ETV Bharat / state

ଖାଇଗଲେ ମନ୍ଦିର ଟଙ୍କା ! ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ବଲାଙ୍ଗୀରର ଅନେକ ମନ୍ଦିର - ଜରାଜିର୍ଣ୍ଣ ଅବସ୍ଥାରେ ବଲାଙ୍ଗୀର ମନ୍ଦିର

ବଲାଙ୍ଗୀର ଜିଲ୍ଲାରେ ଥିବା ଅନେକ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କେଉଁଠି ମନ୍ଦିରର ଛାତ ଭୁଶୁଡିଲାଣି ତ କେଉଁଠି ଗମ୍ଭୀରାରେ ପାଣି ପଶିଲାଣି । ଏଥିପାଇଁ ଦେବୋତ୍ତୋର ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ଖାଇଗଲେ ମନ୍ଦିର ଟଙ୍କା ! ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ବଲାଙ୍ଗୀରର ଅନେକ ମନ୍ଦିର

author img

By

Published : Jul 19, 2022, 5:35 PM IST

ବଲାଙ୍ଗୀର: ମନ୍ଦିର ଆଢୁଆଳରେ ଚାଲିଛି ଦୁର୍ନିତୀ । ମନ୍ଦିରର ଉନ୍ନତିକରଣ କରାନଯିବାରୁ ରାଜା ରାଜୁଡା ଅମଳର ମନ୍ଦିର ଓ କୀର୍ତ୍ତିରାଜି ଆଜି ଜରାଜୀର୍ଣ୍ଣ ଅବସ୍ଥାରେ । କେଉଁଠି ମନ୍ଦିରର ଛାତ ଭୁଶୁଡିଲାଣି ତ କେଉଁଠି ଗମ୍ଭୀରାରେ ପାଣି ପଶିଲାଣି । ତ ଆଉ କେଉଁଠି କାନ୍ଥରେ ମାଡି ଗଲାଣି ଶିଉଳି । ଜିଲ୍ଲାର ଅନେକ ମନ୍ଦିର ସ୍ଥିତି ଏବେ ଠିକ ଏମିତି । ସେପଟେ ଏହି ସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ଦାୟିତ୍ଵ ଦେବୋତ୍ତର ବିଭାଗ ଅଧୀନରେ ରହିଛି । ହେଲେ ପରିଚାଳନାଗତ ତୃଟି ସାଙ୍ଗକୁ ଦୁର୍ନିତୀ ଯୋଗୁଁ ମନ୍ଦିର ରକ୍ଷଣା ବେକ୍ଷଣ ହୋଇ ପାରୁ ନଥିବାର ଅଭିଯୋଗ ହୋଇଛି । ଆଉ ଏବେ ଏହି ଅଭିଯୋଗର ସତ୍ୟା ସତ୍ୟ ସାମ୍ନାକୁ ଆଣିିଛି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ।

ଖାଇଗଲେ ମନ୍ଦିର ଟଙ୍କା ! ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ବଲାଙ୍ଗୀରର ଅନେକ ମନ୍ଦିର

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି, ମନ୍ଦିର ଆଢୁଆଳରେ କେମିତି ଦୁର୍ନୀତି ଚାଲିଛି ତାହା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲାରେ 768 ଟି ମନ୍ଦିର ଓ 16 ଟି ମଠ ରହିଛି । ସବୁ ମଠ ମନ୍ଦିରର ହୁଣ୍ଡି, ଦାନ ଆକାରରେ କିମ୍ବା ଦୋକାନ ବଜାର ଇତ୍ୟାଦି ଜରିଆରେ ଲକ୍ଷାଧିକ ଟଙ୍କା ଆଦାୟ ହୋଇଥାଏ। ହେଲେ ଏହି ଟଙ୍କା ସବୁର ହିସାବ ଏଯାଏଁ କାହାରିକୁ ଜଣା ନାହିଁ । ସେପଟେ ରାଜା ରାଜୁଡା ଅମଳର ଏହି ସବୁ ମନ୍ଦିର ଏବେ ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିବାକୁ ଲାଗିଲାଣି ।

ନିକଟରେ ବଲାଙ୍ଗୀର ସମଲେଇ ମନ୍ଦିରର ରକ୍ଷଣାବେକ୍ଷଣ ଅଭାବରୁ ଛାତ ପଡ଼ିଯିବା, ପାଟନେଶ୍ୱରୀ ମନ୍ଦିର ଗମ୍ଭୀରା ଭାଙ୍ଗିବା ଘଟଣା କୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । ତେବେ ମନ୍ଦିରରୁ ଆସୁଥିବା ଟଙ୍କା କେଉଁ ପଟେ ଯାଉଛି ତାର ତଦନ୍ତ ହେବା କଥା ବୋଲି ସାଧାରଣ ଲୋକେ କହିଛନ୍ତି । ସେପଟେ କେବଳ ବଲାଙ୍ଗୀର ସହର ମଧ୍ୟରେ ଥିବା ମା' ସମଲେଶ୍ଵରୀ ମନ୍ଦିର, ଗୋପାଳଜୀ ଓ ମା' ପାଟନେଶ୍ୱରୀ ମନ୍ଦିରର ମୋଟ 138 ଟି ଦୋକାନ ଗୃହ ରହିଛି । ଯାହା ସହରର ପ୍ରାଣ କେନ୍ଦ୍ରରେ ଥିବା ବେଳେ ଏବେବି ତାର ମାସିକ ଆୟ ମାତ୍ର ଚାରି ଶହରୁ ପାଞ୍ଚ ସହ ଟଙ୍କା ରହିଛି । ସେହିପରି ଏସବୁର ବାର୍ଷିକ ଆୟ ଦଶଲକ୍ଷ ଟଙ୍କା ରହିଛି । ତେବେ ଏହି ସବୁ ଦୋକାନ ଗୃହର ଆଜିର ଦିନରେ ସର୍ବନିମ୍ନ ମୂଲ୍ୟ ମାସିକ 5ହଜାରରୁ ଉର୍ଦ୍ଧ୍ବ ଥିବା ବେଳେ ବିଭାଗ କାହିଁକି ଏହାର ସଂଶୋଧନ କରୁ ନାହିଁ ତାହା ଉପରେ ପ୍ରଶ୍ନ ଉଠିଛି ।

ଏହି ଦୋକାନ ଗୃହ ଗୁଡିକର ପ୍ରକୃତ ଲିଜ ଧାରୀ ଅନ୍ୟ ମାନଙ୍କୁ ଅଧିକ ଟଙ୍କାରେ ଭଡା ଦେଇଥିବାର RTI ତଥ୍ୟରୁ ଜଣା ପଡ଼ିଛି । ଦୋକାନ ଭଡ଼ା ବାବଦକୁ ଦେବୋତ୍ତର ବିଭାଗକୁ ଯେତିକି ଦେଉଛନ୍ତି ତାଠାରୁ ୧୦ରୁ ୧୫ଗୁଣ ପ୍ରକୃତ ଲିଜ ଧାରୀଙ୍କ ପକେଟକୁ ଯାଉଛି । ତେବେ ଏସବୁ ଦୋକାନ ଗୃହର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ସଠିକ୍ ଲୋକକୁ ଭଡା ଦେବା ପାଇଁ ଦାବୀ ହୋଇଛି । ଯେଉଁଥିରେ ବଲାଙ୍ଗୀରର ବିଭିନ୍ନ ସଙ୍ଗଠନ ଅନେକ ଥର ଜିଲ୍ଲା ପ୍ରଶାସନ ପାଖରେ ଦାବୀ କରି ଆସିଛନ୍ତି । କିନ୍ତୁ ଦୋକାନ ଗୃହର ଭଡାରେ କୌଣସି ପରିବର୍ତ୍ତନ ହୋଇପାରି ନାହିଁ । କେବଳ ମରାମତି ଆଳରେ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ମନ୍ଦିର ଗୁଡିକର ରକ୍ଷଣା ବେକ୍ଷଣ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ କେତେକ ଅଭିଯୋଗକୁ ପରୋକ୍ଷରେ ସ୍ୱୀକାର କରିଛି ଦେବୋତ୍ତର ବିଭାଗ ଏବଂ ଏହା ଉପରେ ଶୀଘ୍ର ବିହୀତ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.