ETV Bharat / state

5T ସ୍କୁଲ୍‌ କାମ ବିଲ୍‌ ବିନା ପିସିରେ ଉଠୁନି: ସାଲୁଜା - ବଲାଙ୍ଗୀର ଖବର

5T ସ୍କୁଲ ନିର୍ମାଣ କାର୍ଯ୍ୟରେ କେଳେଙ୍କାରୀ ନେଇ ଅଭିଯୋଗ ଆଣିଲେ କଣ୍ଟାବାଜି ବିଧାୟକ ସନ୍ତୋଷ ସିଂ ସାଲୁଜା । 5T ସ୍କୁଲ କାମ ବିଲ ବିନା ପିସିରେ ଉଠୁନି ବୋଲି ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Kantabanji MLA Santosh Singh Saluja
Kantabanji MLA Santosh Singh Saluja
author img

By

Published : May 7, 2023, 7:06 PM IST

Updated : May 7, 2023, 7:57 PM IST

5T ସ୍କୁଲ୍‌ କାମ ବିଲ୍‌ ବିନା ପିସିରେ ଉଠୁନି: ସାଲୁଜା

ବଲାଙ୍ଗୀର: ଜିଲ୍ଲାରେ 5T ସ୍କୁଲ କାମରେ ବ୍ୟାପକ ପିସି କାରବାର ଅଭିଯୋଗ । ବିଭାଗୀୟ ଅଧିକାରୀଙ୍କୁ 1 ପ୍ରତିଶତ ପିସି ନଦେଲେ ବିଲ ହେଉନି ପାସ । ଏଭଳି ଗୁରୁତର ଅଭିଯୋଗ ଆଣିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଥିବା ବରିଷ୍ଠ ଇଞ୍ଜିନିୟର ବି.ଏନ ହୋତା ଏକ ପ୍ରତିଶତ ପିସି ଦାବି କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଓଡ଼ିଶା ସରକାରଙ୍କ ସ୍କୁଲ୍‌ ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି । ଯାହାର ଉଦ୍ଦେଶ୍ୟ ଉଚ୍ଚମାନର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଏକ ସୁନ୍ଦର ହାଇଟେକ ଶୈକ୍ଷିକ ବାତାବରଣ ଯୋଗାଇବା । ତେବେ ଏହା ପାଇଁ ଟେଣ୍ଡର ହୋଇଥିବା ବେଳେ ଟେଣ୍ଡର ନପାଇଥିବା ବ୍ୟକ୍ତି କାମ କରୁଛନ୍ତି । ପ୍ରତ୍ୟେକ ସ୍କୁଲ ପାଇଁ ବିଭିନ୍ନ ପର୍ଯ୍ୟାୟରେ 45 ଲକ୍ଷ ଟଙ୍କା ବ୍ୟୟ ହେଉଛି । ହେଲେ ଏଥିରେ ବ୍ୟାପକ ପିସି କାରବାର ହେଉଥିବାର ଅଭିଯୋଗ ଆଣିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଯାହାକୁ ନେଇ ସେ ଗତ ବିଧାନସଭାରେ ମଧ୍ୟ ପ୍ରଶ୍ନ କରିଥିଲେ ଏବଂ ସମାନ ଭାବରେ ଏବେ ପୁଣି ଗଣମାଧ୍ୟମ ସାମନାରେ ସମାନ ଅଭିଯୋଗ ଆଣିଛନ୍ତି ।

ଏହା ବି ପଢନ୍ତୁ- କଳିର କରୁଣ ପରିଣିତି, ସାମାଜିକ ବାସନ୍ଦ ପରେ 2 ପରିବାରଙ୍କୁ ରାସ୍ତାରେ ଚାଲିବା ମନା

ତେବେ ବଲାଙ୍ଗୀର ଜିଲ୍ଲା ସହ ଜିଲ୍ଲାର ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ଭଳି ବ୍ଲକରେ 5ଟି ସ୍କୁଲ ନିର୍ମାଣ କାମ ଚାଲିଛି । ଯାହା ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଯାଏଁ କାମ କରିଥିବା ଲୋକ କୌଣସି ବିଲ ଟଙ୍କା ପାଇ ପାରିନାହାନ୍ତି । ସେପଟେ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଥିବା ବରିଷ୍ଠ ଇଞ୍ଜିନିୟର ବି.ଏନ ହୋତା 1 ପ୍ରତିଶତ ପିସି ଦାବି କରୁଛନ୍ତି ଏବଂ ପିସି ନ ପାଇଲେ ସେ କୌଣସି ବିଲ୍‌ ପାସ କରୁନଥିବାର ସେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେହିପରି ସେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାର କହିଛନ୍ତି । ହେଲେ ଏଯାଏଁ କୌଣସି ପଦକ୍ଷେପ କେହି ନେଇ ନଥିବା ବେଳେ ଆଗକୁ ସେ ଏହାକୁ ନେଇ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ 224ଟି 5T ସ୍କୁଲ ରୂପାନ୍ତରଣ ସରିଛି ଏବଂ ଏଯାଏଁ ମୋଟ 277ଟି ସ୍କୁଲର ରୂପାନ୍ତରଣ ହେବ। ସେହିପରି ଆଗକୁ ଆହୁରି 85ଟି ସ୍କୁଲ ରୂପାନ୍ତରଣ ହେବ ବୋଲି ସୂଚନା ରହିଛି । ତେବେ ଏହି ସଂଖ୍ୟା ମୁତାବକ ଗୋଟିଏ ସ୍କୁଲରେ 45 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ସମ୍ପୃକ୍ତ ଅଭିଯୋଗ ସତ୍ୟ ହେଲେ 1 ପ୍ରତିଶତ ପିସି ହିସାବରେ କୋଟିକୋଟି ଟଙ୍କାର ପିସି ଏକା ଜଣେ ଇଞ୍ଜିନିୟର ଖାଇ ଯାଉଥିବାର ଅଭିଯୋଗ ନିହାତି ଏକ ସଙ୍ଗୀନ ଅଭିଯୋଗ ।

ସେପଟେ ଏହି ଅଭିଯୋଗକୁ ନେଇ ସମ୍ପୃକ୍ତ ଇଞ୍ଜିନିୟର ବି.ଏନ ହୋତା କ୍ୟାମେରା ସାମନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ବିଧାନସଭାରେ ତାଙ୍କ ନାଁରେ ଆସିଥିବା ପ୍ରଶ୍ନକୁ ନେଇ ସେ ଦରକାର ପଡ଼ିଲେ ଲିଖିତ ଉତ୍ତର ସରକାରଙ୍କୁ ଦେବେ ବୋଲି କହିଛନ୍ତି । ତେବେ ପିସି କାରବାର ସବୁଠି ସବୁ ବିଭାଗରେ ଥିବାର ଅଭିଯୋଗ ହୋଇଥାଏ । ଯେଉଁଥିରେ ନେତାଠୁ ନେଇ ଅଧିକାରୀ ଜଡିତ ଥିବାର ଅଭିଯୋଗ ନିତିଦିନିଆ । ଏହି ଅଭିଯୋଗ ଉପରେ ଆଗକୁ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

Last Updated : May 7, 2023, 7:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.