ETV Bharat / state

ବଲାଙ୍ଗୀରରେ କଳା ଶିକ୍ଷକ ନିଯୁକ୍ତିରେ ଅବହେଳା

author img

By

Published : Aug 1, 2022, 5:08 PM IST

ବଲାଙ୍ଗୀର ଜିଲ୍ଲା ନିଯୁକ୍ତି ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖିବକୁ ମିଳିଛି । 2013 ରୁ ଆବେଦନ କରି ନିଯୁକ୍ତି ପାଇନାହାନ୍ତି । ଏବେ ବି ନିଯୁକ୍ତି ଅପେକ୍ଷାରେ ଅଛନ୍ତି ଶିକ୍ଷକ । ଅଧିକ ପଢନ୍ତୁ

କଳା ଶିକ୍ଷକ ନିଯୁକ୍ତିରେ ଅବହେଳା, ୩ବର୍ଷ ହେଲା ଅପେକ୍ଷାରେ ଅଛନ୍ତି ଆବେଦନକାରୀ

ବଲାଙ୍ଗୀର: ଜିଲ୍ଲା ନିଯୁକ୍ତି ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖିବକୁ ମିଳିଛି । 2013 ରୁ ଆବେଦନ କରି ନିଯୁକ୍ତି ପାଇନାହାନ୍ତି । ଏବେ ବି ନିଯୁକ୍ତି ଅପେକ୍ଷାରେ ଅଛନ୍ତି ଶିକ୍ଷକ । ରାଜ୍ୟ ସରକାର ସ୍କୁଲ ମାନଙ୍କରେ କଳା ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନେଇଥିଲେ ଏବଂ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦେବା ପାଇଁ ଆବେଦନ କରିବାକୁ କୁହାଯାଇଥିଲା । ସବୁ ଥାଇ ବି ଆଜି ନିଯୁକ୍ତି ଅପେକ୍ଷାରେ ଅଛନ୍ତି ଶିକ୍ଷକ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କଳା ଶିକ୍ଷକଙ୍କୁ ନିଯୁକ୍ତି ଦିଆ ସାରିଥିବା ବେଳେ ବଲାଙ୍ଗୀରେ ବ୍ୟତିକ୍ରମ ହୋଇଥିବାର ଅଭିଯୋଗ ହୋଇଛି । ଯେଉଁଥିରେ ଏଠିକାର ଆଶାୟୀ କଳା ଶିକ୍ଷକମାନେ 2013ରୁ ଆବେଦନ କରି ଆଜି ଯାଏଁ ନିଯୁକ୍ତି ପାଇ ନ ଥିବା ଅଭିଯୋଗ କରିଛନ୍ତି । ତେବେ ଏହାକୁ ନେଇ ସେମାନେ ପୂର୍ବରୁ ଅନେକ ଥର ଜିଲ୍ଲାପାଳ ଓ ଡ଼ିପିସିଙ୍କ ଦ୍ବାରସ୍ତ ହୋଇଥିଲେ ମଧ୍ୟ ଏଯାଏଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ । ଯାହା ଫଳରେ ଏମାନେ ପୁଣି ବଲାଙ୍ଗୀର ଜିଲ୍ଲାପାଲଙ୍କ ଦ୍ବାରସ୍ତ ହୋଇଛନ୍ତି ।

ସୂଚନା ଅନୁସାରେ ଗତ 2019 ଡିସେମ୍ବର 27 ତାରିଖରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍କୁଲ ପାଇଁ 169ଟି କଳା ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା । ଏଥିରେ ଜିଲ୍ଲାର ହଜାର ହଜାର ଆଶାୟୀ ଆବେଦନ କରିଥିଲେ । ହେଲେ ଏହାକୁ ତିନି ବର୍ଷ ବିତି ଥିବା ବେଳେ ମେରିଟ ଲିଷ୍ଟ ମଧ୍ୟ ପ୍ରଶାସନ ପ୍ରକାଶ କରିନଥିବା ଆଶାୟୀ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ମେରିଟ ଲିଷ୍ଟ ବାହାର କରାଯାଇ ନିଯୁକ୍ତି ଦିଆ ନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆବେଦନକାରୀ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.