ETV Bharat / state

ସଫେଇ କର୍ମଚାରୀଙ୍କ ସହ ଧାରଣାରେ କଣ୍ଟାବାଞ୍ଜି ବିଧାୟକ - କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଧାରଣା

କଣ୍ଟାବାଞ୍ଜି ଏନଏସି କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶତାଧିକ ସଫେଇ କର୍ମଚାରୀ । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ଏନଏସି କାର୍ଯ୍ୟାଳୟ ଆଗରେ 5 ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Aug 29, 2019, 2:23 PM IST

ବଲାଙ୍ଗୀର: ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) କାର୍ଯ୍ୟାଳୟ କଣ୍ଟାବାଞ୍ଜି ସମ୍ମୁଖରେ ଶତାଧିକ ସଫେଇ କର୍ମଚାରୀଙ୍କ ସହ ଧାରଣାରେ ବସିଛନ୍ତି ଖୋଦ୍‌ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । କାର୍ଯ୍ୟାଳୟରେ ତାଲା ମାରି ହାତରେ ଝାଡୁ ଧରି ବିଧାୟକଙ୍କ ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପୁରୁଷ ଓ ମହିଳା କର୍ମଚାରୀ । କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମାତ୍ରାଧିକ ମନମୁଖୀ କାର୍ଯ୍ୟ, ବିନା କାରଣରେ ଦରମା ବନ୍ଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ ଓ ସାଥିରେ ଅଛନ୍ତି ବିଧାୟକ ।

ସୂଚନା ଅନୁସାରେ ଗୁରୁବାର ସକାଳୁ କଣ୍ଟାବାଞ୍ଜି ବିଧାୟକଙ୍କ ନେତୃତ୍ବରେ ଏନଏସି୍‌ର ଶତାଧିକ ସଫେଇ କର୍ମଚାରୀ ତାଲା ମାରି ଅଫିସ ସମ୍ମୁଖରେରେ ଧାରଣା ଦେଇଛନ୍ତି ।

ସଫେଇ କର୍ମଚାରୀଙ୍କ ସହ ଧାରଣାରେ ବିଧାୟକ ସନ୍ତୋଷ ସିଂ ସାଲୁଜା

ସେମାନଙ୍କ ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ରଙ୍କ ମନମୁଖୀ କାମ, କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଦୁଇ ଦୁଇ ମାସର ଦରମା ଦେଇ ନାହାଁନ୍ତି । ରଥଯାତ୍ରା ସମୟରେ ମଧ୍ୟ ଦରମା ନ ଦେଇଥିବାବେଳେ ବର୍ତ୍ତମାନ ନୂଆଖାଇ ପର୍ଵ ଆସୁଥିବା ବେଳେ କୌଣସି କର୍ମଚାରୀଙ୍କୁ ଦରମା ଦେଇନାହାଁନ୍ତି ।

ଏହା ସହ ଏରିୟର ଟଙ୍କା , ଗ୍ରେଡ ପେ, ସପ୍ତମ ବେତନ ଲାଗୁ, ମୃତ କର୍ମଚାରୀଙ୍କ ସ୍ଥାନରେ ତାଙ୍କ ପରିଜନକୁ କାମ ଦେବା ପାଇଁ ଦାବି କରିଛନ୍ତି ବିଧାୟକ । ଏଥିସହ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବଦଳି କରିବା ପାଇଁ ମଧ୍ୟ ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା ।

ବଲାଙ୍ଗୀରରୁ ଏସକେ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:କଣ୍ଟାବାଞ୍ଜି ଏନ ଏ ସି ରେ ବିଧାୟକଙ୍କ ଧାରଣା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ବଦଳି ଦାବି Body: ଆଜି ସକାଳ ସକାଳ ରୁ କଣ୍ଟାବାଞ୍ଜି ବିଧାୟକ ଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଏନଏସି ର ଶତାଧିକ ସଫେଇ କର୍ମଚାରୀ ତାଲା ମାରି ଅଫିସ ସମ୍ମୁଖରେ ରେ ଧାରଣ ଦେଇଛନ୍ତି । ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ର ମନ ମୁଖୀ କାମ, କର୍ମଚାରୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଦୁଇ ଦୁଇ ମାସ ର ଦରମା ଦେଇ ନାହଁନ୍ତି । ରଥଯାତ୍ରା ସମୟ ରେ ମଧ୍ୟ ଦରମା ନ ଦେଇଥିବା ବେଳେ ବର୍ତମାନ ନୂଆଖାଇ ପର୍ଵ ଆସୁଥିବା ବେଳେ କୌଣସି କର୍ମଚାରୀ ଙ୍କୁ ଦରମା ଦେଇନାହାନ୍ତି । ଏହା ସହ ଏରୀୟର , ଗ୍ରେଡ ପେ, ସପ୍ତମ ବେତନ , ମୃତ କର୍ମଚାରୀ ଙ୍କ ସ୍ଥାନ ରେ ତାଙ୍କ ପରିଜନ କୁ କାମ ଦେବା ଦାବି କରିଛନ୍ତି । କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ବଦଳି ଦାବି ମଧ୍ୟ ବିଧାୟକ ଦାବି କରିଛନ୍ତି ।
ବାଇଟ ୦୧- ସନ୍ତୋଷ ସିଂ ସାଲୁଜା (ବିଧାୟକ, କଣ୍ଟାବାଞ୍ଜି)
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.