ETV Bharat / state

ବିଚ୍ ରାସ୍ତାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲା କୋଶଳ ସଙ୍ଗଠନ

ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାକୁ ଉପେକ୍ଷା କରାଯାଉଥିବା ନେଇ ବିଚ୍ ରାସ୍ତାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲା କୋଶଳ ସଙ୍ଗଠନ । ଅଧିକ ପଢନ୍ତୁ...

author img

By

Published : Jul 25, 2021, 3:44 PM IST

ବିଚ୍ ରାସ୍ତାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲା କୋଶଳ ସଙ୍ଗଠନ
ବିଚ୍ ରାସ୍ତାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲା କୋଶଳ ସଙ୍ଗଠନ

ବଲାଙ୍ଗୀର: ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିଚ୍ ରାସ୍ତାରେ ଅଟକ ରଖି ବିରୋଧ ପ୍ରଦର୍ଶନ କଲା କୋଶଳ ସଙ୍ଗଠନ । ପଶ୍ଚିମ ଓଡ଼ିଶାକୁ ଉପେକ୍ଷା କରାଯାଉଥିବା ନେଇ କୋଶଳ ସଙ୍ଗଠନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ତୀବ୍ର ବିରୋଧ କରିଛି । ଆଜି(ଶନିବାର) ବଲାଙ୍ଗୀର ସଇଁତଳା ନିକଟରେ ମନ୍ତ୍ରୀ ଓ କୋଶଳ ସଙ୍ଗଠନର କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଉପେକ୍ଷା କରୁଛନ୍ତି । ସରକାର କୌଣସି ଆବାସ ଯୋଜନାରେ ପଶ୍ଚିମ ଓଡିଶାକୁ ସାମିଲ କରିନଥିବା କୋଶଳ ସମନ୍ବୟ ସମିତି ଅଭିଯୋଗ କରିଛି । ଏଣୁ ସରକାରଙ୍କ ଏଭଳି ମନୋଭାବକୁ ବିରୋଧ କରି ଆନ୍ଦୋଳନ କରିଛି ସଙ୍ଗଠନ ।

ପ୍ରତିବାଦ ପୂର୍ବକ କୋଶଳ ଯୁବ ସଙ୍ଗଠନ କଳାହାଣ୍ଡିରୁ ଏକ ପଦଯାତ୍ରା ଆରମ୍ଭ କରି ଆଜି(ଶନିବାର) ବଲାଙ୍ଗୀର ଜିଲ୍ଲା ସଇଁତଳାରେ ପହଞ୍ଚିଥିଲା । ଏହି ସମୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସେହି ରାସ୍ତା ଦେଇ ଯାଉଥିଲେ । ଫଳରେ ବିଚ୍ ରାସ୍ତାରେ ମନ୍ତ୍ରୀଙ୍କୁ ଅଟକ ରଖିଥିଲା କୋଶଳ ଯୁବ ସଙ୍ଗଠନ । ଫଳରେ ମନ୍ତ୍ରୀ ଓ ସଙ୍ଗଠନର କର୍ମକର୍ତ୍ତାମାନେ ମୁହାଁମୁହିଁ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ସଇଁତଳା ପୋଲିସ ପହଞ୍ଚି ଆନ୍ଦୋଳନକାରୀ ସଙ୍ଗଠନର 10ରୁ ଉର୍ଦ୍ଧ୍ବ କର୍ମକର୍ତ୍ତାଙ୍କୁ ଅଟକ ରଖିଛି । ତେବେ ଏହାକୁ ନେଇ ଏଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କୋଶଳ ସଙ୍ଗଠନର ଶତାଧିକ ସଦସ୍ୟ ସଇଁତଳା ଥାନା ଘେରାଉ କରିବା ସହ ଧାରଣା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.