ETV Bharat / state

ବଲାଙ୍ଗୀରରେ ପରିବାରବାଦ ବନାମ ସାଧାରଣ ଜନତା ଲଢେଇ, ଆରମ୍ଭ ହେବ କ୍ୟାମ୍ପେନ

author img

By

Published : Jun 5, 2023, 9:28 PM IST

ଭାରତର ଗରିବ ଜିଲ୍ଲା ବଲାଙ୍ଗୀର ହୋଇଥିବାର କାରଣ ପରିବାରବାଦ ରାଜନୀତି ବୋଲି ଅଭିଯୋଗ ଆଣିଛନ୍ତି ବିଶିଷ୍ଠ କୋଶଳ ସଂଗ୍ରାମୀ ନେତା ପ୍ରମୋଦ ମିଶ୍ର । ଅଧିକ ପଢନ୍ତୁ

koshal leader campaign
koshal leader campaign
koshal leader campaign

ବଲାଙ୍ଗୀର: ଭାରତର ଗରିବ ଜିଲ୍ଲା ବଲାଙ୍ଗୀର ହୋଇଥିବା ବେଳେ ଏଠି ନେତା ହଜାର ହଜାର କୋଟି ଟଙ୍କାର ମାଲିକ । କୁବେର ନେତା ଗରିବ ଜନତା । ଏଭଳି ବିଚିତ୍ର ଓ ବଡ଼ ପାର୍ଥକ୍ୟ ବଲାଙ୍ଗୀରରେ ରହି ଆସିଛି । ଏହାର କାରଣ ପରିବାରବାଦ ରାଜନୀତି ବୋଲି ଅଭିଯୋଗ ଆଣିଛନ୍ତି ବିଶିଷ୍ଠ କୋଶଳ ସଂଗ୍ରାମୀ ନେତା ପ୍ରମୋଦ ମିଶ୍ର । ତେବେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଅଭିଯୋଗ ଆଣିବା ସହ ଆଗକୁ ପରିବାର ବାଦ ରାଜନୀତି ବିରୋଧରେ ଲଢେଇର କଥା କହିଛନ୍ତି ।

ତେବେ ପରିବାରବାଦ ରାଜନୀତିର କରୁଣ ପରିଣତି ଯେ ଆଜି ଭାରତର ସବୁଠୁ ଗରିବ ଜିଲ୍ଲା ଭାବରେ ପରିଗଣିତ ହେଉଛି ବଲାଙ୍ଗୀର। ଏଠିକାର ନିର୍ଦ୍ଦିଷ୍ଟ କିଛି ରାଜନୈତିକ ପରିବାର କୁବେର ଭଣ୍ଡାର ଭଳି ନିଜ ସମ୍ପତ୍ତି ହଜାର ହଜାର ଗୁଣ ବଢାଇଛନ୍ତି । ଜିଲ୍ଲାର ବିକାଶ ନାଁରେ ସେମାନେ ନିଜର ଓ ନିଜ ପରିବାରର ବିକାଶ କରିଛନ୍ତି ବୋଲି ସେ କହିଛନ୍ତି ।

1951 ମସିହାରୁ 1977 ପର୍ଯ୍ୟନ୍ତ ବଲାଙ୍ଗୀର ଲୋକେ ଭିନ୍ନ ଭିନ୍ନ ନେତା ବାଛିଥିଲେ । ଯେଉଁଥିରେ ବିକାଶର ଆଶା ଥିଲା ହେଲେ ତାହା ନ ହେବାରୁ ପରେ ବଡ ପରିବର୍ତ୍ତନ ଲୋକେ ଆଣିଥିଲେ । କଂଗ୍ରେସ ଦଳକୁ ଭରସା କରି କଂଗ୍ରେସ ନେତାକୁ ବିଜୟୀ କରିଥିଲେ । ଏହାପରେ ଲୋକେ ଦୁଇ ପରିବାର ମଧ୍ୟରେ ସୀମିତ ରହି ଯାଇଥିଲେ । ଯେଉଁଥିରେ ଗୋଟିଏ ପରିବାର 25 ବର୍ଷ ଶାସନ କଲେ ଓ ଆଉ ଗୋଟେ ପରିବାର ୧୦ ବର୍ଷ ହେବ ନିର୍ବାଚନ ଜିତି ରାଜନୀତି କରିଛନ୍ତି । ସେମାନେ ଜିଲ୍ଲା ପାଇଁ କିଛି କାମ କରି ନ ଥିବା ବେଳେ ତାଙ୍କ ପରିବାରର କିନ୍ତୁ ବିକାଶ ନିଶ୍ଚୟ କରିଛନ୍ତି । ତେବେ ଏହା ପରେ ଏବେ ଏମାନେ ତାଙ୍କର ତଳ ପିଢ଼ି ପୁଅ ବୋହୁଙ୍କୁ ଏଥିରେ ଆଗକୁ ଆଣି ପୁଣି ଏହି ଧାରା ବଜାୟ ରଖିବା ପାଇଁ ଅପ୍ରାଣ ଚେଷ୍ଟା ଜାରି ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି କୋଶଳ ସଂଗ୍ରାମୀ ନେତା ।

ଏହି ଦୁଇ ପରିବାର ରାଜନୀତି ଯୋଗୁଁ ବଲାଙ୍ଗୀର ସ୍ୱାଧୀନତା ପରେ ମଧ୍ୟ ବିକାଶ ଦେଖି ପାରିନାହିଁ । ଏଠି ଆଜି ବି କୌଣସି କଳକାରଖାନା ହୋଇ ପାରିନାହିଁ । ଜଳ ସେଚନ ଏବେବି ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପାଇଁ ଏଠିକାର ଦାଦନ ସମସ୍ୟା ଯେମିତିକୁ ସେମିତି ରହିଛି । ସେହିପରି ଶିକ୍ଷା ସ୍ୱାସ୍ଥ୍ୟ ସବୁଥିରେ ବଲାଙ୍ଗୀର ପଛୁଆ । ତେବେ ଏଠି ସରକାରୀ ସ୍କିମ ସ୍କାମରେ ପରିବର୍ତ୍ତନ ହୋଇ ଆସୁଛି । ଲୋକଙ୍କ ଟଙ୍କା ଏହି ଦୁଇ ପରିବାର ଲୁଟି ଆସୁଛନ୍ତି ବୋଲି କୋଶଳ ନେତା ପ୍ରମୋଦ ମିଶ୍ର କହିଛନ୍ତି ।

ତେବେ ଏହାକୁ ନେଇ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ଅଛି । ତେଣୁ ନିଜେ ଏହି ପରିବାରବାଦ ରାଜନୀତି ବିରୋଧରେ କ୍ୟାମ୍ପେନ କରିବେ ଲୋକଙ୍କୁ ଜାଗୃତ କରିବେ । ତେବେ ଆଗାମୀ 2024 ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ଲୋକେ ସଚେତନ ହେବା ଜରୁରୀ ଓ ପରିବାରବାଦ ରାଜନୀତିକୁ ମାତ ଦେବା ମଧ୍ୟ ଜରୁରୀ ବୋଲି କହିଛନ୍ତି କୋଶଳ ନେତାପ୍ରମୋଦ ମିଶ୍ର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.