ETV Bharat / state

ବଲାଙ୍ଗୀରରେ ମାରୱାଡି ମହୋତ୍ସବ, ମାରୱାଡି ଗୀତ ତାଳେତାଳେ ଝୁମିଲେ ଦର୍ଶକ

author img

By

Published : Mar 7, 2023, 6:39 AM IST

ବଲାଙ୍ଗୀରରେ ମାରୱାଡି ମହୋତ୍ସବ ଆୟୋଜିତ ହୋଇଛି । ମାରୱାଡି ଲୋକକଳା ସଂସ୍କୃତି, ଲୋକନୃତ୍ୟ ଓ ଗୀତରେ ଝୁମିଲେ ଦର୍ଶକ । ଅଧିକ ପଢ଼ନ୍ତୁ

ମାରୱାଡି ପରମ୍ପରା ସହ  ସୁସ୍ବାଦୁ ଭୋଜନ
ମାରୱାଡି ପରମ୍ପରା ସହ ସୁସ୍ବାଦୁ ଭୋଜନ
ମାରୱାଡି ଗୀତ ଓ ନୃତ୍ୟ ତାଳେତାଳେ ଝୁମିଲେ ଦର୍ଶକ

ବଲାଙ୍ଗୀର: ବଲାଙ୍ଗୀରରେ ମାରୱାଡି ଲୋକ କଳା ସଂସ୍କୃତିର ଝଲକ । ମାରୱାଡି ଗୀତ ଓ ନୃତ୍ୟ ତାଳେତାଳେ ଝୁମିଲେ ଦର୍ଶକ । ଏହାସହ ମାରୱାଡି ପରମ୍ପରା ସହ ସୁସ୍ବାଦୁ ଭୋଜନର ମଜା ନେଲେ ଦର୍ଶକ । ତେବେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମାରୱାଡି କଳା ସଂସ୍କୃତିର ପସରା ଦେଖିବାକୁ ମିଳିଛି । ତିନି ଦିନ ଧରି ଚାଲିଥିବା ଏହି ମାରୱାଡି ମହୋତ୍ସବରେ ରାଜସ୍ଥାନ ମାରୱାଡିଙ୍କ ଲୋକକଳା ସଂସ୍କୃତି ଗୀତ ପ୍ରଦର୍ଶିତ ହୋଇଛି ।

ସେହିପରି ଏଠି ଏକ ବଡ଼ ବଜାର ମଧ୍ୟ ଲାଗିଛି । ଯେଉଁଥିରେ ମାରୱାଡିଙ୍କ ପ୍ରସ୍ତୁତ ସାମଗ୍ରୀ ସହିତ ଅନ୍ୟାନ୍ୟ ଘରକରଣା, ମନୋରଞ୍ଜନ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ହୋଇଛି । ସେହିପରି ମାରବାଡ ସଂସ୍କୃତିର ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଓ ଖାଇବା ସାମଗ୍ରୀର ମଧ୍ୟ ଏଠି ଏକ ବଡ ମେଳା ଲାଗିଛି । ଏହାଛଡା ଏଠି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଯେଉଁଥିରେ ମାରୱାଡି ଲୋକକଳା ଯଥା ଘୁମର ନୃତ୍ୟ, କାଲବେଲି ନୃତ୍ୟ, ମେହେନ୍ଦି ଓ ନଖ କଲା ମଧ୍ୟ ପ୍ରଦର୍ଶିତ ହୋଇଛି ।

ଅଧିକ ପଢ଼ନ୍ତୁ: ହୋଲି ପାଇଁ ବଜାର ସରଗରମ, ବେଲୁନ ଆଉ ବେବିଡଲ ପିଚକାରୀ ମୁଖ୍ୟ ଆକର୍ଷଣ

ସେହିପରି ଏଥିରେ ଦେଶର ପ୍ରସିଦ୍ଧ ଗାୟକ ମାନେ ମଧ୍ୟ ସାମିଲ ହୋଇ ଲୋକଙ୍କ ମନ ଜିଣିଛନ୍ତି । ଯେଉଁଥିରେ ଦେଶର ବଡ଼ ମ୍ୟୁଜିକ ଟିଭି କାର୍ଯ୍ୟକ୍ରମ ଇଣ୍ଡିଆନ ଆଇଡାଲର ଜଣେ ପ୍ରତିଯୋଗୀ ତାଙ୍କ ସୁମଧୁର ଗୀତରେ ହଜାରହଜାର ଦର୍ଶକଙ୍କ ମନ ଜିଣି ଥିଲେ । ଏଥିରେ ମାରବାଡ ଗାୟକ ସବାଇ ଭଟ୍ଟ ଓଡ଼ିଶା ଆସି ଏଠି ତାଙ୍କ ଲୋକଗୀତ ପରିବେଷଣ କରିବାକୁ ନେଇ ଖୁବ୍ ଖୁସି ଥିବାର କହିଛନ୍ତି ।

ଅଧିକ ପଢ଼ନ୍ତୁ: Holi 2023: ଘରେ ବନାନ୍ତୁ ମହିସୁର ପାକ, ଦେଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ଏହାଛଡା ସାଂସ୍କୃତିକ ସନ୍ଧ୍ୟାରେ ହଜାରହଜାର ଲୋକଙ୍କ ଭିଡ଼ ଜମି ଥିବା ବେଳେ ଏଥିରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନ, କଣ୍ଟାବାଞ୍ଜି ଏନ୍‌ଏସି ଅଧ୍ୟକ୍ଷ ଏମ ସାଲୁଜାଙ୍କ ସହିତ ବିଡ଼ିଓ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେମାନେ ମଧ୍ୟ ଏହି କଳା ସଂସ୍କୃତିର ଝଲକ ଏଠି ଓଡ଼ିଶାରେ ଦେଖିବାକୁ ପାଇଥିଲେ । ସେପଟେ ବଲାଙ୍ଗୀର ଓ ଆଖପାଖ ଜିଲ୍ଲାରେ ରହୁଥିବା ମାରୱାଡି ମାନେ ମଧ୍ୟ ଏଥିରେ ସାମିଲ ହୋଇ ତାଙ୍କ ମାଟିର କଳା ସଂସ୍କୃତିକୁ ଉପଭୋଗ କରିଥିଲେ ।

ଉଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.