ETV Bharat / state

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର

author img

By

Published : Oct 31, 2022, 7:34 PM IST

ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର । ବଲାଙ୍ଗୀରର ଜଣେ ମହିଳା ସାମ୍ବାଦିକାଙ୍କୁ ସ୍ଥାନୀୟ ଭୀମଭୋଇ ମେଡ଼ିକାଲର ସୁରକ୍ଷାକର୍ମୀ ଦୁର୍ବ୍ୟବହାର ଅଭିଯୋଗ । ଫୋନ ଛଡାଇନେବା ସହ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ କଲେ ସାମ୍ବାଦିକା । ଅଧିକ ପଢନ୍ତୁ

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର
ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର

ବଲାଙ୍ଗୀର: ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର । ପୁଣି ସାମ୍ନାକୁ ଆସିଲା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା । ବଲାଙ୍ଗୀରର ଜଣେ ମହିଳା ସାମ୍ବାଦିକାଙ୍କୁ ସ୍ଥାନୀୟ ଭୀମଭୋଇ ମେଡ଼ିକାଲର ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଅଭିଯୋଗ ସତ୍ତ୍ବେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଧାରଣାରେ ବସିଲେ ସାମ୍ବାଦିକ ।

ଏହା ମଧ୍ୟ ପଢନ୍ତୁ: HSRP issue: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପରିବହନ ବିଭାଗ

ଅଭିଯୋଗ ଅନୁସାରେ, ଏକ ଘୋରେଇ ଚ୍ୟାନେଲରେ କାର୍ଯ୍ୟରତ ବଲାଙ୍ଗୀରର ଜଣେ ସାମ୍ବାଦିକ ଭୀମ ଭୋଇ ମେଡ଼ିକାଲକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । ତେବେ ସେଠି ନିୟୋଜିତ ଥିବା ସୁରକ୍ଷାକର୍ମୀମାନେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ମୋବାଇଲ ଛଡାଇ ନେଇ ଯାଇଥିଲେ । ତେବେ ସାମ୍ବାଦିକା ଜଣକ ଅନେକ ଥର ମୋବାଇଲ ଫେରାଇବା ପାଇଁ କହିବା ସତ୍ତ୍ୱେ ସୁରକ୍ଷାକର୍ମୀ ଓଲଟା ତାଙ୍କୁ ଗାଳି ଗୁଳଜ କରିଥିବା ନେଇ ସାମ୍ବାଦିକ ଜଣକ ଟାଉନ ଥାନାରେ ଅଭିଯୋଗ କରିଥିଲେ ।

ଏହା ସତ୍ତ୍ବେ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ସମ୍ପୃକ୍ତ ସାମ୍ବାଦିକାଙ୍କ ସହ ସମସ୍ତ ସାମ୍ବାଦିକ ଟାଉନ ଥାନାରେ ସମ୍ମୁଖରେ ଧାରଣା ଦେଇଥିଲେ । ସେପଟେ ବିଳମ୍ବିତ ରାତିରେ ସାମ୍ବାଦିକା ଜଣକ ମୋବାଇଲ ଫେରିପାଇଥିଲେ । ସେହିପରି ଆଗକୁ ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ମିଳିବା ପରେ ସାମ୍ବାଦିକ ମାନେ ଆନ୍ଦୋଳନକୁ ଓହରିଥିଲେ ।

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କଲା କଂଗ୍ରେସ

ସୂଚନାଯୋଗ୍ୟ ଯେ, ଚଳିତମାସରେ କେନ୍ଦ୍ରାପଡାରୁ ମଧ୍ୟ ସମାନ ଖବର ସାମ୍ନାକୁ ଆସିଥିଲା । ବେଆଇନ କାର୍ଯ୍ୟ ସମ୍ପର୍କରେ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ଦେମାଳ ପଞ୍ଚାୟତରେ ଲଘୁ ଖଣିଜ ସମ୍ପଦ ଚୋରି ହେଉଥିବା ନେଇ ଖବର ପ୍ରସାରଣ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକ ହୋଇଥିବା ବେଳେ ତାଙ୍କ ନାମ ପ୍ରଭାତ ଲେଙ୍କା ବୋଲି ଜଣାପଡିଛି । ତେବେ ପ୍ରଭାତଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଶୁକ୍ରବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.