ବଲାଙ୍ଗୀର: ଆଜି ମୁସଲମାନମାନଙ୍କର ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ । ଯେଉଁଥିରେ ବଲାଙ୍ଗୀର ସହରର ମୁସଲମାନ ସମ୍ପ୍ରଦାୟର ଲୋକେ ଏଠି ଧୁମଧାମରେ ଏହାକୁ ପାଳନ କରିବା ସହ ସହରବାସୀଙ୍କୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇଛନ୍ତି (Islamic brother sister observed Muhammad Jayanti )। ତେବେ ଏଥିରେ ଆଜି ବଲାଙ୍ଗୀରର ସମସ୍ତ ମୁସଲମାନ ଭାଇମାନେ ଆଜି ସ୍ଥାନୀୟ ସୁନ୍ନି ସଦର ମସଜିଦ ଠାରୁ ଏକ ଶାନ୍ତି ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।
ମହମ୍ମଦଙ୍କ ଶାନ୍ତି ମୈତ୍ରୀର ମୂଳମନ୍ତ୍ରକୁ ନେଇ ଲୋକଙ୍କୁ ଅବଗତ କରିବା ସହ ସମସ୍ତଙ୍କୁ ଏହି ଶାନ୍ତି ବାର୍ତ୍ତା ବାଣ୍ଟିଛନ୍ତି । ସେହିପରି ମହମ୍ମଦ ଜୟନ୍ତୀ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥବା ଶିଶୁମାନଙ୍କୁ ପୁରସ୍କାର ବଣ୍ଟନ ଓ ସମ୍ବର୍ଦ୍ଧନା ଜ୍ଞାପନ ମଧ୍ୟ କରାଯାଇଛି । ସେହିପରି ଆଜି ଏହି ଜୟନ୍ତୀକୁ ଏକ ବଡ଼ ଉତ୍ସବ ଭାବରେ ପାଳନ କରୁଛନ୍ତି ବଲାଙ୍ଗୀର ମୁସଲମାନ ଭାଇ ଭଉଣୀମାନେ । ଏଥିରେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଏମାନେ ସାମିଲ କରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର