ETV Bharat / state

ଲକଡାଉନ ବେଳେ ମାଓକ୍ୟାମ୍ପ ଠାବ କଲା ବଲାଙ୍ଗୀର ପୋଲିସ

author img

By

Published : Apr 24, 2020, 3:23 PM IST

ଲକଡାଉନ ସମୟରେ ମଧ୍ୟ ସକ୍ରିୟ ଅଛନ୍ତି ମାଓବାଦୀ । ଦୀର୍ଘ ସମୟ ପୋଲିସ ଓ ମାଓ ଗୁଳି ବିନିମୟ ପରେ ଏହିଭଳି ଏକ କ୍ୟାମ୍ପକୁ ଠାବ କରିଛି ବଲାଙ୍ଗୀର ପୋଲିସ ।

ମାଓ କ୍ୟାମ୍ପ ଠାବ କଲା ବଲାଙ୍ଗୀର ପୋଲିସ
ମାଓ କ୍ୟାମ୍ପ ଠାବ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର: ଲକଡାଉନ ସମୟରେ ମଧ୍ୟ ସକ୍ରିୟ ଅଛନ୍ତି ମାଓବାଦୀ । ତେବେ ଦୀର୍ଘ ସମୟ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଏହିଭଳି ଏକ କ୍ୟାମ୍ପକୁ ଠାବ କରିଛି ବଲାଙ୍ଗୀର ପୋଲିସ । ବଲାଙ୍ଗୀର ମାଓ ପ୍ରଭାବିତ ଗନ୍ଧମାର୍ଦ୍ଧନ ପାହାଡ଼ରେ ଏହି କ୍ୟାମ୍ପ ଚାଲିଥିବାର ପୋଲସ ଜାଣିବାକୁ ପାଇଥିଲା ।

ମାଓ କ୍ୟାମ୍ପ ଠାବ କଲା ବଲାଙ୍ଗୀର ପୋଲିସ

ତେବେ ଲାଠୋର ଗ୍ରାମ ସ୍ଥିତ ଚାନ୍ଦିଲି ପାହାଡରେ କୁମ୍ବିଂ କରିଥିଲା । କିଛି ସମୟ ପରେ ପୋଲିସ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପାଖାପାଖି 10 ରାଉଣ୍ଡ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଥିଲେ । ଯାହାପରେ ପୋଲିସ ସମ୍ପୃକ୍ତ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଥିଲେ । ସେଠାରୁ ଅଫୁଟା ଗୁଳି ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି ।

ତେବେ ଏହି ଚଢ଼ାଉରେ ପୋଲିସର ଦୁଇ ଏସଓଜି ଟିମ ସାମିଲ ହୋଇଥିଲେ। ସେହିପରି ବର୍ତ୍ତମାନ ସ୍ଥିତିରେ ବଲାଂଗୀର ପୋଲିସ ଏସଓଜି, ସିଆରପିଏଫ ଓ ଡିଭିଏଫର ମିଳିତ କୁମ୍ବିଂ ସମ୍ପୃକ୍ତ ଅଂଚଳରେ ଜାରି ରହିଛି ବୋଲି ଏସପି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.