ETV Bharat / state

ମମିତା ମେହେର ନିଖୋଜ ମାମଲାରେ ତାତିଲା କୋଶଳ ସମନ୍ବୟ ସମିତି - mamita meher

ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା କୋଶଳ ସମନ୍ବୟ ସମିତି । ମାମଲରା ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଦଳ । ଅଧିକ ପଢନ୍ତୁ...

ମମିତା ମେହେର ନିଖୋଜ ମାମଲାରେ ତାତିଲା କୋଶଳ ସମନ୍ବୟ ସମିତି

author img

By

Published : Oct 19, 2021, 1:09 PM IST

ବଲାଙ୍ଗୀର: ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ଆଜକୁ ୧୧ ଦିନ ବିତିସାରିଲାଣି । ହେଲେ ତଥାପି ପୋଲିସ ହାତ ଖାଲି । ଯାହାକୁ ନେଇ ତାତିଛି କୋଶଳ ସମନ୍ବୟ ସମିତି । ମମିତାଙ୍କୁ ନ୍ୟାୟ ଦାବି ଓ ଓଡ଼ିଶା ଗୃହ ମନ୍ତ୍ରୀଙ୍କ ସଂପୃକ୍ତି ତଥା ତାଙ୍କୁ ବହିଷ୍କାର ଦାବିରେ ସମିତି ଆନ୍ଦୋଳନକୁ ଓହ୍ଲାଇଛି । ଏହି ପରିପ୍ରେକ୍ଷୀରେ ନିଖୋଜ ଶିକ୍ଷୟିତ୍ରୀଙ୍କ ଘରୁ ବଲାଙ୍ଗୀର ଏସପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଏକ ପଦଯାତ୍ରା ।

ମମିତା ମେହେର ନିଖୋଜ ମାମଲାରେ ତାତିଲା କୋଶଳ ସମନ୍ବୟ ସମିତି

ଶିକ୍ଷୟତ୍ରୀ ନିଖୋଜ ଘଟଣାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କୋଶଳ ସମନ୍ବୟ ସମିତି ପକ୍ଷରୁ ଏହି ପଦଯାତ୍ରା କରାଯାଇଛି । ଘଟଣାକୁ ଦୀର୍ଘ ୧୧ ଦିନ ବିତି ଯାଇଥିଲେ ବି ମମିତାଙ୍କ କୌଣସି ଖୋଜ ଖବର ମିଳିନି । ଏହି ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ରହିଥିବାରୁ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ କରିଛି ସମିତି । ତେଣୁ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଏହି ଆନ୍ଦୋଳନ ଜନ ଆନ୍ଦୋଳନର ରୂପ ନେବ ବୋଲି ସମନ୍ୱୟ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.