ETV Bharat / state

ଲକ୍ଷପତି ଲକ୍ଷ୍ୟରେ କାଠମାଫିଆ ସାଜି ଶିକ୍ଷକ ଗିରଫ

କାଠ ମାଫିଆ ଭାବେ ଗିରଫ ହୋଇ ଚର୍ଚ୍ଚାରେ ବଲାଙ୍ଗୀର ଶିକ୍ଷକ । ଗୁଡିଭେଳା ବ୍ଳକ ବଡ଼ବାହାଲ ଗାଁ ପ୍ରାଇମେରି ସ୍କୁଲର ଶିକ୍ଷକ ବିରେନ୍ଦ୍ର ଷଡଙ୍ଗୀ ।

author img

By

Published : Jul 1, 2019, 8:34 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଭଦ୍ରମୁଖା ତଳେ ଲୁଚି ରହିଛି କାଠ ମାଫିଆ । ପେସାରେ ଜଣେ ଶିକ୍ଷକ ହୋଇଥିଲେ ବି କାମ କିନ୍ତୁ ମାଫିଆଙ୍କର । ବଲାଙ୍ଗୀରରେ ଜଣେ ଏଭଳି ଶିକ୍ଷକଙ୍କୁ ବନ ବିଭାଗ ଗିରଫ କରିବା ପରେ ଶିକ୍ଷକ ଏବେ ଚର୍ଚ୍ଚାରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ଗିରଫ ହୋଇଥିବା ଶିକ୍ଷକ ଜଣକ ହେଲେ ବଲାଙ୍ଗୀର ଗୁଡିଭେଳା ବ୍ଳକ ବଡ଼ବାହାଲ ଗାଁ ପ୍ରାଥମିକ ସ୍କୁଲର ଶିକ୍ଷକ ବିରେନ୍ଦ୍ର ଷଡଙ୍ଗୀ । ଶିକ୍ଷକତା କରିବା ସହ ରାତାରାତି ମାଲାମାଲ ହେବାକୁ ଚିନ୍ତା କରି ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ଜଙ୍ଗଲରୁ କାଠ ଚାଲାଣ କରୁଥିବାବେଳେ ତାଙ୍କୁ କାବୁ କରିଛି ବନ ବିଭାଗ । ଏହାସହ ଦୁଇଟି ବାଉଁଶ ବୋଝେଇ ଟ୍ରକ, ତିନୋଟି ମୋବାଇଲ ଇତ୍ୟାଦି ବନ ବିଭାଗ ଏମାନଙ୍କଠୁ ଜବତ କରିଛି ।

ସୂଚନା ଅନୁସାରେ, ରବିବାର ଦୁଇଟି ଟ୍ରକରେ ବେଆଇନ ଭାଵରେ ଲକ୍ଷାଧିକ ଟଙ୍କାର ବାଉଁଶ ଚାଲାଣ ହେଉଥିବା ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢ଼ାଉରେ କାଠ ମାଫିଆ ଶିକ୍ଷକ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ।

ତେବେ ଶିକ୍ଷକ ଜଣକ ଚୋରାଚାଲାଣର ମାଷ୍ଟ୍ରର ମାଇଣ୍ଡ ଥିବାବେଳେ ଗାଁ ଲୋକଙ୍କୁ ଲଗାଇ ଜଙ୍ଗଲରୁ କାଠ ଚୋରି କରୁଥିବାର ବନ ବିଭାଗ କହିଛି । ସେପଟେ ଶିକ୍ଷକ ଜଣକ ଏଥିରେ ସମ୍ପୃକ୍ତ ନଥିବାର ସଫେଇ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ପ୍ରଚ୍ଛଦରେ କାଠ ମାଫିଆ। ଏଭଳି ଏକ ଶିକ୍ଷକ ଏବେ ବଲାଂଗୀର ବନ ବିଭାଗ ଦ୍ଵାରା ଗିରଫ ହୋଇ ଚର୍ଚ୍ଚାରେ ଆସିଛନ୍ତି । ଶିକ୍ଷକତା ଚାଲିଥିବା ବେଳେ ଅଧିକ ଟଙ୍କା ଉପାର୍ଜନ ଏବେ ତାଙ୍କ ପାଇଁ ସାଜିଛି କାଳ । ଜଙ୍ଗଲରୁ କାଠ ଚୋରି କରି ଚାଲାଣ ବେଳେ କାବୁ କରିଛି ବନ ବିଭାଗ।

Body:ବଲାଂଗୀର ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ପ୍ରଚ୍ଛଦରେ କାଠ ମାଫିଆ। ଏଭଳି ଏକ ଶିକ୍ଷକ ଏବେ ବଲାଂଗୀର ବନ ବିଭାଗ ଦ୍ଵାରା ଗିରଫ ହୋଇ ଚର୍ଚ୍ଚାରେ ଆସିଛନ୍ତି । ଶିକ୍ଷକତା ଚାଲିଥିବା ବେଳେ ଅଧିକ ଟଙ୍କା ଉପାର୍ଜନ ଏବେ ତାଙ୍କ ପାଇଁ ସାଜିଛି କାଳ । ଜଙ୍ଗଲରୁ କାଠ ଚୋରି କରି ଚାଲାଣ ବେଳେ କାବୁ କରିଛି ବନ ବିଭାଗ। ବଲାଂଗୀର ଗୁଡିଭେଳା ବ୍ଳକ୍ ବଡ଼ ବାହାଲ ଗ୍ରାମର ପ୍ରିମେରି ସ୍କୁଲର ଶିକ୍ଷକ ବିରେନ୍ଦ୍ର ଷଡଙ୍ଗୀ ପେସାରେ ଜଣେ ଶିକ୍ଷକ ହୋଇ ମଧ୍ୟ ଅସାଧୁ କାର୍ଯ୍ୟରେ ଲିପ୍ତ ରହି କାଠ ମାଫିଆ ସାଜିଥିଲେ । ଏବଂ ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ଜଙ୍ଗଲ ରୁ କାଠ ଚୋରି କରି ବାହାର ଜିଲ୍ଲା କୁ ଚଳାଣ କରୁଥିଲେ । ତେବେ ଏହି ସବୁ ଜଙ୍ଗଲରୁ କାଠ ଚାରି ହୋଉଥିବାର ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା । ଯାହାର ଛାଂ ଭିନ ବନ ବିଭାଗ କରୁଥିବା ବେଳେ ଗତକାଲି ଦୁଇଟି ଟ୍ରକରେ ବେଆଇନ ଭାବରେ ବାଉଁଶ ବିଝି ହୋଇ ସୁବର୍ଣ୍ଣ ପୁର ଜିଲ୍ଲା କୁ ଚାଲାଣ ହେଉଥିବା ବେଳେ ବନ ବିଭାଗ ତାକୁ ଧରିଥିଲା । ବେଆଇନ ଭାଵରେ ଲକ୍ଷାଧିକ ଟଙ୍କାର ବାଉଁଶ ଚଲାଣ୍ଣ ହେଉଠିବା ବେଳେ ବନ ବିଭାଗ ଏହି ଚଢ଼ାଉ କରି ବଡ଼ ସଫଳତା ପାଇବା ସହ ଏହାର କିଂଗ ପିନ କାଠ ମାଫିଆ ଶିକ୍ଷକ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲା । ତେବେ ଏଥିରେ ଦୁଇଟି ବାଉଁଶ ବୋଝେଇ ଟ୍ରକ, ତିନୋଟି ମୋବାଇଲ ଇତ୍ୟାଦି ବନ ବିହ ଭାଗ ଏମାନଙ୍କଠୁ ଜବତ କରିଛି । ତେବେ ଏହି ଶିକ୍ଷକ ଏହାର ମାଷ୍ଟ୍ରର ମାଇଣ୍ଡ ଥିବା ବେଳେ ଗାଁ ଲୋକଙ୍କୁ ଲଗାଇ ଜଙ୍ଗଲ ରୁ କାଠ ଚୋରି କରୁଥିବାର ବନ ବିଭାଗ କହିଛି । ସେପଟେ ଶିକ୍ଷକ ଜଣକ ଏଥିରେ ସମ୍ପୃକ୍ତ ନଥିବାର ସଫେଇ ଦେଇଛନ୍ତି ।
ବାଇଟ ବିରେନ୍ଦ୍ର ଷଡ଼ଙ୍ଗୀ ଅଭିଯୁକ୍ତ ଶିକ୍ଷକ
ବାଇଟ ବ୍ୟାସ ଦେବ ସାହୁ ଫରେଷ୍ଟର ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.