ETV Bharat / state

କୋଶଳ ରାଜ୍ୟ ଦାବି ଆନ୍ଦୋଳ ଜୋରଦାର ହେବ: କୋଶଳବାଦୀ ନେତା ପ୍ରମୋଦ ମିଶ୍ର

author img

By ETV Bharat Odisha Team

Published : Nov 29, 2023, 6:47 AM IST

କୋଶଳ ରାଜ୍ୟ ଦାବି ନେଇ ଆନ୍ଦୋଳନ ତେଜିବାରେ ଲାଗିଛି । ଏହି ଆନ୍ଦୋଳନ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବା କୋଶଳବାଦୀ ନେତା ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

କୋଶଳ ରାଜ୍ୟ ଦାବି ଆନ୍ଦୋଳ ଯୋରଦାର ହେବ:କୋଶଳବାଦୀ ନେତା ପ୍ରମୋଦ ମିଶ୍ର

ବଲାଙ୍ଗୀର: ଅଲଗା କୋଶଳ ରାଜ୍ୟ ଦାବି ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଦାବି ଏବେ ଜନ ଆନ୍ଦୋଳନର ରୂପ ନେଇଥିବା ବେଳେ ଆଗକୁ ବଡ ଆନ୍ଦୋଳନ ହେବ ବୋଲି କୋଶଳବାଦୀ ନେତା କହିଛନ୍ତି । ବଲାଙ୍ଗୀରରେ ଅଲଗା କୋଶଳ ରାଜ୍ୟ ଦାବି ନେଇ ଦୀର୍ଘ ବର୍ଷରୁ ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ନିକଟରେ କୋଶଳ ମହାବନ୍ଦ ହୋଇଯାଇଛି । ଏଥିରେ ଗାଁ ଠୁ ସହର ଲୋକେ ସାମିଲ ହୋଇଛନ୍ତି । ଓଲିଉଡ ବନାମ ମନୋଜ ମିଶ୍ରଙ୍କ କଳି ଏହି ଆନ୍ଦୋଳନର ନିଆଁରେ ଘିଅ ଢାଳିଲା ଭଳି କାମ କରିଥିଲା । କୋଶଳ ଆନ୍ଦୋଳନକୁ ନେଇ ସାମାଜିକ ଗଣ ମାଧ୍ୟମରେ ଅନେକ ବାଦ ବିବାଦ ମଧ୍ୟ ଦେଖିବାକୁ ମିଳିଛି। ଏଭଳି ସମୟରେ କୋଶଳ ବାଦୀ ନେତା ତଥା କୋଶଳ ସମନ୍ବୟ ସମିତି ଆବାହକ ପ୍ରମୋଦ ମିଶ୍ର କହିଛନ୍ତି ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ।

ଅଧିକ ପଢନ୍ତୁ- କୋଶଳ ରାଜ୍ୟ ଦାବିରେ 12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ; ଯାନବାହନ ଚଳାଚଳ ଠପ୍

କୋଶଳବାଦୀ ନେତା ପ୍ରମୋଦ ମିଶ୍ର ନିକଟରେ କୋଶଳ ମହାବନ୍ଦକୁ ଅଦ୍ଭୂତପୂର୍ବ ସମର୍ଥ ଦେଇଥିବା ରାଜନୈତିକ ଦଳ, ଲୋକ ସଂଗଠନ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି ଏହି ଆନ୍ଦୋଳନ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ଲୋକେ ନିଜ ସ୍ବଇଚ୍ଛାରେ ଆନ୍ଦୋଳନରେ ସାମିଲ ହେଉଥିବା ସେ କହିଛନ୍ତି । ସେହିପରି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ତଥା ବିଜେପି ଓ କଂଗ୍ରେସ ଦଳକୁ ସେ ଧନ୍ୟବାଦ ଜଣାଇଛନ୍ତି । ସମୟ ଏବେ ଏହି ଅଞ୍ଚଳର ଲୋକଙ୍କୁ ନେତାଙ୍କୁ ଅଲଗା କୋଶଳ ରାଜ୍ୟ ନିହାତି ଆବଶ୍ୟକ ବୋଲି ହୃଦୟଙ୍ଗମ କରାଇଛି । ସେମାନେ ଏହାକୁ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହେବାକୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏହି ନେତାମାନେ ତାଙ୍କ ନିର୍ବାଚନୀ ଇସ୍ତାହାରରେ କୋଶଳ ରାଜ୍ୟ ଦାବିକୁ ମୁଖ୍ୟ ମୁଦ୍ଦା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେହିପରି ପ୍ରମୋଦ କହିଛନ୍ତି, "ଖୁବଶୀଘ୍ର କୋଶଳ ଲିବରେସନ ସଂଘ ଗଠନ କରାଯିବ। ଯାହା ପାଇଁ ଶତାଧିକ ଯୁବକ ସ୍ବଇଛାରେ ସାମିଲ ହେଉଛନ୍ତି । ସମାନ ଭାବରେ ଆଗକୁ କୋଶଳ ମହାସମ୍ମିଳନୀ ଆୟୋଜନ ହେବ । ଯେଉଁଥିରେ ବିଭିନ୍ନ ରାଜ୍ୟର ନେତା ଓ ଏଠିକାର କୋଶଳ ବାଦୀ ଲୋକ ସାମିଲ ହେବେ । କିଛି ଲୋକ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କୋଶଳ ରାଜ୍ୟ ବଦଳରେ ହୀରାଖଣ୍ଡ ଓ ଅନ୍ୟ ନାଁରେ ଅଲଗା ରାଜ୍ୟ ଦାବି କରିଛନ୍ତି । ତେବେ ସେ ସେମାନଙ୍କ ଦାବିକୁ ମଧ୍ୟ ସମ୍ମାନ ଦେଇଛନ୍ତି । ଯେଉଁ ନା ସର୍ବ ସମ୍ମତିରେ ଗ୍ରହଣୀୟ ହୋଇଛି ତାହା ହିଁ ସ୍ଥିର ହୋଇ ଆନ୍ଦୋଳନ ହେଉଛି । ଭାଷାକୁ ନେଇ କିଛି ଦ୍ଵନ୍ଦ୍ୱ ଆସିଛି ତାହାକୁ କୋଶଳ ଭାଷା ଆନ୍ଦୋଳନ ପାଇଁ ଗଠିତ ସଂଗଠନମାନେ ସମାଧାନ କରିବେ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.