ETV Bharat / state

ମନରେଗାରେ ଦୁର୍ନୀତି, ଜେସିବିକୁ ଜବତ କରି ଶ୍ରମିକଙ୍କ ଧାରଣା - ମନରେଗାରେ ଦୁର୍ନୀତି

ମନରେଗାରେ ମଳିଲାନି କାମ । ଜେସିବିକୁ ଜବତ କରି ଶ୍ରମିକଙ୍କ ଧାରଣା । ଅଧିକ ପଢନ୍ତୁ

irregularities allegedly in mgnrega yojana

author img

By

Published : Jun 18, 2023, 4:19 PM IST

ଜେସିବିକୁ ଜବତ କରି ଶ୍ରମିକଙ୍କ ଧାରଣା

ବଲାଙ୍ଗୀର: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକଙ୍କୁ ମିଳୁନାହିଁ କାମ । ଶ୍ରମିକ ବଦଳରେ କାମ କରୁଛି ମେସିନ ।ବଲାଙ୍ଗୀର ଖପ୍ରାଖୋଲରୁ ଆସିଛି ଏପରି ଅଭିଯୋଗ । କାମ କରୁଥିବା ଜେସିବିକୁ ଅଟକ ରଖି ଧାରଣା ଦେଲେ ସ୍ଥାନୀୟ ଲୋକ ।

ଦାଦନ ପ୍ରବଣ ଜିଲ୍ଲା ଭାବରେ ପରିଚିତ ବଲାଙ୍ଗୀର । ଏଠାରେଲୋକେ କାମ ଧନ୍ଦା ନ ପାଇ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟବାକୁ ଯାଇଥାନ୍ତି । ଏଥିରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମନରେଗା ଯୋଜନା । ଯେଉଁଥିରେ ବର୍ଷକୁ 100 ଦିନ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରାଯିବାକୁ ବୋଲି ନିୟମ ରହିଛି । ହେଲେ ବଲାଙ୍ଗୀର ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶ୍ରମିକ କାମ କରି ମାସ ମାସ ପ୍ରାପ୍ୟ ପାଇନଥିବା ବେଳେ ମେସିନ କରୁଛି କାମ । ବ୍ଲକ୍‌ର ଅନେକ ଗ୍ରାମର ଲୋକେ ଦୀର୍ଘ 15 ଦିନ ହେବ କାମ ପାଇ ନାହାଁନ୍ତି ।

ସେପଟେ ମେସିନ ବା ଜେସିବି କାର୍ଯ୍ୟରେ ନିୟୋଜିତ ହୋଇଥିବା ଜାଣିବା ପରେ ଶ୍ରମିକମାନେ କାମ ବନ୍ଦ କରି ଦେଇଛନ୍ତି । ସମସ୍ତ ମେସିନ୍‌କୁ ଅଟକ ରଖି ଏମାନେ ଧାରଣା ଦେଇଛନ୍ତି । ଦାମେଇ ପାଲି ଗ୍ରାମରେ ବନ୍ଧ ଉନ୍ନତି କରଣ କରାଯାଉଛି । ମନରେଗା ଯୋଜନାରେ ଯୋଜନାରେ 9 ଲକ୍ଷ ଟଙ୍କା ବ୍ୟୟରେ ଏହି କାମ ହେଉଛି । ଯେଉଁଥିରେ ଶ୍ରମିକଙ୍କୁ 330 ଟଙ୍କା ପ୍ରାପ୍ୟରେ ଏହି କାମ କରା ଯାଉଥିବା ଉଲ୍ଲେଖ ଅଛି । ହେଲେ ଏହା କାଗଜପତ୍ରରେ ଚାଲିଥିବା ବେଳେ ପରିସ୍ଥିତି ଭିନ୍ନ । ଶ୍ରମିକମାନଙ୍କ ଦ୍ଵାରା ହେବାକୁ ଥିବା କାମ ଜେସିବି ସାହାଯ୍ୟରେ କରାଯାଉଛି । ଯାହାର ଖବର ଆଖ ପାଖ ତିନୋଟି ଗ୍ରାମର ଲୋକେ ଜାଣିବା ପରେ କାମ ବନ୍ଦ କରିଛନ୍ତି । ଯେପର୍ଯ୍ୟନ୍ତ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନନେଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଏମାନେ କହିଛନ୍ତି ।

ତେବେ ଧାରଣାରେ ବସି ଥିବା ନିମାଇ ପଟେଲ ଓ ରଘୁ ବାଗ କହିଛନ୍ତି ଯେ, ଦୀର୍ଘ 15 ଦିନ ହେବ ତାଙ୍କୁ କାମ ଯୋଗାଇ ଦିଆ ଯାଇ ନାହିଁ । ଅନ୍ୟପଟେ ମନରେଗାରେ ଗ୍ରାମରେ ହେଉଥିବା କାମ ରାତିରେ ମେସିନ ଦ୍ଵାରା ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଟିକେଲାଲ ବାଗ କାମ କରୁଥିବାର ସେମାନେ ଅଭିଯୋଗ ଆଣିଛନ୍ତି । ସରପଞ୍ଚଙ୍କ ସ୍ବାମୀଙ୍କୁ ଉଭୟ ଧରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଓ କାମ ଦାବିରେ ଧାରଣା ଦେଇଛନ୍ତି ।

ସ୍ଥାନୀୟ ବିଡ଼ିଓ ପ୍ରଶାସନକୁ ଜଣାଇ ଥିବା ବେଳେ କେହି ଏଯାଏଁ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କ ସହ ଆଲୋଚନା କରିନାହାନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଯାଏଁ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ଧାରଣାରତ ଶ୍ରମିକ । ତେବେ ବଲାଙ୍ଗୀର ଜିଲ୍ଲାରେ ଏହିଭଳି ଅଭିଯୋଗ ନୂଆ ନୁହେଁ । ସରକାରୀ ଯୋଜନାରେ ଏଭଳି ବେଆଇନ କାମ ଖୁଲମ୍‌ଖୁଲା ହୋଇ ଆସୁଛି । ତେବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନାଆରେ ସବୁ ରଫା ଦଫା କରି ଆସୁଥିବାର ଅଭିଯୋଗ ହୋଇ ଆସୁଛି । ହେଲେ ଏଥର ପ୍ରଥମ କରି ଲୋକେ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.