ETV Bharat / state

ମହିଳା କର୍ମଚାରୀଙ୍କୁ ସୁପରିଟେଣ୍ଡେଣ୍ଟଙ୍କ ଦୁର୍ବ୍ୟବହାର; ଭିଡିଓ ଭାଇରାଲ, ତଦନ୍ତ ଜାରି - ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ

ମହିଳା କର୍ମଚାରୀଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଦୁର୍ବ୍ୟବହାର । ମୋବାଇଲ ଛଡାଇବା ସହ ଆକ୍ରମଣ କରିଥିବା ଅଭିଯୋଗ । ଥାନାରେ ଏତଲା । ପୋଲିସର ତଦନ୍ତ ଆରମ୍ଭ ।

ଡିଜାଇନ ଫଟୋ
author img

By

Published : Sep 22, 2019, 1:17 PM IST

ବଲାଙ୍ଗୀର: ମହିଳା କର୍ମଚାରୀଙ୍କୁ ସୁପରିଟେଣ୍ଡେଣ୍ଟଙ୍କ ଦୁର୍ବ୍ୟବହାର । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ମୋବାଇଲ ଛଡାଇବା ସହ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ କଲେ ମହିଳା କର୍ମଚାରୀ । ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଚର୍ଚ୍ଚାରେ ଭୀମ ଭୋଇ ମେଡିକାଲ କଲେଜ । ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଜଣେ ଚତୁର୍ଥ ଶ୍ରେଣୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ଚତୁର୍ଥ ଶ୍ରେଣୀ କମର୍ଚାରୀ ଭାବେ କାମ କରୁଥିବା ସରିତା ନାଗ କିଛି ଦିନ ନିଜ ଡ୍ୟୁଟି ଆସି ନ ପାରିବାରୁ ତାଙ୍କୁ ଚାକିରୀରୁ ବହିଷ୍କାର କରା ଯାଇଥିଲା । ଏହା ଜାଣିବା ପରେ ସେ ଓ ତାଙ୍କର ଜଣେ ସମ୍ପର୍କୀୟ ମେଡିକାଲ କଲେଜ ଯାଇ ସୁପରିଟେଣ୍ଡେଣ୍ଟଙ୍କୁ ଚାକିରି ଦେବା ପାଇଁ କାକୁତି ମିନତି କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସୁପରିଟେଣ୍ଡେଣ୍ଟ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ସେ ମୋବାଇଲରେ ଦୃଶ୍ୟ ଉତ୍ତୋଳନ କରୁଥିବା ସମୟରେ ମୋବାଇଲ ଛଡାଇବାକୁ ଚେଷ୍ଟା କରିଥିଲେ । ଯାହାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏନେଇ ମହିଳା ଜଣଙ୍କ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ବଲାଙ୍ଗୀର ପୋଲିସ ମାମଲା ରୁଜୁ କରିବା ସହ ମହିଳା କର୍ମଚାରୀଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଥିବା କହିଛି । ସେହିପରି ମହିଳା ଜଣକ ଆଦିବାସୀ ହୋଇଥିବାରୁ ଆଦିବାସୀ ସଂଘ ମଧ୍ୟ ସାମ୍ନାକୁ ଆସି ସୁପରିଟେଣ୍ଡେଣ୍ଟଙ୍କୁ ଶୀଘ୍ର ଗିରଫ ଦାବି କରିଛି । ନହେଲେ ଆଗାମୀ ଦିନରେ ଆଦିବାସୀ ସଂଘ ଆନ୍ଦୋଳନ କରିବ ବୋଲି କହିଛି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

Intro:ପୁଣି ଚର୍ଚ୍ଚାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ୍। ଏଥର ଏଠିକାର ସୂପରୀ ଟେଣ୍ଡେ ଣ୍ଟ ଙ୍କ ନାଆରେ ମହିଳା କର୍ମ ଚାରି ଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ମାମଲା ଆସିଛି । ଯାହା ଚର୍ଚ୍ଚା ହେବା ସହ ଥାନାରେ ପହଞ୍ଚିଛି ମାମଲା । ଏବଂ ପୋଲିସ ଏହାର ତଦନ୍ତ ମଧ୍ୟ ଆରମ୍ଭ କରି ଦେଇ ଥିବା ବେଳେ ଏହି ମାମଲା ଆଗକୁ କଣ ମୋଡ଼ ନେବ ତାରି ଉପରେ ନଜର।Body:ପୁଣି ଚର୍ଚ୍ଚାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ୍। ଏଥର ଏଠିକାର ସୂପରି ଟେଣ୍ଡେନଟ୍ ଙ୍କ ନାଆରେ ଆସିଛି ସାଙ୍ଘାତିକ ଅଭିଯୋଗ। ଏବଂ ମାମଲା ପହଞ୍ଚିଛି ଥାନାରେ । ତେବେ ଏଠି ଦୀର୍ଘ ଦିନରୁ ଚତୁର୍ଥ ଶ୍ରେଣୀ କର୍ଚାରୀ ଭାବରେ କାମ କରୁଥିବା ସରିତା ନାଗ ଗୋଟିଏ ଦିନ ନିଜ ଡ୍ୟୁ ଟି ଆସି ନ ପାରିବାରୁ ତାଙ୍କୁ ଚାକିରୀରୁ ବହିଷ୍କାର କରା ଯାଇଥିଲା । ଏବଂ ଏହା ସେ ଜାଣିବା ପରେ ମେଡିକାଲ୍ କଲେଜ୍ ସୁପରି ଟେଣ୍ଡେ ଣ୍ଟ ଙ୍କୁ ଚାକିରି ଦେବା ପାଇଁ କାକୁତି ମିନତି କରିଥିଲେ । ସେପଟେ ସୁପରୀ ତେନ୍ଦେଣ୍ଟ ତାକୁ ତାଙ୍କ କାର୍ଯ୍ୟାଳୟରେ ଦୁର୍ବ୍ୟବହାର ଦେବା ସହ ଆକ୍ରମଣ କରିଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି। ଯାହାର ଭିଡିଓ ମଧ୍ୟ ଏବେ ଭାଇରାଲ ହୋଇଛି। ସେହିପରି ମହିଳା ଜଣକ ବଲାଙ୍ଗୀର ଟାଉନ୍ ଥାନାରେ ଏହାର ଲିଖିତ ଅଭିଯୋଗ କରିଛନ୍ତି ।
ବାଇ ଟ ସରିତା ନାଗ ପୀଡିତା
ସେପଟେ ବଲାଙ୍ଗୀର ପୋଲିସ ଏହି ମାମଲାରେ କେଶ୍ ନମ୍ବର 500ରେ ମାମଲା ରୁଜୁ କରିଛି ଏବଂ ସାକ୍ଷୀଙ୍କ ତଥା ପୀଡ଼ିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଥିବା କହିଛି । ସମାନ ଭାବରେ ପୀଡିତା ମହିଳା ଜଣକ ଆଦିବାସୀ ହୋଇଥିବା ବେଳେ ଆଦିବାସୀ ସଂଘ ମଧ୍ୟ ସାମ୍ନାକୁ ଆସି ମେଡିକାଲ୍ କଲେଜ୍ ଶୁପରି ଟେଣ୍ଡେ ନ୍ଟ ଙ୍କୁ ଶୀଘ୍ର ଗିରଫ ଦାବି କରିଛି । ନହେଲେ ଆଗାମୀ ଦିନରେ ଆଦିବାସୀ ସଂଘ ଆନ୍ଦୋଳନ କରିବା ବୋଲି କହିଛି ।
ବାଇ ଟ ଶ୍ରୀ ମନ୍ତ୍ ବାରିକ୍ ଏ ସ ଡି ପି ଓ ବଲାଙ୍ଗୀର
Conclusion:ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ୍ ର ଶୂପରି ଟେଣ୍ଡେ ନ୍ଟ ଙ୍କ ନାଆରେ ଏହା ପ୍ରଥମ ଅଭିଯୋଗ ନୁହେଁ । ଅନେକ ଥର ତାଙ୍କ ନାମରେ ଏପରି ଅଭିଯୋଗ ହୋଇଥିବା ବେଳେ ଏଥର ପୁଣି ଏହି ଅଭିଯୋଗ । ଏବଂ ଏଥର କଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.