ETV Bharat / state

ଚାଲିଥିଲା ବେଆଇନ ରତ୍ନ ପଥର ଖଣି ଖନନ ! ମାଟି ଅତଡା ଧସି 2 ମୃତ - ବେଆଇନ ଖନି ଖନନ ଖବର

ବେଆଇନ ରତ୍ନ ପଥର ଖଣି ଖନନ ଚାଲିଥିବା ସମୟରେ ମାଟି ଅତଡା ଖସି ଦୁଇ ଶ୍ରମିକ ମୃତ, ଦୁଇ ଗୁରୁତର । ଅଧିକ ପଢନ୍ତୁ

ଚାଲିଥିଲା ବେଆଇନ ରତ୍ନ ପଥର ଖଣି ଖନନ, ମାଟିଅତଡା ଖସି 2 ମୃତ

author img

By

Published : Apr 22, 2022, 10:32 PM IST

Updated : Apr 22, 2022, 11:02 PM IST

ବଲାଙ୍ଗୀର: ବେଆଇନ ରତ୍ନ ପଥର ଖଣି ଖନନ ଚାଲିଥିବା ସମୟରେ ମାଟି ଅତଡା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ । ଏଥିସହ ଦୁଇ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା ରହିଛି । ବଲାଙ୍ଗିରରେ ଏକ ବେଆଇନ ରତ୍ନ ପଥର ଖଣି ଖନନ ସମୟରେ ଏପରି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଗୁଲ୍ମି ଗ୍ରାମ ନିକଟରେ ଥିବା ଗୁଲ୍ମୀ ଜଙ୍ଗଲ ମଧ୍ୟରେ ଏହି ବେଆଇନ ରତ୍ନ ପଥର ଖଣି ଖନନ ଚାଲିଥିଲା । ଆଜି(ଶୁକ୍ରବାର) 200 ଫୁଟ ତଳେ କାମ ଚାଲିଥିଲା । ହଠାତ୍ ମାଟି ଅତଡା ଖସିବାରୁ 4 ଜଣ ଶ୍ରମିକ ମାଟି ତଳେ ପୋତିହୋଇ ଯାଇଥିଲେ । ଏନେଇ ଟିଟିଲାଗଡ ପୋଲିସ ଖବର ପାଇ ଦୀର୍ଘ ପାଞ୍ଚ ଘଣ୍ଟାର ଅପରେସନ ପରେ ଖଣି ଭିତରୁ ଚାରି ଜଣଙ୍କୁ ଉଦ୍ଧାର କରାଇଥିଲା ।

ଚାଲିଥିଲା ବେଆଇନ ରତ୍ନ ପଥର ଖଣି ଖନନ ! ମାଟି ଅତଡା ଧସି 2 ମୃତ

ମାତ୍ର ଗଲ୍ମି ଗ୍ରାମର ଦିନ ଜାନି ଓ ନୂଆପଡ଼ା ଗ୍ରାମର ଉଜ୍ବଳ ଭୋଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ଦୁଇ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଅଞ୍ଚଳରେ ବେଆଇନ ଭାବରେ ଦୁଇ ଶହରୁ ଊର୍ଦ୍ଧ୍ବ ରତ୍ନ ପଥର ଖଣି ଚୋରା ଭାବରେ ଚାଲିଥିବାର ସୂଚନା ରହିଛି । ହେଲେ ପ୍ରଶାସନର ନିରବତା କାରଣରୁ ଏହିଭଳି ଘଟଣା ଘଟୁଥିବାର କୁହାଯାଇଛି । ସେହିପରି ରତ୍ନ ପଥର ଚୋରାଚାଲାଣ ମଧ୍ୟ ଏଠି ଖୁଲମ ଖୁଲା ଚାଲିଛି । ତୁରନ୍ତ ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ଯାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Apr 22, 2022, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.