ETV Bharat / state

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ଫ୍ରେବୃଆରୀ 5ରେ ମହାବନ୍ଦ ଡାକରା - undefined

ପୁଣି ତେଜିଲା ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଆସନ୍ତା ଫେବୃଆରୀ 5ରେ ମହବନ୍ଦ ଡାକରା ଦିଆଯାଇଥିବାବେଳେ ଦାବି ପୂରଣ ନହେଲେ ଅଲଗା ରାଜ୍ୟ ଦାବି ପାଇଁ ଆନ୍ଦୋଳନ କରିବେ ବୋଲି ଓକିଲ ସଂଘ ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

Lawyers’ strike for HC bench
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି
author img

By

Published : Jan 29, 2020, 10:31 PM IST

ବଲାଙ୍ଗୀର: ପୁଣି ତେଜିଲା ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଆସନ୍ତା ଫେବୃଆରୀ 5ରେ ମହବନ୍ଦ ଡାକରା ଦିଆଯାଇଥିବା ବେଳେ ଆଗକୁ ଦାବି ପୂରଣ ନହେଲେ ଅଲଗା ରାଜ୍ୟ ଦାବି ପାଇଁ ଆନ୍ଦୋଳନ କରିବେ ବୋଲି ଓକିଲ ସଂଘ ଚେତାବନୀ ଦେଇଛି । ପଶ୍ଚିମ ଓଡିଶାର ସବୁ ଓକିଲ ସଂଘ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଫଳରେ 17 ମାସ ହେବ ଏଠିକାର ସମସ୍ତ କୋର୍ଟ କାର୍ଯ୍ୟ ଠପ ହୋଇଯାଇଛି ।

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

ଯାହାକୁ ନେଇ ସୁପ୍ରିମକୋର୍ଟ ଚେତାବନୀ ଦେବା ସହ ଏ ଅଞ୍ଚଳର ସବୁ ମାମଲା ଅନ୍ୟତ୍ର ସ୍ଥାନାନ୍ତର କରିବାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭାରତୀୟ ବାର କାଉସିଲ ମଧ୍ୟ ଓକିଲଙ୍କ ଲାଇସେନ୍ସ ରଦ୍ଦ ଭଳି ଚେତାବନୀ ଦେଇଛନ୍ତି। ଯାହାକୁ ପଶ୍ଚିମ ଓଡିଶାର ସବୁ ଓକିଲ ସଂଘ ଘୋର ବିରୋଧ କରିଛନ୍ତି । ସୁପ୍ରିମକୋର୍ଟ ଏକ ପାଖିଆ ନିଷ୍ପତ୍ତି ନେଇଥିବା ବେଳେ ଏମାନଙ୍କର ଏକ ସ୍ବତନ୍ତ୍ର କମିଟି ଏହାର ରିଭ୍ୟୁ ପିଟିସନ ପାଇଁ ଆବେଦନ କରିବେ ବୋଲି ଓକିଲ ସଂଘ କହିଛି ।

ସେପଟେ ଓକିଲଙ୍କ ଏହି ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ଜଣାଇଛି ଅଲଗା କୋଶଳ ରାଜ୍ୟ ପାଇଁ ଆନ୍ଦୋଳନ କରି ଆସୁଥିବା କୋଷଳ ସମନ୍ବୟ କମିଟି । ମହାବନ୍ଦକୁ ସମର୍ଥନ କରିବା ସହ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବ କହିଛି କୋଶଳ ସମନ୍ବୟ କମିଟି ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Intro:ଦୀର୍ଘ ଦିନରୁ ପଶ୍ଚିମ ଓଡିଶା ଓକିଲ ସଂଘ ହାଇକୋର୍ଟ ବେଞ୍ଚ ପାଇଁ ଆନ୍ଦୋଳ କରି ଆସୁଥିବା ବେଳେ ଏବେ ଚରମ ପଦକ୍ଷେପ ନେବା ପାଇଁ ଏକ ଜୁଟ ହୋଇଛନ୍ତି । ଏବଂ ଆସନ୍ତା ଫେବୃଆରୀ ମହବନ୍ଦ ଡାକରା ଦେବା ସହ ଆଗକୁ ଦାବି ପୂରଣ ନହେଲେ ଅଲଗ ରାଜ୍ୟ ଦାବି ପାଇଁ ଆନ୍ଦୋଳ କରିବେ ବୋଲି ଓକିଲ ସଂଘ ଚେତାବନୀ ଦେଇଛି।

Body:ଦୀର୍ଘ ବର୍ଷରୁ ପଶ୍ଚିମ ଓଡିଶାର ସବୁ ଓକିଲ ସଂଘ ଏଠି ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ଆନ୍ଦୋଳନ କରୁ ଛନ୍ତି । ଏବଂ ଏଥିରେ ଦୀର୍ଘ 17 ମାସ ହେବ ଏଠିକାର ସବୁ କୋର୍ଟ କାର୍ଯ୍ୟ ଠପ ହୋଇ ଯାଇଛି। ଯାହାକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟ ଚରମ ଚେତାବନୀ ଦେବା ସହ ଏ ଅଞ୍ଚଳର ସବୁ ମାମଲା ଅନ୍ୟତ୍ର ସ୍ଥାନାନ୍ତର କରିବାର ନିର୍ଦେଶ ମଧ୍ୟ ଦେଇଛନ୍ତି । ସେହିପରି ଇଂଡିଏନ ବାର କାଉନ୍ସିଲ ମଧ୍ୟ ଓକିଲଙ୍କ ଲାଇସେନ୍ସ ରଦ୍ଧ ଭଳି ଚେତାବନୀ ଦେଇଛନ୍ତି। ଯାହାକୁ ଘୋର ବିରୋଧ କରିଛନ୍ତି ପଶ୍ଚିମ ଓଡିଶାର ସବୁ ଓକିଲ ସଂଘ । ଏବଂ ସୁପ୍ରିମ କୋର୍ଟ ଏକ ପାଖିଆ ନିଷ୍ପତ୍ତି ନେଇଥିବା ବେଳେ ଏମାନଂକର ଏକ ସ୍ୱତନ୍ତ୍ର କମିଟି ଏହାର ରିଭିୟୁ ପିଟିସନ ପାଇଁ ଆବେଦନ କରିବେ ବୋଲି ଓକିଲ ସଂଘ କହିଛି । ସେହିପରି ବିଭିନ୍ନ ସରକାରୀ ଅଧିକାରୀଙ୍କ ମଧ୍ୟ ଏମାନେ ଭେଟିବେ ଓ ଦାବି ଜଣାଇବେ ବୋଲି କହିଛନ୍ତି । ସେହିପରି ଗତ 23 ତାରଖରେ ଏମାନେ ସମସ୍ତେ ବଲାଙ୍ଗୀରରେ ଏକାଠି ହୋଇ ବଲାଂଗୀର ଘୋଷଣା ନାମାରେ ଏହି ସବୁ କହିଥିବା ବେଳେ ଆସନ୍ତା 5 ଫେବୃୟାରୀ ରେ ପଶ୍ଚିମ ଓଡିଶା ମହବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତ । ଏବଂ ଆଗକୁ ମଧ୍ୟ ସରକାର ପଶ୍ଚିମ ଓଡିଶା ପ୍ରତି ପାତର ଅନ୍ତର ନୀତି ଅବଲମ୍ବନ କଲେ ଏମାନେ ଅଲଗ ରାଜ୍ୟ ପାଇଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବାଇଟ ପ୍ରମୋଦ ତ୍ରିପାଠୀ ସଭାପତି ବଲାଂଗୀର ଓକିଲ ସଂଘ
ସେପଟେ ଓକିଲଙ୍କ ଏହି ଆନ୍ଦୋଳନ ଓ ଘୋଷଣା ନାମାକୁ ସମ୍ପୂର୍ଣ୍ଣ ଭାବରେ ସ୍ୱାର୍ଥନ ଜଣାଇଛି ଅଲଗ କୋଶଳ ରାଜ୍ୟ ପାଇଁ ଆନ୍ଦୋଳନ କରି ଆସୁଥିବା କୋଷ ସମନ୍ୱୟ କମିଟି। ଏବଂ ଏହିପରି ଆସନ୍ତା 5 ଫେବୃୟାରୀ ମହବନ୍ଦକୁ ସିଧା ସଳଖ ସମର୍ଥନ କରିବା ସହ ଏଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାର କହିଛି କୋଶଳ ସମନ୍ୱୟ କମିଟି। ତେବେ ଏ ସରକାର କେବେ ହେଲେ ପଶ୍ଚିମ ଓଡିଶା ପ୍ରତି ଦରଦ ଦେଖାଇବେ ନାହିଁ ତେଣୁ ଅଲଗ କୋଶଲନରାଜ୍ୟ ଦାବି ହି ଏକ ମାତ୍ର ଉପାୟ ବୋଲି ଏହି କମିଟି କହିଛି ।
ବାଇଟ ପ୍ରମୋଦ ମିଶ୍ର ଅଧ୍ୟକ୍ଷ କୋଶଳ ସମନ୍ୱୟ ସମିତି ବଲାଂଗୀର

Conclusion:ତେବେ ଓକିଲଙ୍କ ଦାବି କେତେ ପୁରାଣ ହେଉଛି ନାଁ ତାଙ୍କ ଆନ୍ଦୋଳନ ଆଉ ଅନ୍ୟ ଦିଗକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.