ବଲାଙ୍ଗୀର: ଜିଲ୍ଲାରେ ଚଳିତ ଖରିଫ ଋତୁର ଧାନ କିଣା ଆଜିଠୁ ଆରମ୍ଭ ହୋଇଛି। ତେବେ ଆଜି ଏଥିରେ ବଲାଙ୍ଗୀର ସାଉଁତ ପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଧାନ କିଣା ଯାଇଛି।
ସେହିପରି ଜିଲ୍ଲାରେ ଆଜି 63 ଟି ପେକ୍ସ ଓ 9 ଟି ମହିଳା ଏସଏଚଜି ସଂଗଠନ ପ୍ରଥମ ଦିନରେ ସାମିଲ ହୋଇଛନ୍ତି। ଏବଂ ଦୁଇ ଦିନ ମଧ୍ୟରେ ଜିଲ୍ଲାର ସବୁ 158 ଟି ପେକ୍ସ ଓ 16 ମହିଳା ଏସ ଏଚ ଜି ଦ୍ବାରା ଧାନ କିଣା ଯିବ ବୋଲି ପ୍ରଶାସନ କହିଛି।
ସେହିପରି ଏଥର ପ୍ରଥମ ପର୍ଯ୍ୟାୟରେ 22 ଲକ୍ଷ କ୍ୟୁଣ୍ଟାଲ ଧାନ କିଣା ଯିବାର ଲକ୍ଷ ଧାର୍ଯ୍ୟ ହୋଇଛି । ଏବଂ ଆବଶ୍ୟକ ସ୍ଥଳେ ଏହି ପରିମାଣ ବଢିବ ବୋଲି ପ୍ରଶାସନ ସୂଚନା ଦେଇଛି। ତେବେ ଚଳିତ ବର୍ଷ ଚାଷୀଙ୍କଠୁ ନୂଆ ଏମଏସପିରେ ଧାନ କିଣା ଯିବ ଓ ସ୍ଵଚ୍ଛତା ଯେମିତି ବଜାୟ ରହିବ ତା ପ୍ରତି ଧ୍ୟାନ ଦିଆ ଯିବ ବୋଲି ପ୍ରଶାସନ କହିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ