ବଲାଙ୍ଗୀର: ବଲାଙ୍ଗୀରରେ ଆଜି (ସୋମବାର) ଓଡ଼ିଶା କେଷରିଆ ହିନ୍ଦୁ ବାହିନୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ତେବେ ଓଡିଶାରେ କାର୍ଯ୍ୟରତ ପୋଲିସ୍ ଗୃହରକ୍ଷୀଙ୍କ ଦରମା ବୃଦ୍ଧି ଦାବି କରାଯାଇଥିଲା। ସେପଟେ ଓଡ଼ିଶାର ଗୃହରକ୍ଷୀ ମାନେ ଦିନକୁ ୧୨ ଘଣ୍ଟା ଖଟୁଥିବ ବେଳେ ତାଙ୍କୁ ଦୈନିକ ୩୦୦ ଟଙ୍କା ବେତନ ଦିଆଯାଇଛି।
ଯାହାକୁ ନେଇ ୨୦୧୬ରେ ସୁପ୍ରିମକୋର୍ଟ ଏମାନଙ୍କୁ ଦୈନିକ ୫୩୩ ଟଙ୍କା ବେତନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସମାନ ଭାବରେ ୨୦୨୦ରେ ଓଡ଼ିଶା ଉଚ୍ଚ ନ୍ୟାୟଳୟ ମଧ୍ୟ ଏହି ଦରମା ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ସରକାର ଚୁପ ବସିଥିବାରୁ ଏମାନେ ଆପତ୍ତି ଉଠାଇଛନ୍ତି। ଶୀଘ୍ର ଏମାନଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ଏମାନେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ