ETV Bharat / state

ମେଡିକାଲ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା, ୫ ଜଣଙ୍କ ନାଁରେ ପରିବାରର ଲିଖିତ ଅଭିଯୋଗ - ଛାତ୍ରୀ ମୃତ୍ୟୁ

ଭୀମ ଭୋଇ ମେଡିକାଲ କଲେଜ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ମୃତ ଛାତ୍ରୀଙ୍କ ୪ ସହପାଠୀ ଓ ଜଣେ ଅନ୍ତରଙ୍ଗ ଯୁବକଙ୍କ ନାଁରେ ଅଭିଯୋଗ ଆଣିଲା ପରିବାର । ଅଧିକ ପଢନ୍ତୁ..

ମେଡିକାଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Oct 7, 2021, 10:12 AM IST

Updated : Oct 7, 2021, 5:45 PM IST

ବଲାଙ୍ଗୀର: ଜିଲ୍ଲାର ଭୀମ ଭୋଇ ମେଡିକାଲ କଲେଜରେ ଅଧ୍ୟୟନରତ ତୃତୀୟ ବର୍ଷର ଛାତ୍ରୀ ନିରୁପମା ନନ୍ଦଙ୍କ ମୃତଦେହ ଆଜି(ଗୁରୁବାର) କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଛି । ତେବେ ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିବାବେଳେ କଲେଜ ୱାର୍ଡ ଓ କିଛି ସହପାଠୀଙ୍କ ନାମରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି ।

ମେଡିକାଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହଷ୍ଟେଲରୁ ମୃତଦେହ ଉଦ୍ଧାର

ଛାତ୍ରୀ ନିରୁପମାଙ୍କ ମୃତଦେହ ସନ୍ଦେହସ୍ପଦ ଭାବରେ କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଥିଲା । ତେବେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି । ସେପଟେ ଏହାକୁ ନେଇ ପରିବାର ଲୋକେ ଆଜି ବଲାଙ୍ଗୀର ଟାଉନ ଥାନାରେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଯେଉଁଥିରେ ସେମାନେ ମୃତ ଝିଅର ୪ ଜଣ ସହପାଠୀ ଓ ଜଣେ ଅନ୍ତରଙ୍ଗ ଯୁବକ ବନ୍ଧୁଙ୍କ ସହ କଲେଜ ୱାଡେନଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ।

ମେଡିକାଲ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା, ୫ ଜଣଙ୍କ ନାଁରେ ପରିବାରର ଲିଖିତ ଅଭିଯୋଗ

ସେହିପରି ମୃତ ନିରୁପମାଙ୍କ ଜଣେ କଲେଜ ସାଙ୍ଗ ବାରମ୍ବାର ତାଙ୍କୁ ଫୋନ କରୁଥିବାର ଏମାନେ କହିଥିବା ବେଳେ ପୋଲିସ ଏ ଦିଗରେ ଅନୁଧ୍ୟାନ କରିବ ବୋଲି କହିଛି । ଅନ୍ୟପଟେ ପୋଲିସ ଏହି ଅଭିଯୋଗକୁ ଆଧାର କରି ଆଗକୁ ତଦନ୍ତ କରିବା ସହିତ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ ତଥ୍ୟ ସାମନାକୁ ଆସିବା ବୋଲି କହିଛି ।

ସୂଚନା ଅନୁସାରେ, ଛାତ୍ର ଜଣକ ଭୀମ ଭୋଇ ମେଡିକାଲ କଲେଜରେ ତୃତୀୟ ବର୍ଷରେ ପାଠ ପଢୁଥିଲେ । ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ହଷ୍ଟେଲ ମଧ୍ୟରୁ ଉଦ୍ଧାର ହୋଇଥିଲା । କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଓ ପୋଲିସକୁ ଏନେଇ ଖବର ଦେବା ପରେ ବଲାଙ୍ଗୀର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 7, 2021, 5:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.