ETV Bharat / state

ବଲାଙ୍ଗୀରରେ କୋଭିଡ କିଟ୍ ବଣ୍ଟନ ନେଇ ବ୍ୟାପକ ଅନିୟମିତତା

author img

By

Published : Oct 8, 2020, 9:49 AM IST

ବଲାଙ୍ଗୀରରେ ଦୃତ ଗତିରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ବଲାଙ୍ଗୀରରେ କୋଭିଡ ପରିଚାଳନାରେ ବ୍ୟାପକ ଅନିୟମିତତାର ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ପୋଷ୍ଟ କୋଭିଡ କିଟ୍ ବଣ୍ଟନ ନେଇ ଅନିୟମିତତା ଦେଖା ଦେଇଛି । ଅଧିକ ପଢନ୍ତୁ...

Major irregularities in distribution of Kovid kits  in Balangir
ବଲାଙ୍ଗୀରରେ କୋଭିଡ କୀଟ ବଣ୍ଟନ ନେଇ ବ୍ୟାପକ ଅନିୟମିତତା

ବଲାଙ୍ଗୀର: ରାଜ୍ୟରେ କୋରୋନା ସ୍ଥିତି ଅଣାୟତ । ବିଶେଷକରି ବଲାଙ୍ଗୀରରେ କୋରୋନା ଦୃତ ଗତିରେ ବଢି ଚାଲିଛି । ଦୈନିକ 100 ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ବଲାଙ୍ଗୀରରେ କୋଭିଡ ପରିଚାଳନାରେ ବ୍ୟାପକ ଅନିୟମିତତାର ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ପୋଷ୍ଟ କୋଭିଡ କିଟ ବଣ୍ଟନ ନେଇ ଅନିୟମିତତା ଦେଖା ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଆଧିକାଂଶ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି। ଯେଉଁଠରେ ଔଷଧ ତଥା ଡାକ୍ତରଙ୍କ ପରାମର୍ଶ ମିଳିବା ବିଳମ୍ବ ହୋଉଥିଲା।

ତେବେ ଏଭଳି ମୁହୂର୍ତ୍ତରେ ଜିଲ୍ଲା ପ୍ରଶାସନ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ରୋଗ ପ୍ରତିଷେଧକ ବୃଦ୍ଧି କରିବାକୁ ଔଷଧ ବା କିଟ୍ ଦିଆ ଯିବ ବୋଲି ଘୋଷଣା କରିଥିଲା। ତେବେ ଆଜି ଯାଏଁ 90 ପ୍ରତିଶତ ଲୋକ କୋରୋନାରୁ ସୁସ୍ଥ ହୋଇଥିଲେ ସୁଦ୍ଧା ଏଯାଏଁ ସେମାନଙ୍କ ପାଖରେ ଏସବୁ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି। କିନ୍ତୁ ଏପଟେ ପ୍ରଥମ ପର୍ଯ୍ୟାୟରେ ଏକ ହଜାର କିଟ୍ ପ୍ରସ୍ତୁତ ହୋଇ ବଣ୍ଟା ଯାଇଥିବାର ପ୍ରଶାସନ ସୂଚନା ଦେଇଛି। ଯାହା ପ୍ରକୃତରେ ସମୁଦ୍ରକୁ ସଂକ୍ଷେ ସହ ସମାନ।

ବଲାଙ୍ଗୀରରେ ଏଯାବତ 4 ହଜାର 9 ଶହ 82 ଜଣ କେରୋନା ଆକ୍ରାନ୍ତ ହୋଇଥିବା ବେଳେ ଏମଧ୍ୟରୁ 899 ଜଣ ସକ୍ରିୟ ଅଛନ୍ତି। ଏବଂ ସୂଚନା ଅନୁସାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 83 ପ୍ରତିଶତ ସୁସ୍ଥ ହୋଇଥିବା ବେଳେ ଏମାନଙ୍କୁ କୌଣସି ପ୍ରତିଷେଧକ ଔଷଧ ମିଳି ନଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମହ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.