ETV Bharat / state

ପଶ୍ଚିମ ଓଡ଼ିଶାକୁ କରାଯାଇନି ଅବହେଳା, ମନ୍ତ୍ରୀ ଟୁକୁନି ସାହୁଙ୍କ ବୟାନକୁ କୋଶଳ ସେନାର ନିନ୍ଦା

author img

By

Published : Sep 9, 2022, 4:32 PM IST

Updated : Sep 9, 2022, 7:27 PM IST

ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ମନ୍ତବ୍ୟକୁ ସମାଲୋଚନା କରିଛି କୋଶଳ ସେନା । ଅଧିକ ପଢ଼ନ୍ତୁ

koshal sena criticize on minister tukuni sahu statement
ଟୁକୁନି ସାହୁଙ୍କ ମନ୍ତବ୍ୟକୁ କୋଶଳ ସେନାର ସମାଲୋଚନା

ବଲାଙ୍ଗୀର: ଟିଟିଲାଗଡ ବିଧାୟକ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ସ୍ବତନ୍ତ୍ର ପ୍ରଦେଶ କୋଶଳକୁ ନେଇ ଦେଇଥିବା ମନ୍ତବ୍ୟକୁ କଡା ସମାଲୋଚନା କରିଛି କୋଶଳ ସଂଗଠନ (Minister Tukuni Sahu statement on Koshal State)। ଆଗାମୀ ୧୫ ଦିନ ମଧ୍ୟରେ ତାଙ୍କ ସହ ଆଲୋଚନା ନକଲେ ମନ୍ତ୍ରୀଙ୍କ ଘର ଘେରାଉ କରିବେ ବୋଲି କୋଶଳ ସଂଗଠନ ଚେତାବନୀ ଦେଇଛି । ଗତ ୭ ତାରିଖ ଦିନ ପଶ୍ଚିମ ଓଡ଼ିଶା ମହାବନ୍ଦ ଡାକରାରେ ଝାରସୁଗୁଡ଼ାରେ କୋଶଳ କର୍ମୀଙ୍କୁ ଗିରଫ କରାଯିବାକୁ ନେଇ ପ୍ରତିବାଦ କରି ଆଗାମୀ ଦିନରେ ଝାରସୁଗୁଡ଼ା ବନ୍ଦ ଡାକରା ଦେବେ ବୋଲି କହିଛନ୍ତି ।

ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ବଲାଙ୍ଗୀରରେ ହୋଇଥିବା ଜନ ଆନ୍ଦୋଳନକୁ ନେଇ ମନ୍ତ୍ରୀ ଟୁକୁନି ସାହୁଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଛି । ବଲାଙ୍ଗୀରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋଶଳ ମିଳିତ ମଞ୍ଚ ମନ୍ତ୍ରୀ ଟୁକୁନି ସାହୁଙ୍କ କୋଶଳ ବିରୋଧୀ ମନ୍ତବ୍ୟକୁ କଡା ସମାଲୋଚନା କରିଛି । ଗତ ୭ ତାରିଖରେ କୋଶଳ ରାଜ୍ୟ ଦାବୀରେ ମହାବନ୍ଦ ଡାକରା ଦିଆଯାଇଥିଲା । ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, "ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀ କେବେ ଅବହେଳା କରିନାହାନ୍ତି । ସମସ୍ତ ଅଞ୍ଚଳକୁ ସମାନ ଆଗ୍ରଧିକାର ଦିଆଯାଉଛି ।" ଏଭଳି ସ୍ଥଳେ ଅଲଗା ରାଜ୍ୟକୁ ସେ ସମର୍ଥନ କରୁନଥିବା କହିଥିଲେ । ତେବେ ଏହାକୁ ନେଇ କେଏମଏମ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: କୋଶଳ ପ୍ରଦେଶ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା

ଏନେଇ ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ହିତରେ ମନ୍ତ୍ରୀ ଏଭଳି ମନ୍ୟବ୍ୟ ଦେଇଛନ୍ତି । ସେ ଯେଉଁ ପ୍ରକାର ଆଲୋଚନା କରିବାକୁ ଚାହୁଁଛନ୍ତି ଆମେ ସେଥିରେ ରାଜିଅଛୁ ।" ଆଗାମୀ ୧୫ ଦିନ ମଧ୍ୟରେ ମନ୍ତ୍ରୀ ଆଲୋଚନା ନକଲେ ହଜାର ହଜାର ସଂଖ୍ୟାରେ କୋଶଳ କର୍ମୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେହିପରି କୋଶଳ ମହାବନ୍ଦ ଦିନ ଝାରସୁଗୁଡ଼ାରେ ପୋଲିସ କୋଶଳକର୍ମୀଙ୍କୁ ଗିରଫ କରିଥିଲେ । ଯାହାକୁ କେଏମଏମ ଘୋର ବିରୋଧ କରିବା ସହ ଆଗକୁ ଏହାର ପ୍ରତିବାଦରେ ଝାରସୁଗୁଡ଼ା ବନ୍ଦ କରିବେ ବୋଲି କହିଛନ୍ତି କୋଶଳ ସେନା ସଭାପତି କସ୍ତୁବ ସାହୁ ।

ସୂଚନା ଥାଉକି, ଗତ ୭ ତାରିଖ ଦିନ ବଲାଙ୍ଗୀର ଜିଲ୍ଲାରେ କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ଏହା ପ୍ରଭାବରେ ଦୋକାନ ବଜାର ସରକାରୀ ବେସରକାରୀ ଅନୁଷ୍ଠାନ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଆନ୍ଦୋଳନକାରୀମାନେ ସହରରେ ବୁଲି ସବୁ ଦୋକାନ ବଜାର ବନ୍ଦ କରିଥିଲେ । ସହରର ବିଭିନ୍ନ ମୁଖ୍ୟ ରାସ୍ତା ମାନଙ୍କରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ବଲାଙ୍ଗୀର ସମେତ ଜିଲ୍ଲାର ସବୁ ପ୍ରମୁଖ ସହର କଣ୍ଟାବାଞ୍ଜି, ପାଟଣାଗଡ଼ ଓ ଟିଟିଲାଗଡ ସବୁଠି ସବୁ ବନ୍ଦ ରହିଥିଲା । କୋଶଳ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 9, 2022, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.