ETV Bharat / state

ଛତିଗଡର ଯୁବତୀଙ୍କୁ ବଲାଙ୍ଗୀରରେ ହତ୍ୟା, ୫ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

ତନୁ କୁରେଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ । ହତ୍ୟାକାଣ୍ଡରେ ଆହୁରି ୩ଜଣଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା । ଅଧିକ ପଢନ୍ତୁ

author img

By

Published : Dec 11, 2022, 8:52 AM IST

ଛତିଗଡର ଯୁବତୀଙ୍କୁ ବଲାଙ୍ଗୀରରେ ହତ୍ୟା
ଛତିଗଡର ଯୁବତୀଙ୍କୁ ବଲାଙ୍ଗୀରରେ ହତ୍ୟା
ଛତିଗଡର ଯୁବତୀଙ୍କୁ ବଲାଙ୍ଗୀରରେ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀରରେ ଛତିଗଡର ଯୁବତୀ ତନୁ କୁରେଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତ ପ୍ରେମିକକୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ । ଏହି ଘଟଣାରେ ଆହୁରି ୩ଜଣଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଆଗରେ କହିଛି ଅଭିଯୁକ୍ତ । ଏଥି ସହ ହତ୍ୟାରେ ବ୍ୟବହୃତ କାରକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି । ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ରାୟପୁର ଜିଲ୍ଲା ମୋବା ନିବାସୀ ସଚିନ ଅଗ୍ରୱାଲ ଓ ତାର ସହଯୋଗୀ ସୁରଜ୍ ଅଗ୍ରୱାଲଙ୍କୁ ଗିରଫ କରାଯାଇଥିଲା ।

ଗତ ୨୧ ନଭେମ୍ବରରେ ସଚିନ ଅଗ୍ରୱାଲ ଯୁବତୀ ତନୁ କୁରେଙ୍କୁ ନେଇ ବଲାଙ୍ଗୀର ବୁଲିବାକୁ ଏକ ବୋଲେରୋ ଗାଡ଼ିରେ ଆସିଥିଲେ । ତେବେ ବଲାଙ୍ଗୀର ବଙ୍ଗୋମୁଣ୍ଡା ପାଖରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ବେଳେ ସଚିନ ଅଗ୍ରୱାଲ ଏକ ବନ୍ଧୁକରେ ଯୁବତୀଙ୍କୁ ହତ୍ୟା କରିଥିଲା । ଏବଂ କଣ୍ଟାବାଞ୍ଜିରେ ଥିବା ଜଣେ ବନ୍ଧୁ ସୁରଜ ଅଗ୍ରୱାଲର ସହାୟତାରେ ତୁରେକେଲା ଜଙ୍ଗଲରେ ଯୁବତୀଙ୍କ ମୃତଦେହକୁ ପୋଡ଼ି ନଷ୍ଟ କରିବାର ଚେଷ୍ଟା କରିଥିଲେ ।

ଏହାପରେ ନଭେମ୍ବର ୨୪ରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଗ୍ରାମ ନିକଟ ଜଙ୍ଗଲରେ ଜଣେ ଅଚିହ୍ନା ଯୁବତୀଙ୍କ ଦରପୋଡା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଏନେଇ ଘଟଣାର ତଦନ୍ତ ପାଇଁ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ କଣ୍ଟାବାଞ୍ଜି ଏଡିପିଓଙ୍କ ଅଧ୍ୟକ୍ଷତାରେ ଇନ୍ସପେକ୍ଟର ଧରମେନ୍ଦ୍ର କୁମାର ଶାନ୍ତି ଓ ବଲାଙ୍ଗୀର ଟାଉନ ଥାନା ଏସ ଆଇ କିରଣ କୁମାର ଜାନି ତଦନ୍ତ ଆରମ୍ଭ କରିଥିଲେ । ପୋଲିସର ତଦନ୍ତ ପରେ ଏହି ଯୁବତୀ ଜଣଙ୍କ ଛତିଶଗଡ ରାଜ୍ୟ ରାୟପୁରର ତନୁ କୁରେ ବୋଲି ଜଣାପଡିଥିଲା । ମୃତ ତନୁ କୁରେ ରାୟପୁରର ମୋବା ସ୍ଥିତ ଆକ୍ସିସ୍ ବ୍ୟାଙ୍କରେ କାମ କରୁଥିଲେ । ଏହା ମଧ୍ୟରେ ତାଙ୍କ ସହ ବଲାଙ୍ଗୀର କଣ୍ଟାବାଞ୍ଜିର ଯୁବକ ସଚିନ ଅଗ୍ରୱାଲ ସହ ପରିଚିତ ହୋଇଥିଲା ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମିକ ଯୁବତୀଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ତଦନ୍ତ ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ମୁଖ୍ୟ ଅଭିଯୁକ୍ତ ସଚିନ ଅଗ୍ରୱାଲକୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରୁଛି ପୋଲିସ । ପଚରାଉଚରା ସମୟରେ ଏହି ହତ୍ୟାକାଣ୍ଡରେ ବିହାର ଓ ୟୁପିର ଆହୁରି ତିନି ଜଣ ସାମିଲ ଥିବା ଜଣାପଡିଛି । ପୋଲିସ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି । ହତ୍ୟାକାଣ୍ଡରେ ଆଉ ଏକ ବନ୍ଧୁକ ବ୍ୟବହାର ହୋଇଥିବା ବେଳେ ସାଇଣ୍ଟିଫିକ ଟିମ ଯାଞ୍ଚ କରୁଥିବାର କଣ୍ଟାବାଞ୍ଜି ଏସଡିପିଓ କହିଛନ୍ତି । ଅଭିଯୁକ୍ତ ରିମାଣ୍ଡରେ ଥିବା ବେଳେ ଆହୁରି କିଛି ତଥ୍ୟ ସାମ୍ନାକୁ ଆସିବା ନେଇ ଅନୁମାନ କରାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.