ବଲାଙ୍ଗୀର: ରାଜ ପରିବାର ରାଜନୀତିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି ବଲାଙ୍ଗୀର । 2009 ମସିହାରୁ ଏଠି ସାଂସଦ ରହିଆସିଛନ୍ତି ବଲାଙ୍ଗୀର ରାଜା ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ ସିଂହଦେଓ । 2019 ନିର୍ବାଚନରେ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିଛି ଦଳ । ନିର୍ବାଚନ ପୂର୍ବରୁ ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କଳିକେଶ ।
ପ୍ରଥମ ପ୍ରାଥମିକତା ହିସାବରେ ନିଯୁକ୍ତିକୁ ସେ ଗୁରୁତ୍ବ ଦେଇଛନ୍ତି । ବଲାଙ୍ଗୀର ପାଇଁ ସ୍ବତନ୍ତ୍ରଯୋଜନାରେ ଜଳସେଚନ କଥା ଉଠାଉଛନ୍ତି କଳିକେଶ । ବିକାଶ ଓ ନିଯୁକ୍ତି ହେଉଛି ତାଙ୍କ ନିର୍ବାଚନୀ ସ୍ଲୋଗାନ । ଦାଦନ ସମସ୍ୟା ସମାଧାନ କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ସାଂସଦ ପାଣ୍ଠି ବହୁ କମ ହେଉଥିବା କହିଛନ୍ତି ବଲାଙ୍ଗୀରର ଏହି ଯୁବ ସାଂସଦ ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ