ETV Bharat / state

ବନ୍ୟା ପରେ ବଲାଙ୍ଗୀରରେ ସାର ଅଭାବ, ଚିନ୍ତାରେ ଚାଷୀ - ବନ୍ୟା ପରେ ବଲାଙ୍ଗୀରରେ ସାର ଅଭାବ

ସରୁନି ବଲାଙ୍ଗୀର ଚାଷୀଙ୍କ ଦୁଃଖ । ବନ୍ୟା ପରେ ଚାଷୀଙ୍କ ମୁଣ୍ଡରେ ସାର ଚଡକ ।ସାରର ଅଭାବୀ ବିକ୍ରି ଯୋଗୁଁ ଚାଷୀକୂଳ ଏବେ ଚିନ୍ତାରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବଲାଙ୍ଗୀର
author img

By

Published : Sep 17, 2019, 10:16 PM IST

ବଲାଙ୍ଗୀର: ସରୁନି ବଲାଙ୍ଗୀର ଚାଷୀଙ୍କ ଦୁଃଖ । ଗୋଟିଏ ପରେ ଗୋଟିଏ ଦୁର୍ଦ୍ଦଶା ମାଡି ଆସିବା ସହ ଦେଉଛି କଷ୍ଟ । ବର୍ତ୍ତମାନ ସମୟରେ ବନ୍ୟା ଛାଡିଯାଇଛି ହେଲେ ଏଠାକାର ଚାଷୀଙ୍କ ପାଇଁ ଦୁଃଖ ଆଣିଛି ଅଭାବୀ ସାର ବିକ୍ରି । ବନ୍ୟା ପରେ କିଛି ସ୍ଥାନରେ ବଞ୍ଚିଥିବା ଚାଷ ପାଇଁ ଏବେ ସାରର ଅଭାବ ଦେଖାଦେଇଛି । ଫଳରେ ଚାଷୀ ଚିନ୍ତାରେ ଥିବା ବେଳେ ଶୀଘ୍ର ସାର ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି ।

ବନ୍ୟା ପରେ ବଲାଙ୍ଗୀରରେ ସାର ଅଭାବ, ଚିନ୍ତାରେ ଚାଷୀ

ଏହାସହ ଜିଲ୍ଲା ପ୍ରଶାସନ ଏଥିରେ ନିଜେ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।ସେପଟେ ବଲାଙ୍ଗୀର ଜିଲ୍ଲାରେ ୟୁରିଆ ସାର ଅଭାବକୁ ସ୍ବୀକାର କରିଛନ୍ତି ସାର ବିତରକ ଏଜେନ୍ସି ମାରଫେଡ।

ଖବର ଅନୁଯାୟୀ, ଜିଲ୍ଲାରେ ବର୍ତ୍ତମାନ 130 ଟନ ୟୁରିଆ ସାର ଥିବା ବେଳେ ତାହା ଯଥେଷ୍ଟ ନୁହେଁ ବୋଲି ମାରଫେଡ କହିଛି । ତେବେ ଆଉ 1500 ଟନ ୟୁରିଆ ସାର ଆବଶ୍ୟକ ରହିଛି। ଯାହା ଆଗାମୀ 3 ରୁ 4 ଦିନ ମଧ୍ୟରେ ମିଳିବ ବୋଲି ମାରଫେଡ ଏରିଆ ମ୍ୟାନେଜର କହିଛନ୍ତି ।

ଏହାସହ ସାର ଆସିଲା ପରେ ଶୀଘ୍ର ତାକୁ ଚାଷୀଙ୍କୁ ବଣ୍ଟନ କରାହେବ ବୋଲି ସେ କହିଛନ୍ତି । ଏହା ସହ ଉଚିତ ସମୟରେ ୟୁରିଆ ସାର ନମିଳିଲେ ଚାଷ ପ୍ରଭାବିତ ହେବା ସହ ଅମଳ କମିବ। ତେବେ ଏଦିଗରେ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଚାଷୀଙ୍କ ପାଇଁ ପୁଣି ଦୁଃଖ ଚାଷ ପାଇଁ ଏଠି ମିଳୁନାହିଁ ସାର। ବନ୍ୟା ପରେ କିଛି ସ୍ଥାନରେ ବଂଚି ଥିବା ଚାଷ ପାଇଁ ଏବେ ସାରର ଅଭାବ ଦେଖା ଦେଇଛି । ଫଳରେ ଛାସି ଚିନ୍ତାରେ ଥିବା ବେଳେ ଶୀଘ୍ର ସାର ଯୋଗାଇ ଦିଆ ଯାଉ ବୋଲି ଦାବି କରିଛନ୍ତି ।

Body:ବଲାଂଗୀର ଚାଷୀଙ୍କ ପାଇଁ ପୁଣି ଦୁଃଖ ଚାଷ ପାଇଁ ଏଠି ମିଳୁନାହିଁ ସାର। ବନ୍ୟାର ବିଭୀଷିକା ପରେ କିଛି ସ୍ଥାନରେ ବଂଚି ଥିବା ଚାଷ ପାଇଁ ଏବେ ସାରର ଅଭାବ ଦେଖା ଦେଇଛି । ବିଶେଷ କରି ବର୍ତ୍ତମାନ ଚାଷ ପାଇଁ ୟୁରିଆ ସାର ଆବଶ୍ୟକ ଥିବା ବେଳେ ତାହା ମିଳୁ ନାହିଁ । ଏବଂ ଯେଉଁଥିବୀ ଅଛି ତାହା ଚଢା ଦରରେ ବିକ୍ରି ହେଉଛି । ଅର୍ଥାତ ୟୁରିଆ ସାରର ଅଭାବ ସମୟରେ କଲବଜାରୀ ହେଉ ଥିବାର ଅଭିଯୋଗ ହୋଇଛି । ଫଳରେ ଛାସି ଚିନ୍ତାରେ ଥିବା ବେଳେ ଶୀଘ୍ର ସାର ଯୋଗାଇ ଦିଆ ଯାଉ ବୋଲି ଦାବି କରିଛନ୍ତି । ଏବଂ ଜିଲ୍ଲା ପ୍ରଶାସନ ଏଥିରେ ନିଜେ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ ବୋଲି ଦାବି ହୋଇଛି ।
ବାଇଟ ସୁଧୀର ପରିଛା କୃଷକ ନେତା
ସେପଟେ ବଲାଂଗୀର ଜିଲ୍ଲାରେ ୟୁରିଆ ସାର ଅଭାବକୁ ସ୍ୱୀକାର କରିଛନ୍ତି ସାର ବିତରକ ଏଜେନ୍ସି ମାରଫେଡ। ତେବେ ବର୍ତ୍ତମାନ 130 ଟନ ୟୁରିଆ ସାର ଥିବା ବେଳେ ତାହା ଯଥେଷ୍ଟ ନୁହେଁ ବୋଲି ମାରଫେଡ କହିଛି । ତେବେ ଆଉ 1500 ଟନ ୟୁରିଆ ସାର ଆବଶ୍ୟକ ଥିବା ବେଳେ ତିନି ଚାରି ଦିନ ମଧ୍ୟରେ ତାହା ମିଳିବ ବୋଲି ମାରଫେଡ ଏରିଆ ମେନେଜର କହିଛନ୍ତି । ଏବଂ ସାର ଆସିଲା ପରେ ଶୀଘ୍ର ତାକୁ ପେକସ ମାଧ୍ୟମରେ ଚାଷୀ ଙ୍କୁ ବଣ୍ଟନ କରା ହେବ ବୋଲି ସେ କହିଛନ୍ତି ।
ବାଇଟ ସୁକାନ୍ତ ଶେଖର ଶତପଥୀ ଏରିଆ ମେନେଜର ମାରଫେଡ

Conclusion:ଉଚିତ ସମୟରେ ୟୁରିଆ ସାର ନ ମିଳିଲେ ଚାଷ ପ୍ରଭାବିତ ହେବ ସହ ଅମଳ କମିବ ତେବେ ଏଦିଗରେ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବା ଜରୁରୀ ହୋଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.