ETV Bharat / state

Lower Suktel Project: ତତ୍କାଳୀନ ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କୁ 4 ବର୍ଷ ଦଣ୍ଡାଦେଶ

author img

By ETV Bharat Odisha Team

Published : Nov 8, 2023, 5:12 PM IST

ଅଭିଯୋଗକୁ ଭିତ୍ତିକରି ଓଡିଶା ଭିଜିଲାନ୍ସ କେସ ନମ୍ବର 03/2014 ରେ ଦଫା 13(2), ଆରଡବ୍ଲୁ 13(1), ପିସି ଆକ୍ଟ 1988, 120ବି ଆଇପିସିରେ ମାମଲା ରୁଜୁ କରିଥିଲା । ଏହି ତତ୍କାଳୀନ ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀଙ୍କ ବିରୋଧରେ ସେହି ସମୟରେ ଜମି ଅଧିଗ୍ରହଣ କରାଯାଇଥିବା ଲୋକଙ୍କୁ ଦ୍ଵିଗୁଣା କ୍ଷତି ପୂରଣ ଦେଇଥିବାର ଏକ ବଡ ଦୁର୍ନୀତିର ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

ତତ୍କାଳୀନ ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀଙ୍କୁ 4 ବର୍ଷ ଦଣ୍ଡାଦେଶ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ତତ୍କାଳୀନ ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀ ରମେଶ ଚନ୍ଦ୍ର ମିଶ୍ରଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କଲେ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଚାରି ବର୍ଷ ଜେଲ ଦଣ୍ଡାଦେଶ ସହିତ ଆର୍ଥିକ ଜରିମାନା ରାୟ ଶୁଣାଇଲେ କୋର୍ଟ । ମାମଲା 2014ରେ ହୋଇଥିବା ବେଳେ ତାଙ୍କ ନାଁରେ ଜମି ଅଧିଗ୍ରହଣରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଭିତ୍ତିକରି ଓଡିଶା ଭିଜିଲାନ୍ସ କେସ ନମ୍ବର 03/2014ରେ ଦଫା 13(2), ଆରଡବ୍ଲୁ 13(1), ପିସି ଆକ୍ଟ 1988, 120ବି ଆଇପିସିରେ ମାମଲା ରୁଜୁ କରିଥିଲା । ଏହି ତତ୍କାଳୀନ ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀଙ୍କ ବିରୋଧରେ ସେହି ସମୟରେ ଜମି ଅଧିଗ୍ରହଣ କରାଯାଇଥିବା ଲୋକଙ୍କୁ ଦ୍ଵିଗୁଣା କ୍ଷତି ପୂରଣ ଦେଇଥିବାର ଏକ ବଡ ଦୁର୍ନୀତିର ଅଭିଯୋଗ ହୋଇଥିଲା । ପାଖାପାଖି ସେହି ସମୟରେ ଜମି ଅଧିଗ୍ରହଣରେ ଶହେ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ଆସିଥିବା ବେଳେ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରିଥିଲା । ମାମଲା ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରଧୀନ ଥିଲା । ଏହା ଉପରେ ଆଜି ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି ।

ଅଧିକ ପଢନ୍ତୁ- ଲୋୟର ସୁକତେଲ ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ଭିଟାମାଟି ଛାଡୁଛନ୍ତି ବିସ୍ଥାପିତ

ଯେଉଁଥିରେ ଅଭିଯୁକ୍ତ ତତ୍କାଳୀନ ଆରଆଇ ତଥା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରମେଶ ଚନ୍ଦ୍ର ମିଶ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିରେ ଦଫା 13(2), ଆରଡବ୍ଲୁ 13(1)ଡି, ପିସି ଆକ୍ଟ 1988 ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷର କାରାଦଣ୍ଡାଦେଶ ଓ 50 ହଜାର ଟଙ୍କା ଆର୍ଥିକ ଜରିମାନା ରାୟ ଦେଇଛନ୍ତି । ଆର୍ଥିକ ଜରିମାନା ଅନାଦେୟ ସ୍ଥଳେ ଅତିରିକ୍ତ ଛ ମାସ କାରାଦଣ୍ଡାଦେଶ କୋର୍ଟ ଆଦେଶ ଦେଇଛନ୍ତି । ସେହିପରି ଦଫା 120(B) RW 13(1)ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ କାରାଦଣ୍ଡାଦେଶ ଓ 10 ହଜାର ଟଙ୍କା ଆର୍ଥିକ ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ସ୍ଥଳେ ଅତିରିକ୍ତ ଦୁଇ ମାସର କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ଅଧିକ ପଢନ୍ତୁ- ଖୁବଶୀଘ୍ର ଶେଷ ହେବ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ସୂଚନାଯୋଗ୍ୟଯେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଆରମ୍ଭ ହେବା ପୂର୍ବରୁ ସର୍ଭେ ନାମରେ ଦୁର୍ନୀତି ଓ ପରେ ଜମି ଅଧିଗ୍ରହଣ ନାଁରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସିଥିଲା । ସେହିପରି କିଛି ହିତାଧିକାରୀ କ୍ଷତି ପୂରଣ ଟଙ୍କା ପାଇ ମଧ୍ୟ ତାଙ୍କର ସର୍ଭେରେ ତ୍ରୁଟି ଥିବାର ଦର୍ଶାଇ ଥିଲେ । ସମାନ ଜମିରେରେ ଦୁଇ ଦୁଇ ଥର କ୍ଷତି ପୂରଣ ନେଇଥିଲେ । ସେ ସମୟର ଅଧିକାରୀ ମାନଙ୍କ ମିଳିଭଗତରେ ଏହି ଦୁର୍ନୀତି ହୋଇଥିବାର ଅଭିଯୋଗ ଆସିଥିଲା । ଏପରିକି କିଛି ହିତାଧିକାରୀ କ୍ଷତି ପୂରଣ ଟଙ୍କାରେ ପୁଣି ସେଠି ପକ୍କା ଘର, ଗୁହାଳ, କୂଅ ଇତ୍ୟାଦି ତିଆରି କରିଥିଲେ । ପରେ ସର୍ଭେରେ ଏସବୁ ଛାଡ଼ି ଦିଆଯାଇଥିବାର ଦର୍ଶାଇ ପୁଣି ଟଙ୍କା ଉଠାଇଥିଲେ । ଯାହାର ପ୍ରମାଣ ମିଳିବା ପରେ ସରକାର ଏହାର ତଦନ୍ତ କରିବା ପାଇଁ ଭିଜିଲାନ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଅନେକ ଅଧିକାରୀ ସହ ହିତାଧିକାରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏପରିକି ଅନେକ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ ନୋଟିସ ମଧ୍ୟ କରାଯାଇଥିଲା।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.