ETV Bharat / state

ବର୍ଷା ନ ହେଲେ ମରୁଡି ନିଶ୍ଚିତ ! ଚିନ୍ତାରେ ଚାଷୀ - ମରୁଡି ପ୍ରବଣ ବଲାଙ୍ଗୀର

ମରୁଡି ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଚାଷ ପାଇଁ ଜଳସେଚନର ସୁବିଧା ନ ଥିବା ବେଳେ ଚାଷୀ ବର୍ଷା ଉପରେ ନିର୍ଭର କରିଥାଏ। କିନ୍ତୁ ଅଦ୍ୟାବଧି ଜିଲ୍ଲାରେ ଆବଶ୍ୟକ ମୁତାବକ ବର୍ଷା ହୋଇ ନାହିଁ। ଫଳରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏଯାଏଁ ଚାଷ କାମ ଆରମ୍ଭ ହୋଇପାରି ନାହିଁ। ଯାହାକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

ବର୍ଷା ନ ହେଲେ ବଲାଙ୍ଗୀରରେ ମରୁଡି ନିଶ୍ଚିତ, ଚିନ୍ତାରେ ଚାଷୀ

author img

By

Published : Jul 13, 2021, 9:27 AM IST

ବଲାଙ୍ଗୀର: ମରୁଡି ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଚାଷ ପାଇଁ ଜଳସେଚନର ସୁବିଧା ନ ଥିବା ବେଳେ ଚାଷୀ ବର୍ଷା ଉପରେ ନିର୍ଭର କରିଥାଏ। ସେହିପରି ଭଲ ବର୍ଷା ହେଲେ ଏଠି ସାଧାରଣତଃ ଅକ୍ଷୟ ତୃତୀୟା କିମ୍ବା ଜୁନ ପ୍ରଥମ ସପ୍ତାହରେ ଚାଷ କାମ ଆରମ୍ଭ ହୋଇଥାଏ। ହେଲେ ଚଳିତ ବର୍ଷ ଜୁନ ମାସରେ ପାଗ ଶୁଖିଲା ରହିଥିବା ବେଳେ ବର୍ଷା ହୋଇନାହିଁ। ସମାନ ଭାବରେ ଜୁଲାଇ ମାସ ମହତ୍ବପୂର୍ଣ୍ଣ ଥିବା ବେଳେ ସେହି ମାସରେ ଭଲ ବର୍ଷା ହୋଇଥାଏ। କିନ୍ତୁ ଜୁଲାଇ ମାସ ମଧ୍ୟ ଅଧା ବିତି ଯାଇଥିବା ବେଳେ ଏଯାଏଁ ଆବଶ୍ୟକ ମୁତାବକ ବର୍ଷା ହୋଇ ନାହିଁ। ଫଳରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଏଯାଏଁ ଚାଷ କାମ ଆରମ୍ଭ ହୋଇପାରି ନାହିଁ। ତେବେ ଆଗକୁ ଏଭଳି ଭଲ ବର୍ଷା ନ ହେଲେ ମରୁଡି ନିଶ୍ଚିତ ବୋଲି ଚାଷୀ କହିବା ସହ ଚିନ୍ତା ପ୍ରକଟ କରିଛନ୍ତି ।

ବର୍ଷା ନ ହେଲେ ବଲାଙ୍ଗୀରରେ ମରୁଡି ନିଶ୍ଚିତ, ଚିନ୍ତାରେ ଚାଷୀ

ସେପଟେ ବଲାଙ୍ଗୀର ଜିଲ୍ଲାରେ 3 ଲକ୍ଷ 45 ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଥାଏ। ହେଲେ ଚଳିତ ବର୍ଷ ଏବେ ସୁଧା ମାତ୍ର 15 ହଜାର ହେକ୍ଟର ଚାଷ ଜମିରେ ଚାଷ କାମ ଆରମ୍ଭ ହୋଇଥିବାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେହିପରି ଜୁନ ମାସରେ ସାଧାରଣତଃ 202 ମିଲିମିଟର ବର୍ଷା ହେବାର ଥିବା ବେଲେ ଏବର୍ଷ ମାତ୍ର 143 ମିମି ବର୍ଷା ହୋଇଛି। ଯାହା ଫଳରେ ଚାଷ କାମ ବିଳମ୍ବ ହୋଇଥିବାର କୃଷି ବିଭାଗ କହିଛି।

ସମାନ ଭାବରେ ଜୁଲାଇ ମାସରେ ଭଲ ବର୍ଷା ଆଶା କରା ଯାଉଥିବା ବେଳେ ତାହା ନ ହେଲେ ଚାଷ ପରିମାଣ ନିଶ୍ଚିତ କମିବ ବୋଲି ବିଭାଗ କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.