ବଲାଙ୍ଗୀର: ଚିକିତ୍ସା ଅଭାବରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ଆଣିଲେ ପରିବାର ଲୋକେ ।
ପରିବାରର ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର ଉପର୍ ବାହାଲ ଗ୍ରାମର ଶାନ୍ତି ଭୋଇ ଶ୍ବାସପ୍ରକ୍ରିୟାରେ ସମସ୍ୟା ହେବା ଯୋଗୁଁ ଗତ 7 ତାରିଖରେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଏଠି ଶଲ୍ୟ ବିଭାଗରେ ସେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁନଥିଲେ ।
ସେହିପରି ଏଠି ଲ୍ୟାବ ପରୀକ୍ଷା ରିପୋର୍ଟ ମଧ୍ୟ ଅହେତୁକ ବିଳମ୍ବ ହେଉଥିବାରୁ ଶାନ୍ତିଙ୍କର ଚିକିତ୍ସା ହୋଇ ପାରିଲା ନାହିଁ । ଏଠାରେ ତିନି ଦିନ କାଳ ଶାନ୍ତିକୁ ଉପଯୁକ୍ତ ଚିକିତ୍ସା କରାଯାଇନଥିଲା । ଓଲଟି ଡାକ୍ତର ତାଙ୍କୁ ବୁର୍ଲା ନେବା ପାଇଁ କହିଥିଲେ । ଶେଷରେ ବୁର୍ଲା ମେଡିକାଲ ନେବା ବେଳେ ଶାନ୍ତିଙ୍କର ମୃତ୍ୟୁ ଘଟିଥିଲା ।
ତେବେ ପରିବାର ଲୋକ ଏହି ଅବହେଳା ପାଇଁ ଡାକ୍ତର ଓ ପ୍ରଶାସନକୁ ଦାୟୀ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ