ବଲାଙ୍ଗୀର: ବଲାଙ୍ଗୀରର ହସ୍ତଶିଳ୍ପୀ କହ୍ନେଇ ଗଦନଡିଆଙ୍କ ହାତ ତିଆରି ଗଣେଶ ମୂର୍ତ୍ତି ଯିବ ରାଷ୍ଟ୍ରପତି ଭବନ। ଯାହାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଉତ୍ସାହ। ତେବେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଶିଆଳ ବାହାଲି ଗ୍ରାମର ହସ୍ତଶିଳ୍ପୀ କହ୍ନେଇ ଗଡନଡିଆ ଦୀର୍ଘ ବର୍ଷରୁ ଧାନରେ ବିଭିନ୍ନ ପ୍ରକାରର କଳାକୃତି ତିଆରି କରି ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କର ସବୁ କଳା କୃତି ଭିନ୍ନ ପ୍ରକାରର ଥିବାବେଳେ ଲୋକେ ତାକୁ ବେଶ୍ ପସନ୍ଦ କରିଥାନ୍ତି ।
ତେବେ ନିକଟରେ ସେ ଧାନ ଓ ବାଉଁଶ ତଥା ସୂତାରେ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି । ଯାହା ଭାରତ ରାଷ୍ଟ୍ରପତିଙ୍କ ଭବନ ଯିବ ବୋଲି ଜଣାପଡିଛି । ତେବେ ନିକଟରେ ସେ ବିଭିନ୍ନ ସୂତ୍ରରୁ ରାଷ୍ଟ୍ରପତି ଭବନରେ ହସ୍ତଶିଳ୍ପ କଳା ପ୍ରତିଯୋଗିତା ହେଉଥିବାର ଜାଣିଥିଲେ। ସେ ଅନଲାଇନ୍ ଏଥିରେ ଅଂଶଗ୍ରହଣ କରିଥିଲେ। ତେବେ ତାଙ୍କର ଏହି କଳାକୃତି ଚୟନ ହୋଇଥିବାବେଳେ ତାଙ୍କୁ ଏଥିପାଇଁ ରାଷ୍ଟ୍ରପତି ଭବନରୁ ସ୍ବତନ୍ତ୍ର ନିମନ୍ତ୍ରଣ ଆସିଛି। ଯେଉଁଥିରେ ତାଙ୍କ ହାତରେ ଧାନ ଓ ସୂତାରେ ତିଆରି ଏହି ଗଣେଶ ମୂର୍ତ୍ତି ପ୍ରତିଯୋଗିତାରେ ସାମିଲ ହେବ। ତେବେ ଏହାକୁ ନେଇ ସେ ଖୁବ୍ ଖୁସି ଥିବା ବେଳେ ତାଙ୍କର ଏହି ଭିନ୍ନ କଳାକୁ ସ୍ଵୀକୃତି ମିଳିବ ଓ ଲୋକ ପସନ୍ଦ କରିବେ ବୋଲି ସେ ଆଶାବାଦୀ ଅଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ