ETV Bharat / state

ଲୋଇସିଂହା ପଞ୍ଚାୟତକୁ ଏନଏସି ଦାବିରେ 12 ଘଣ୍ଟିଆ ଡାକରା - loisingha band for 12 hours

ଲୋଇସିଂହା ପଞ୍ଚାୟତ ସମିତିକୁ ଏନଏସି ମାନ୍ୟତା ଦାବି ନେଇ 12 ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା ଦେଇଛି ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ । ଅଧିକ ପଢନ୍ତୁ...

ଲୋଇସିଂହା ପଞ୍ଚାୟତକୁ ଏନଏସି ଦାବିରେ 12 ଘଣ୍ଟିଆ ଡାକରା

author img

By

Published : Mar 10, 2021, 4:32 PM IST

ବଲାଙ୍ଗୀର: ଜିଲ୍ଲା ଲୋଇସିଂହା ପଞ୍ଚାୟତ ସମିତିକୁ ଏନଏସି ମାନ୍ୟତା ଦାବି ନେଇ ବୁଧବାର 12 ଘଣ୍ଟିଆ ଲୋଇସିଂହା ବନ୍ଦ ଡାକରା ଦେଇଛି ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦ । ଏହି ସଙ୍ଗଠନର ଆହ୍ବାନ କ୍ରମେ 18 ଗୋଟି ସାମାଜିକ ସାଙ୍ଗଠନ ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ଦାବି ନେଇ ବରଗଡ ବୋରିଗୁମ୍ମା 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଲୋଇସିଂହା ପଞ୍ଚାୟତକୁ ଏନଏସି ଦାବିରେ 12 ଘଣ୍ଟିଆ ଡାକରା

ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୪ ତାରିଖରୁ ଲୋଇସିଂହା ବ୍ଲକ ସମ୍ମୁରଏ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟମାନେ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରିଆସୁଛନ୍ତି । ଗତ ମାର୍ଚ୍ଚ ୧ ତାରିଖରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରତିନିଧି ଦଳ ଲୋଇସିଂହା ବ୍ଲକକୁ ଆସି ଆଞ୍ଚଳିକ ବିକାଶ ପରିଷଦ ସହିତ ଆଲୋଚନା କରିଥିଲେ । ଆଞ୍ଚଳିକ ବିକାଶ ପରିଷଦ ତରଫରୁ ୭ ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାପାଇଁ କହିଥିଲେ ମାତ୍ର ସାତରୁ ଆଠ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ପ୍ରକାର ସ୍ପଷ୍ଟୀକରଣ ସରକାରଙ୍କ ତରଫରୁ ମିଳି ନଥିବାରୁ ଆଞ୍ଚଳିକ ବିକାଶ ପରିଷଦ ତଥା ବିଭିନ୍ନ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟା ପାଇଁ ଲୋଇସିଂହା ବନ୍ଦ ଡାକରା ଦିଆଯାଇଛି । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.