ETV Bharat / state

ଶାରିରୀକ ସମ୍ପର୍କ ପାଇଁ ଅରାଜି ହେବାରୁ ପ୍ରେମିକାକୁ ଭୁଜାଲିରେ ଆକ୍ରମଣ

author img

By

Published : Mar 7, 2023, 2:08 PM IST

Updated : Mar 8, 2023, 11:37 AM IST

ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ମନା କରିବାରୁ ପ୍ରେମିକା ଉପରେ ମରଣାନ୍ତକ ଆକ୍ରମଣ କଲା ପ୍ରେମିକ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ପ୍ରେମିକାକୁ ମରଣାନ୍ତକ ଆକ୍ରମଣ
ବଲାଙ୍ଗୀରରେ ପ୍ରେମିକାକୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର: ପ୍ରେମ ସମ୍ପର୍କରେ ପଡିଲା ରକ୍ତର ଛିଟା । ପ୍ରେମିକା ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ଭୁଜାଲିରେ ହାଣିଲା ପ୍ରେମିକ । ସୋମବାର ବଲାଙ୍ଗୀର ସହରର କନ୍ଧପାଲି ପଡା ଅଞ୍ଚଳରେ ଏଭଳି ଅମାନବୀୟ କାଣ୍ଡ ଘଟିଛି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡିତା ବରଗଡ ଅଞ୍ଚଳର । ତାଙ୍କର ବାପାମାଆ ଆରପାରିକୁ ଚାଲି ଯାଇଥିବାବେଳେ ପେଟପାଟଣା ପାଇଁ ସେ ବଲାଙ୍ଗୀର ଆସିଥିଲେ । ଏହି ସମୟରେ ଅଭିଯୁକ୍ତ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲ । ତେବେ ଯୁବତୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ବରଗଡ ଅଞ୍ଚଳର ଜନୈକା ଯୁବତୀ ବାପାମାଆଙ୍କ ମୃତ୍ୟୁ ପରେ ପେଟ ପୋଷିବା ଆଶାରେ ବଲାଙ୍ଗୀର ଆସିଥିଲେ । ଏଠାରେ ସେ ଦୀର୍ଘ ତିନି ବର୍ଷ ହେବ ରହି ଆସୁଥିଲେ । ଯୁବତୀ ସହରରେ ଘରଘର ବୁଲି କାମ କରି ନିଜ ପେଟ ପୋଷୁଥିଲେ । ଏହି ସମୟରେ ଏଠାକାର ଦାସ ବାଘ ନାମକ ଜଣେ ଯୁବକଙ୍କ ସହ ତାଙ୍କର ଦେଖା ହୋଇଥିଲା । ପରେ ଧୀରେଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତକାଲି ପ୍ରେମିକ ଦାସ ବାଘ ପ୍ରେମିକାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ କହିଥିଲା । ହେଲେ ଏଥିରେ ରାଜି ହୋଇନଥିଲେ ଯୁବତୀ । ଶାରିରୀକ ସମ୍ପର୍କ ରଖିବା ପାଇଁ ମନା କରିବାକୁ ରାଗି ଯାଇ ପ୍ରେମିକ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଥିବା ପୋଖରୀ ପାଖକୁ ନେଇ ଦୁଷ୍କର୍ମ କରିଥିଲା । ଏହାପରେ ଲୋକଲଜ୍ୟା ଭୟରେ ପ୍ରେମିକାକୁ ହତ୍ୟା କରିବା ପାଇଁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲା ।

ଏହାମଧ୍ୟ ପଢନ୍ତୁ: ଖୋର୍ଦ୍ଧାରେ ଏକାଧିକ ଘରୁ ତାଲା ଭାଙ୍ଗି କଳାକନା ବୁଲାଇଲେ ଚୋର

ହେଲେ ପୀଡିତା କୌଣସି ମତେ ସେଠାରୁ ଖସି ଆସିଥିବାବେଳେ କନ୍ଧପାଲି ନିକଟରେ ଚେତାଶୂନ୍ୟ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଲହୁଲୁହାଣ ଅବସ୍ଥାରେ ଦେଖି ସଙ୍ଗେସଙ୍ଗେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଗୁରୁତର ଥିବା ଜଣାପଡିଛି । ଖବର ପାଇ ପୋଲିସ ମେଡ଼ିକାଲରେ ପହଞ୍ଚିଛି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ । ଦୋଷୀଙ୍କୁ ଦଣ୍ଡ ଦେବାକୁ ପୀଡ଼ିତାଙ୍କ ପରିବାରବର୍ଗ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅଶ୍ଳୀଳ ନୃତ୍ୟ ପରିବେଷଣ ଓ ଦ୍ବିଅର୍ଥବୋଧକ ସଂଳାପ ଉପରେ ସରକାରୀ ଛାଟ

ଇଟିଭି ଭାରତ, ବଲାଙ୍ଗୀର

Last Updated : Mar 8, 2023, 11:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.