଲାଙ୍ଗୀର: ସହରରେ 45 ଡିଗ୍ରୀ ଟପିଲା ପାରଦ। ଅସହ୍ୟ ଗରମ ଅସ୍ତବ୍ୟସ୍ତ କଲାଣି ସାଧାରଣ ଜୀବନ ଯାପନ । ତେବେ ଗତ 3 ଦିନ ହେବ ବଲାଙ୍ଗୀରରେ ତାପମାତ୍ରା 45 ଡିଗ୍ରୀ ଟପିଛି ଏବଂ ଏଥିସହ ସକାଳୁ 8ଟା ରୁ ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ଗରମ ଝାଞ୍ଜି ପବନ ବହୁଛି । ଯାହାଫଳରେ ଦିନ ବେଳେ ଜରୁରୀ କାମ ନଥିଲେ ଲୋକ ବାହାରକୁ ବାହାରୁ ନାହାନ୍ତି ଲୋକେ । ଦିନ ବେଳା ଏଥି ଯୋଗୁଁ ଅଘୋଷିତ କର୍ଫ୍ୟୁ ଲାଗିଲା ପରି ପରିସ୍ଥିତି ରହୁଛି।

ବଲାଙ୍ଗୀରରେ 45 ଡିଗ୍ରୀ ଟପିଲା ପାରଦ, ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜୀବନ

ସେହିପରି ଏହି ଗରମରୁ ରାତିରେ ମଧ୍ୟ ନିସ୍ତାର ମିଳୁନାହିଁ। ରାତିରେ ମଧ୍ୟ ଗରମ ଝାଞ୍ଜି ପବନ ବହିବା ଯୋଗୁଁ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗୋଟିଏ ପଟେ ଅସହ୍ୟ ଖରା ଗରମ ତା ଅନ୍ୟ ପଟେ ବିଦ୍ୟୁତ କାଟ ଓ ପିଇବା ପାଣି ସମସ୍ୟା ଲୋକଙ୍କୁ ଆହୁରି ହଇରାଣ କରୁଛି।

ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ପୂର୍ବାନୁମାନ ରହିଛି। ଜିଲ୍ଲାକୁ ଅରେଞ୍ଜ ସତର୍କତା ପାଣିପାଗ ବିଭାଗ ଜାରି କରିଛି। ତେବେ ଏଥିରେ ବିଶେଷ କରି ଟିଟିଲାଗଡ଼ ଓ ବଲାଙ୍ଗୀର ବେଶ ପ୍ରଭାବିତ ହେବ ସହ ଆଗକୁ 3 ଦିନ ପର୍ଯ୍ୟନ୍ତ ଏହି ପରିସ୍ଥିତି ଲାଗି ରହିବ ବୋଲି ସୂଚନା ରହିଛି। ସେପଟେ ଜିଲ୍ଲା ପ୍ରଶାସନ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସାରି ଥିବା ବେଳେ ବିଦ୍ୟୁତ ସରବରାହ ଓ ପିଇବା ପାଣି ଯୋଗାଇବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି ଏବଂ ସବୁ ଅଧିକାରୀଙ୍କୁ ଏଠି ପାଇଁ ତାଗିଦ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଜଳଛତ୍ର ଇତ୍ୟାଦି ଖୋଲା ଯାଇଥିବା ବେଳେ ଲୋକଙ୍କୁ ଖରାରେ ନବାହାରିବା ତଥା ଅଂଶୁଘାତରୁ ନିଜକୁ ବଞ୍ଚାଇବା ପାଇଁ ନିଵେଦନ କରିଛି ପ୍ରଶାସନ । ତେବେ ବଲାଙ୍ଗୀରରେ ଏହି ଅସହ୍ୟ ଖରା ଓ ଗରମରୁ କେବେ ମୁକ୍ତି ମିଳିବ ତାକୁ ନେଇ ଚିନ୍ତାରେ ଲୋକେ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.